ETV Bharat / bharat

FIR against Rahul Gandhi: ରାହୁଲଙ୍କ ଗାନ୍ଧିଙ୍କ ନାଁରେ କର୍ଣ୍ଣାଟକରେ FIR - ଭାରତ ଯୋଡ ଯାତ୍ରାରେ କେଜିଏଫ୍‌ ୨ ଗୀତ

ଭାରତ ଯୋଡ ଯାତ୍ରାରେ MRT ମ୍ୟୁଜିକର ବିନା ଅନୁମତିରେ କେଜିଏଫ୍‌-୨ର ଗୀତକୁ ବ୍ୟବହାର କରାଯାଇଥିବାରୁ(KGF-2 songs in Bharat Jodo Yatra) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ମାମଲା । ଅଧିକ ପଢନ୍ତୁ

ଭାରତ ଯୋଡ ଯାତ୍ରାରେ କେଜିଏଫ୍‌ ୨ ଗୀତ ବ୍ୟବହାର ପାଇଁ ରାହୁଲଙ୍କ ନାମରେ ଏତଲା

author img

By

Published : Nov 5, 2022, 9:01 AM IST

ବେଙ୍ଗାଲୁରୁ: ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା(Bharat Jodo Yatra of congress) । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ତେବେ ବିନା ଅନୁମତିରେ ଭାରତ ଯୋଡ଼ ଯାତ୍ରାରେ କେଜିଏଫ୍‌-୨ର ଗୀତକୁ ବ୍ୟବହାର(KGF-2 songs in Bharat Jodo Yatra) କରାଯାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ମାମଲା ରୁଜୁ ହୋଇଛି (Case against Rahul Gandhi) ।

କେଜିଏଫ୍‌-୨ର ଗୀତକୁ ବ୍ୟବହାର କରାଯାଇଥିବାରୁ ଏହି ଗୀତର କପିରାଇଟ୍ ରଖିଥିବା କମ୍ପାନି କଂଗ୍ରେସ ନେତା ରାହୁଲ ଗାନ୍ଧି, ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନେତ ନାମରେ ମାମଲା ରୁଜୁ କରିଛି । ଭାରତ ଯୋଡ ଯାତ୍ରାରେ MRT ମ୍ୟୁଜିକର ମାଲିକଙ୍କ ବିନା ଅନୁମତିରେ ଏହି ଗୀତ ବ୍ୟବହାର କରାଯାଇଥିବାରୁ ଯଶବନ୍ତପୁର ପୋଲିସ ଷ୍ଟେସନରେ ମାମଲା ଦାୟର କରାଯାଇଛି ।

ବେଙ୍ଗାଲୁରୁ ସ୍ଥିତ କମ୍ପାନୀ ଏମଆରଟି ମ୍ୟୁଜିକ୍ ବେଙ୍ଗାଲୁରୁ ସହରର ଯଶବନ୍ତପୁର ପୋଲିସ ଷ୍ଟେସନରେ FIR ଦାଖଲ କରିଛି । ତେବେ ବିନା ଅନୁମତିରେ ଉକ୍ତ ଗୀତକୁ କଂଗ୍ରେସ ଭାରତ ଯୋଡ଼ ଯାତ୍ରାରେ ବ୍ୟବହାର କରିଛି । ରାହୁଲ ଗାନ୍ଧିଙ୍କୁ ଏହି ଗୀତର ଭିଡିଓରେ ଦେଖାଇ ଭାରତ ଯୋଡ଼ ଯାତ୍ରାର ପ୍ରଚାର କରାଯାଇ ଛି। ଏହାସହ ଏହି ଭିଡିଓକୁ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରାଯାଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । କଂଗ୍ରେସ ନେତାଙ୍କ ବିରୋଧରେ ଏମଆରଟି କମ୍ପାନୀର କର୍ମକର୍ତ୍ତା ନବୀନ କୁମାର ମାମଲା ଦାୟର କରିଥିବା ନେଇ ସୂଚନା ରହିଛି । ଯଶବନ୍ତପୁର ପୋଲିସ କପିରାଇଟ ଆକ୍ଟ ୧୯୫୭, ଆଇପିସିର ବିଭିନ୍ନ ଧାରା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟରେ ମାମଲା ପଞ୍ଜିକରଣ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.