ETV Bharat / bharat

Budget 2023: ବିଶ୍ୱ ବଜାରରେ ପହଞ୍ଚିବ ମାଣ୍ଡିଆ, ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ - ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ଶ୍ରୀଅନ୍ନ ଯୋଜନା । ଅଧିକ ପଢନ୍ତୁ

ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ଶ୍ରୀଅନ୍ନ

author img

By

Published : Feb 1, 2023, 11:55 AM IST

Updated : Feb 1, 2023, 12:27 PM IST

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଅମୃତ କାଳର ପ୍ରଥମ ବଜେଟ । ଦେଶର ଅର୍ଥବ୍ୟବସ୍ଥା ଠିକ୍ ଦିଗରେ ଓ ଉଜ୍ଜଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛି । ସାରା ବିଶ୍ବରେ ଭାରତ ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ସୂଚନା ଦେଇ ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ଦିଆଯଆଉଛି । ୯.୬ କୋଟି ଘରକୁ ଏଲପିଜି କନେକ୍ସନ ଦିଆଯାଇଛି । ମହାମାରୀର ସଫଳ ଓ ଦୃଢତାର ସହ ମୁକାବିଲା କରାଯାଇଛି । ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି । ଦେଶର ମୁଣ୍ଡପିଛା ଆୟ ଦୁଇଗୁଣ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି ।

ସେହିପରି ଅର୍ଥମନ୍ତ୍ରୀ ମିଲେଟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ ଯୋଜନା ଆରମ୍ଭ ହେବ । ଭାରତ ମିଲେଟର ଗ୍ଲୋବାଲ ହବ୍ ହେବ । ଏହାଦ୍ବାରା ବିଶ୍ବ ବଜାରରେ ମାଣ୍ଡିଆ ପହଞ୍ଚିବ । ପୋଷକତତ୍ତ୍ବ ଭରପୁର ଏହି ଶସ୍ୟ ପାଇଁ ସରକାର ଏକ ମିଲେଟ ରିସର୍ଚ୍ଚ ସେଣ୍ଟର ସ୍ଥାପନ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ ୧ ଓ ରପ୍ତାନୀ କ୍ଷେତ୍ରରେ ଦ୍ବିତୀୟ ବୋଲି ସୀତାରମଣ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Budget 2023: ଲାଲ ସମ୍ବଲପୁରୀ ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

କୃଷି କ୍ଷେତ୍ରକୁ ସୁଦୃଢ ଓ କୃଷକଙ୍କ ରୋଜଗାର ବୃଦ୍ଧି ପାଇଁ ବଜେଟରେ ଅନେକ କିଛି ଘୋଷଣା କରାଯାଇଛି । କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା କରାଯାଇଛି । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟିର ବ୍ୟବସ୍ଥା ହୋଇଛି । ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡର ବ୍ୟବସ୍ଥା କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଉଦବୋଧନରେ ଜଣାଇଛନ୍ତି ।

Last Updated : Feb 1, 2023, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.