ETV Bharat / bharat

FIR Against Kangana Ranaut; ଶିଖଙ୍କୁ ଖଲିସ୍ତାନ ଆତଙ୍କବାଦୀ କହି ଅଡୁଆରେ Kangana

ସୋସିଆଲ ମିଡିଆ ପୋଷ୍ଟରେ ଶିଖ ସଂପ୍ରଦାୟ (Sikh community)ର ଲୋକଙ୍କ ଭାବାବେଗଙ୍କୁ ଆଘାତ ଦେଇଥିବା ନେଇ କଙ୍ଗନା(Kangana Ranaut)ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଛି। ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହିତ ତୁଳନା କରିବା ନେଇ ଥାନାରେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

ଅଭିନେତ୍ରୀ କଙ୍ଗନା
ଅଭିନେତ୍ରୀ କଙ୍ଗନା
author img

By

Published : Nov 24, 2021, 2:21 PM IST

ମୁମ୍ବାଇ: ବୋଲ ମାନୁନି କଙ୍ଗନାଙ୍କ ତୁଣ୍ଡ । ଦିନକୁ ଦିନ ଅଡୁଆରେ ଛନ୍ଧି ହେଉଛନ୍ତି ଅଭିନେତ୍ରୀ କଙ୍ଗନା(Kangana Ranaut) । ବିବାଦୀୟ ବୟାନ ପାଇଁ ଆଉ ଥରେ ଆଡୁଆରେ ପଡିଛନ୍ତି କଙ୍ଗନା ରଣାୱାତ । ସୋସିଆଲ ମିଡିଆ ପୋଷ୍ଟରେ ଶିଖ ସଂପ୍ରଦାୟର (Sikh community)ଲୋକଙ୍କ ଭାବାବେଗଙ୍କୁ ଆଘାତ ଦେଇଥିବ ନେଇ କଙ୍ଗନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଛି। ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀଙ୍କ ସହିତ ତୁଳନା କରିବା ନେଇ ଥାନାରେ କଙ୍ଗନାଙ୍କ ନାଁରେ ମାମଲା ରଜ୍ଜୁ ହୋଇଛି ।

କଙ୍ଗନା(Kangana Ranaut) ଉଦ୍ଦେଶ୍ୟମୂଳକ ଭାବରେ ଚାଷୀ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ଓ ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନ ଆତଙ୍କବାଦୀ ବୋଲି କହିଛନ୍ତି । ଖଲିସ୍ତାନ ଆତଙ୍କବାଦୀ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇପାରନ୍ତି । ସେମାନେ ଭୁଲି ଯିବା ଉଚିତ ନୁହେଁ ଯେ କେବଳ ଜଣେ ମହିଳା ପ୍ରଧାନମନ୍ତ୍ରୀ ସେମାନଙ୍କୁ ନିଜ ଜୋତା ତଳେ ଚାପି ଦେଇଥିଲେ ଓ ନିଜ ଦେଶକୁ ବିଭାଜିତ ହେବାକୁ ଦେଇ ନଥିଲେ ।

ଆହୁରି ପଢନ୍ତୁ:ଶିଖ୍ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ କଙ୍ଗନା, ବାସଭବନ ବାହାରେ ବଢିଲା ସୁରକ୍ଷା

କଙ୍ଗନାଙ୍କ ଏପରି ବୟାନ ପାଇଁ ମୁମ୍ବାଇର ବ୍ୟବସାୟୀ ଅମରଜିତ ସିଂ ସିନ୍ଧୁ, ଦିଲ୍ଲୀ ଶିଶ୍ ଗୁରୁଦ୍ବାର ପରିଚାଳନା କମିଟି ଏବଂ ଶିରୋମଣି ଅକାଳୀ ଦଳ ପକ୍ଷରୁ ତାଙ୍କ ବିରୋଧରେ ଖର୍ ଥାନରେ ଏତଲା ଦାୟର ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.