ETV Bharat / bharat

ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

author img

By

Published : Feb 1, 2023, 10:07 AM IST

Updated : Feb 1, 2023, 10:58 AM IST

ଆଜି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ। ଏହା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହେବ 2023-24 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। ଦିନ 11ଟା ସମୟରେ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ଅର୍ଥମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ନିର୍ମଳା ସୀତାରମଣଙ୍କ ସମେତ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ଏହାପରେ ରାଷ୍ଟ୍ରପତି ବଜେଟକୁ ମଞ୍ଜୁରି ପ୍ରଦାନ କରିବା ପରେ ସଂସଦ ଅଭିମୁଖେ ବାହାରିଛନ୍ତି ଅର୍ଥମନ୍ତ୍ରୀ । ଆଉ ମାତ୍ର କିଛି ସମୟ ପରେ ଉପସ୍ଥାପନ ହେବ ସାଧାରଣ ବଜେଟ । ସବୁ ସ୍ତରର ଲୋକଙ୍କୁ ସୁହାଇଲା ଭଳି ବଜେଟ ଆସିବା ନେଇ ଆଶା କରାଯାଉଛି।

  • Union Minister of Finance and Corporate Affairs Nirmala Sitharaman, MoS Dr Bhagwat Kishanrao Karad, MoS Pankaj Chaudhary and senior officials of the Ministry of Finance called on President Droupadi Murmu at Rashtrapati Bhavan before presenting the Union Budget 2023-24. pic.twitter.com/S9GJiDG1aw

    — ANI (@ANI) February 1, 2023 " class="align-text-top noRightClick twitterSection" data=" ">

ଆଉ କିଛି ସମୟପରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରିବେ । ଆଜି ଏହା ଉପରେ ସାଧାରଣ ଲୋକଙ୍କଠାରୁ ନେଇ ଚାକିରିଆ, ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ରହିଛି ନଜର । ବିଶେଷକରି ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ବଜେଟ ଆଣିପାରନ୍ତି ବୋଲି କୁହାଯାଉଛି । ମଙ୍ଗଳବାର ସଂସଦରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଜିଡିପି ଅଭିବୃଦ୍ଧି ୭ ପ୍ରତିଶତ ରହିବାକୁ ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୬.୫ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଇଛି । ଏହାସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି।

ଗତକାଲିଠାରୁ ସଂସଦର ଆରମ୍ଭ ହୋଇଛି ବଜେଟ ଅଧିବେଶନ । ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ସଦନକୁ ସମ୍ବୋଧନ କରିଥିଲେ । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିମ୍ନସଦନ ଲୋକସଭାରେ ପ୍ରାକ ବଜେଟ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ । ପୂର୍ବାହ୍ନ ପ୍ରାୟ 12.50 ମିନିଟ୍‌ ସମୟରେ ଇକୋନୋମିକ ସର୍ଭେ ରିପୋର୍ଟକୁ ଗୃହରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିଲା । ଏହାପରେ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ସହ କାର୍ଯ୍ୟଦିବସକୁ ମୁଲତବୀ ଘୋଷଣା କରାଯାଇଥିଲା ।

Last Updated : Feb 1, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.