ETV Bharat / bharat

ଏମିତି ସ୍ବାମୀ ଖୋଜ ଯିଏ ଘରର କାମ କରିପାରିବେ: CJI ଡିୱାଇ ଚନ୍ଦ୍ରଚୂଡ - ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ

ଏମିତି ସ୍ବାମୀ ଖୋଜ ଯିଏ ଘର କାମ କରିପାରିବେ । ବେଙ୍ଗାଲୁରୁରେ ନ୍ୟାସନାଲ ଲ' ସ୍କୁଲ୍‌ ଅଫ ଇଣ୍ଡିଆ ୟୁନିଭରର୍ସିଟିର 31ତମ ବାର୍ଷିକ ସମାରୋହକୁ ସମ୍ବୋଧିତ କରି ଏହା କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ

cji dy chandrachud
cji dy chandrachud
author img

By ETV Bharat Odisha Team

Published : Aug 27, 2023, 2:47 PM IST

ନୂଆଦିଲ୍ଲୀ: ଏମିତି ସ୍ବାମୀ ଖୋଜ ଯିଏ ଘର କାମ କରିପାରିବେ । ଜଣେ ଭଲ ଓକିଲ ହେବା ପୂର୍ବରୁ ଜଣେ ଭଲ ମଣିଷ ହେବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏକ କାର୍ଯ୍ୟକ୍ରମରେ ତାଙ୍କ ଦିବଙ୍ଗତ ପତ୍ନୀଙ୍କୁ ମନେ ପକାଇ ତାଙ୍କ ସହ ଜଡିତ ଏକ କାହାଣୀ ଶୁଣାଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି,"ମୋର ଦିବଙ୍ଗତ ପତ୍ନୀ ଜଣେ ଓକିଲ ଥିଲେ । ଯେବେ ସେ ଚାକିରି ପାଇଁ ଏକ ଇଣ୍ଟରଭ୍ୟୁ ଦେଇଥିଲେ । ସେଠାରେ ସେ ପଚାରିଥିଲେ କେତେ ସମୟ କାମ ରହିବ । ଉତ୍ତରରେ ତାଙ୍କୁ କୁହାଯାଇଥିଲା କାମ ପାଇଁ କୌଣସି ସମୟ ଘଣ୍ଟା ନଥାଏ । 24x7 ଏବଂ 365 ଦିନ କାମ ହୋଇଥାଏ ।"

ଏହା ବି ପଢନ୍ତୁ...ଅଦାଲତ ପାଇଁ କୌଣସି ମାମଲା ଛୋଟ କିମ୍ବା ବଡ ନୁହେଁ: ପ୍ରଧାନ ବିଚାରପତି

ବେଙ୍ଗାଲୁରୁରେ ନ୍ୟାସନାଲ ଲ' ସ୍କୁଲ୍‌ ଅଫ୍‌ ଇଣ୍ଡିଆ ୟୁନିଭରର୍ସିଟିର 31ତମ ବାର୍ଷିକ ସମାରୋହକୁ ସମ୍ବୋଧିତ କରିଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ସିଜେଆଇ କହିଥିଲେ, "ମୋର ଦିବଙ୍ଗତ ପ୍ରଥମ ପତ୍ନୀ ବାର ସଦସ୍ୟ ଥିଲେ । ମୁଁ ଯେବେ ବିଚାରପତି ଥିଲି ସେ ଲିଟିଗେସନ୍‌ ଓକିଲ ଭାବେ ପ୍ରାକ୍ଟିସ ଛାଡ଼ି ଦେଇଥିଲେ । ଏହା ପରେ ଏକ ଲ' ଫର୍ମରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇଥିଲେ । ସେଠାରେ ସେ ପରିବାର ଥିବା କହିଥିଲେ । ସେଠାରେ ତାଙ୍କୁ କୁହାଯାଇଥିଲା କି ପରିବାର ସହିତ ସମୟ ବିତାଇବାକୁ ସମୟ ମିଳିବ ନାହିଁ ।" ତାଙ୍କୁ ଏମିତି ସ୍ବାମୀ ଖୋଜିବାକୁ ପଡିବ ଯିଏ ଘରର ସବୁ କାମ କରି ପାରୁଥିବେ ବୋଲି କହିଥିଲେ । ଦିବଙ୍ଗତ ପତ୍ନୀଙ୍କ ଇଣ୍ଟରଭ୍ୟୁ ଅଭିଜ୍ଞତାକୁ ଶୁଣାଇ ଏହା କହିଛନ୍ତି ସିଜେଆଇ ।

ଏହା ବି ପଢନ୍ତୁ...ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶା ରୋଲ ମଡେଲ: ପ୍ରଧାନ ବିଚାରପତି

ପ୍ରଧାନ ବିଚାରପତି ଆହୁରି କହିଛନ୍ତି,"ଗତ ବର୍ଷ ସୁପ୍ରିମକୋର୍ଟରେ 4ରୁ 5ଜଣ ମହିଳା ଲ' କ୍ଲର୍କ୍‌ ଥିଲେ । ତାଙ୍କ ପାଇଁ ଏହା ଅସମ୍ଭବ କଥା ନୁହେଁ କି ସେ ମୋତେ ଫୋନ୍‌ କରି କହିଲେ ସାର୍‌, ମୋତେ ମାସିକ ଋତୁସ୍ରାବ ସମସ୍ୟା ରହିଛି । ତ ମୁଁ ତାଙ୍କୁ ନିଦ୍ୱନ୍ଦ୍ୱରେ ଘରେ ବସି କାମ ଜାରି ରଖିବାକୁ କହିଥାଏ । ମୋର ବିଶ୍ବାସ ଥିଲା ତୁମେ ତୁମ କାମ ଠିକ କରିବ । ମାତ୍ର ନିଜର ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବାକୁ ହେବ ଏବଂ ବିଶ୍ରାମ କରିବ । ସ୍ବାସ୍ଥ୍ୟ ପ୍ରଥମ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.