ବେଙ୍ଗାଲୁରୁ: ହୁବଳି ସହରରେ ଜୋର ଜବରଦସ୍ତ ଜଣେ ଯୁବକଙ୍କ ଧର୍ମ ପରିବର୍ତ୍ତନ କରାଇଲେ କିଛି ମୁସ୍ଲିମ ସମ୍ପ୍ରଦାୟର ଯୁବକ(youth forced to change his religion) । ମାଣ୍ଡ୍ୟା ଜିଲ୍ଲାର ମଦ୍ଦୁର ବ୍ଲକ୍ ୟାଦବନହଲ୍ଲିରେ ଏହି ଘଟଣା ଦେଖିବାକୁ ମିଳିଛି । ଏଠାରେ ଶ୍ରୀଧର ଗଙ୍ଗାଧର ନାମକ ଯୁବକଙ୍କ ଧର୍ମ ପରିବର୍ତ୍ତନ କରାଇ ମହମ୍ମଦ ସଲମାନ ରଖାଯାଇଛି । ୧୧ ଜଣଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି ।
ଶ୍ରୀଧର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ହେଲା ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଏହାକୁ ନେଇ ସେ ଅତାଉର ରେହମାନଙ୍କୁ ଜଣାଇଥିଲେ । ଏହାପରେ ରେହମାନ ତାଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ମମଜିଦକୁ ନେଇ ଯାଇଥିଲେ । ଶ୍ରୀଧର ସେଠାରେ ପହଞ୍ଚିବା ପରେ ତାଙ୍କୁ ଏକ ମସଜିଦ୍ରେ ବନ୍ଦ କରି ଦିଆଯାଇଥିଲା । ଏହାପରେ ଅନିଚ୍ଛା ସତ୍ତ୍ବେ ତାଙ୍କ ଖତନା କରାଯାଇଥିବାବେଳେ, ଏକ ନିର୍ଦ୍ଦିଷ୍ଟ ପଶୁର ମାଂସ ଖାଇବାକୁ ବାଧ୍ୟ କରାଯାଇଥିଲା । ଧର୍ମ ପରିବର୍ତ୍ତନ କରାଇବା ପାଇଁ ଏକ ସାଦା କାଗଜରେ ତାଙ୍କ ଦସ୍ତଖତ ମଧ୍ୟ ନିଆଯାଇଥିଲା(Karnataka youth forced to convert in Muslim) । ପରିଶେଷରେ ଶ୍ରୀଧରଙ୍କୁ ଆନ୍ଧ୍ରପ୍ରଦେଶ ତିରୁପତିର, ପୁତ୍ତୁର, ଭୁବନଗର ମସଜିଦଗୁଡ଼ିକୁ ନିଆଯାଇ ଇସଲାମ୍ ପ୍ରଶିକ୍ଷଣ ଦିଆଯାଇଥିଲା ।
ଖାଲି ସେତିକି ନୁହେଁ, ପ୍ରତିବର୍ଷ ତାଙ୍କୁ ଅତିକମ୍ରେ ତିନି ଜଣ ବ୍ୟକ୍ତିଙ୍କୁ ଇସଲାମ ଧର୍ମରେ ପରିବର୍ତ୍ତନ କରାଇବା ପାଇଁ ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀଧର । ଏହି ସମସ୍ତ ଘଟଣା ପରେ ଶ୍ରୀଧରଙ୍କ ହାତରେ ଏକ ପିସ୍ତଲ ଦିଆଯାଇ ଏକ ଫଟୋ ଉତ୍ତୋଳନ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ କଥା ନ ଶୁଣିଲେ ତାଙ୍କୁ ଆତଙ୍କବାଦୀ ରୂପରେ ଦର୍ଶାଯିବ ବୋଲି ଚେତବନୀ ଦିଆଯାଇଥିଲା ।
ଶ୍ରୀଧର ବ୍ୟାଙ୍କ ଖାତାରେ ୩୫ ହଜାର ଟଙ୍କା ଟ୍ରାନ୍ସଫର୍ କରିବା ସହ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶ ଅନୁପାଳନ କରିବାକୁ ନିର୍ଦ୍ଦେଶ ରହିଥିଲା । ନିକଟରେ ଶ୍ରୀଧରଙ୍କ ଉପରକୁ କିଛି ଅଜଣା ବ୍ୟକ୍ତି ବିଶେଷ ଆକ୍ରମଣ କରିଥିଲେ । ଏହାପରେ ସେ ପୋଲିସ ନିକଟକୁ ଯାଇ ଅଭିଯୋଗ କରିଥିଲେ । ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ବଖାଣିଥିଲେ । ଫେସ୍ବୁକ୍ରେ ଜଣେ ମହିଳା ବନ୍ଧୁ ଡାକିବା ପରେ ସେ ଭେଟିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।