ETV Bharat / bharat

ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ ମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ

author img

By

Published : May 3, 2023, 7:22 PM IST

ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ । ଭିଡିଓ ଭାଇରାଲ ହେବା ପରେ ପାଲଟା ଆକ୍ରମଣ ହୋଇଥିବା ନେଇ ମନ୍ତ୍ରୀ କଲେ ଅଭିଯୋଗ । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ ମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ
ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ ମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ
ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଲେ ମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ

ଡେରାଡୁନ: କୌଣସି କାରଣରୁ ବଚସା ହେବା ପରେ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରଓ୍ବାଲ ଓ ତାଙ୍କ ସୁରକ୍ଷାକର୍ମୀ । ଋଶିକେଶରେ ମନ୍ତ୍ରୀ କୌଣସି କାର୍ଯ୍ୟରେ ଯାଉଥିବା ବେଳେ କୌଣସି କାରଣରୁ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଯୁବକଙ୍କୁ ମନ୍ତ୍ରୀ ନିଜେ ମାଡ ମାରିବା ସହ ତାଙ୍କ ସୁରକ୍ଷାରେ ଥିବା ପୋଲିସ ଅଧିକାରୀ ମାଡ ମାରିଥିବା ଭିଡିଓ ଭାଇରାଲ ହେଉଛି । ଯୁବକଜଣଙ୍କ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ସିଂ ନେଗୀ ଓ ସେ ମନ୍ତ୍ରୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି । ଏହା ପରେ ମନ୍ତ୍ରୀ ପ୍ରେମଚାନ୍ଦ ମଧ୍ୟ ତାଙ୍କୁ ଦୁର୍ବବ୍ୟବହାର ଓ ଆକ୍ରମଣ କରାଯାଇଥିବା ପାଲଟା ଅଭିଯୋଗ କରିଛନ୍ତି । ଘଟଣାରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଏକ ଟୟୋଟା କାରରେ ମନ୍ତ୍ରୀ ପ୍ରମଚାନ୍ଦ ଯାଉଥିବା ବେଳେ କୌଣସି କାରଣରୁ ଏହି ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା । ଯୁବକଜଣଙ୍କୁ ମନ୍ତ୍ରୀ ପ୍ରେମଚାନ୍ଦ ପ୍ରଥମେ ଏକ ଚାପୁଡା ପକାଇଥିଲେ । ପରେ ତାଙ୍କ ସହ ଥିବା ତାଙ୍କ ସୁରକ୍ଷାକର୍ମୀ ଯୁବକ ଓ ତାଙ୍କର ଜଣେ ସହଯୋଗୀଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏମିତିକି ମନ୍ତ୍ରୀ ପ୍ରେମଚାନ୍ଦ ଓ ସମ୍ପୃକ୍ତ ପୋଲିସ ଅଧିକାରୀ ଯୁବକଜଣଙ୍କୁ କିଛି ବାଟ ମାଡ ମାରି ଘୋଷାଡି ନେଇଥିଲେ । ମନ୍ତ୍ରୀଙ୍କ ସହ ଉପସ୍ଥିତ କିଛି ସମର୍ଥକ ମଧ୍ୟ ସମ୍ପୃକ୍ତ ଯୁବକଙ୍କୁ ମାଡ ମାରିବାକୁ ପଛାଇ ନଥିଲେ ।

ପୀଡିତ ସୁରେନ୍ଦ୍ର ସିଂ ନେଗି ନାମକ ଯୁବକଜଣଙ୍କ ସୋସିଆଲ ମିଡିଆରେ ମନ୍ତ୍ରୀ ପ୍ରେମଚାନ୍ଦ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ ପ୍ରେମଚାନ୍ଦ କହିଛନ୍ତି, "ସମ୍ପୃକ୍ତ ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ଆକ୍ରମଣ ଉଦ୍ୟମ କରିଥିଲା ।" ତାଙ୍କର କିଛି ଟଙ୍କା ଓ ସୁନା ମଧ୍ୟ ଘଟଣାସ୍ଥଳରେ ଚୋରି ମଧ୍ୟ ହୋଇଯାଇଛି ।

ଅନ୍ୟପଟେ ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ ପ୍ରେମଚାନ୍ଦଙ୍କ କାର୍ଯ୍ୟକଳାପ ନେଇ ମଧ୍ୟ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି । ମନ୍ତ୍ରୀ ନିଜେ ଚାପୁଡା ମାରିଥିବା ଭିଡିଓରେ ରେକର୍ଡ ହୋଇଥିଲେ ସୁଦ୍ଧା ସେ ନିଜେ ଆକ୍ରମଣର ଶିକାର ହୋଇଥିବା ପାଲଟା ଅଭିଯୋଗ କରୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.