ETV Bharat / bharat

ଟିକେଟ କନ୍ଦଳ, ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ହାତିହାତି ହେଲେ ବିଜେପି ନେତା

author img

By

Published : Apr 24, 2023, 10:01 PM IST

ଗାଜିଆବାଦ ପୌର ନିର୍ବାଚନରେ ଟିକେଟକୁ ନେଇ କନ୍ଦଳ । ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପାର୍ଟି ଅଫିସରେ ହାତାହାତି ହେଲେ ନେତା ଓ ଆଶାୟୀ ପ୍ରାର୍ଥୀ । ଅଧିକ ପଢନ୍ତୁ

ଟିକେଟ ପାଇଁ ପାର୍ଟି ଅଫିସରେ ହାତିହାତି ହେଲେ ବିଜେପି ନେତା

ଲକ୍ଷ୍ନୌ: ଟିକେଟ କନ୍ଦଳରୁ ଦଳୀୟ କର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହାତାହାତି ଦେଲେ ଦଳୀୟ ନେତା ଓ ଟିକେଟ ଆଶାୟୀ । ଗାଜିଆବାଦ ପୌର ନିର୍ବାଚନ ପାଇଁ ପାର୍ଟି ଅଫିସରେ ଏପରି ଅସନ୍ତୋଷ ଓ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ହାତାହାତି ସମୟରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଜଣେ ପ୍ରଭାବଶାଳୀ ନେତାଙ୍କ ଇଙ୍ଗୀତରେ ସେମାନଙ୍କ ଟିକେଟ କଟାଯାଇଥିବା କିଛି ଆଶାୟୀ ପ୍ରାର୍ଥୀ ଅଭିଯୋଗ କରି ଉତ୍ତେଜନା ସୃଷ୍ଟି କରିଥିଲେ । ବେଶ କିଛି ସମୟ ଧରି କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରସ୍ପର ମାଡରେ କିଛି ବିଜେପି ନେତା ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ଗାଜିଆବାଦ ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବାର ତାରିଖ ଥିଲା । ନାମାଙ୍କନପତ୍ର ଦାଖଲର ଠିକ୍ ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ଏହି ଉତ୍ତେଜନା ଆରମ୍ଭ ହୋଇଯାଇଥିଲା । ଗାଜିଆବାଦର ଆରଡିସି ପେଟ୍ରୋଲ ପମ୍ପ ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରେ ହଠାତ ପହଞ୍ଚିଥିଲେ ଟିକେଟରୁ ବଞ୍ଚିତ ହୋଇଥିବା କିଛି ଅସନ୍ତୁଷ୍ଟ ଆଶାୟୀ । ଜଣେ ନେତାଙ୍କ ଇଙ୍ଗୀତରେ ବିନା କାରଣରେ ସେମାନଙ୍କ ଟିକେଟ କଟାଯାଇଥିବା ଅଭିଯୋଗ କରିଥିଲେ । ଦଳରେ ଟଙ୍କା ବଦଳରେ ଟିକେଟ ବଣ୍ଟା ଯାଉଥିବା ମଧ୍ୟ ଅଭିଯୋଗ କରିଥିଲେ । ପରେ ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ଉତ୍ତେଜିତ ହେବା ସହ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଉ ଗୋଷ୍ଠୀର ସଦସ୍ୟ ପରସ୍ପର ଉପରକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏଥିରେ ଏକାଧିକ ବିଜେପି କର୍ମୀ ଓ ନେତା ଆହତ ହୋଇଥିବାର ଖବର ମିଳିଛି ।

ଏହି ଦଳୀୟ ଅସନ୍ତୋଷ ମଧ୍ୟରେ ଦଳର ମେୟର ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ନାମାଙ୍କନ ପତ୍ର ଭରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ ଆଶାବାଦୀ ଦଳ ଭଲ ପ୍ରଦର୍ଶନ କରିବ ଓ ସେ ମଧ୍ୟ ମେୟର ଭାବେ ନିର୍ବାଚିତ ହେବେ । ବହୁ ସଂଖ୍ୟାରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ ଓ ବିଜେପି ହିଁ ପରିଷଦ ଗଠନ କରିବାରେ ସଫଳ ହେବା ନେଇ କହିଥିଲେ ଦଳର ମେୟର ପ୍ରାର୍ଥୀ ।

ତେବେ ମେୟର ପ୍ରାର୍ଥୀଙ୍କ ନାମାଙ୍କନରେ ଉମପୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକଙ୍କୁ ଦେଖିବାକୁ ମିଳିନଥିଲା । ଏପରି ସ୍ଥିତିରେ ସେ ନାମାଙ୍କନ ଦାଖଲ ସ୍ଥଳକୁ ଯାଇନଥିବା କୁହାଯାଉଛି । ହେଲେ ଉପମୁଖ୍ୟମନ୍ତ୍ରୀ ପାଠକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ବିଜେପି ଏପରି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି, ଯେଉମାନଙ୍କର ଜିତିବାରେ ସମ୍ଭାବନା ରହିଛି । ବିଜେପି ପ୍ରାର୍ଥୀ ବହୁସଂଖ୍ୟାରେ ବିଜୟୀ ହୋଇ ପରିଷଦ ଗଠନ କରିବେ । ବିଜେପି ଶାସନରେ ହିଁ ବିକାଶ ସମ୍ଭବ । ଦଳୀୟ ଅସନ୍ତୋଷ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପାଠକ କିଛି ଉତ୍ତର ରଖିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.