ETV Bharat / bharat

Fetus in Fetu: ବିରଳ ଘଟଣା, ୧୧ମାସ ଶିଶୁପୁତ୍ର ପେଟରେ 2KGର ଭ୍ରୁଣ - ଶିଶୁ ପେଟରେ ଫିଟସ

ଆସାମର ଦିବ୍ରୁଗଡ଼ରେ ବିରଳ ଅସ୍ତ୍ରୋପଚାର ସଫଳ । ୧୧ ମାସର ଶିଶୁପୁତ୍ର ପେଟରୁ ୨ କେଜି ଓଜନର ଭ୍ରୁଣ ବାହାର କଲେ ଡାକ୍ତର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 22, 2023, 4:34 PM IST

ଦିସପୁର: ୧୧ ମାସର ଶିଶୁପୁତ୍ର ପେଟରେ ମିଳିଲା ଫିଟସ ବା ଭ୍ରୁଣ । ପ୍ରାୟ ୨ କେଜି ଓଜନର ଭ୍ରୁଣକୁ ସଫଳତାର ସହିତ ଶିଶୁପୁତ୍ର ପେଟରୁ ବାହାର କରିଛନ୍ତି ଡାକ୍ତର । ଆସାମର ଦିବ୍ରୁଗଡ଼ ଜିଲ୍ଲାରେ ଏପରି ବିରଳ ଘଟଣା ଦେଖିବାକୁ ମିଳିଛି । ଅପେକ୍ଷା ହସ୍ପିଟାଲଠାରେ ଡାକ୍ତରମାନେ ଶିଶୁ ପେଟରୁ ଏହି ମାଂସ ପିଣ୍ଡୁଳାକୁ ବାହାର କରିଛନ୍ତି । ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଛି ।

ମେଡିକାଲ ଭାଷାରେ ଏହି ପ୍ରକାର ସ୍ଥିତିକୁ ଫିଟସ-ଇନ-ଫିଟୁ (FIF) ବୋଲି କୁହାଯାଏ ଏବଂ ଏହା ଖୁବ କମ ଶିଶୁଙ୍କ ଦେହରେ ଦେଖିବାକୁ ମିଳେ । ଡାକ୍ତରଙ୍କ କହିବାନୁସାରେ ମାଆ ପେଟରେ ଶିଶୁଟି ଥିବା ବେଳେ କୌଣସି କାରଣ ବଶତଃ ଗର୍ଭବତୀ ମହିଳାଙ୍କ ଅନ୍ୟ ଏକ ଭ୍ରୁଣ ଶିଶୁର ପେଟରେ ରହିଯାଏ । ଏହା ଅତ୍ୟନ୍ତ ବିରଳ ହୋଇଥାଏ । ଏହି ୧୧ ମାସ ଶିଶୁପୁତ୍ର ଜଣକ ଅରୁଣାଚଳପ୍ରଦେଶ ଚଙ୍ଗଲାଙ୍ଗ ଜିଲ୍ଲାର ବୋଲି ଜଣାପଡ଼ିଛି । ଏ ନେଇ ଡାକ୍ତର କହିଛନ୍ତି, "ଆମେ ପ୍ରଥମେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲୁ । ଏହି ସମୟରେ ତା ପେଟରେ ଏକ ଫିଟସ ରହିବା ନେଇ ଜାଣିବାକୁ ପାଇଥିଲୁ । ଶନିବାର ଏହାକୁ ସଫଳତାର ସହିତ ଶିଶୁ ପେଟରୁ ବାହାର କରାଯାଇଛି ।"

ଏହା ବି ପଢନ୍ତୁ- Joshimath Sinking: ବର୍ତ୍ତମାନ ସୁଦ୍ଧା 863 ଘରେ ଫାଟ, 181 କୋଠା ଅସୁରକ୍ଷିତ

ଏହି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏପରି କିଛି ଘଟଣା ଦେଖିବାକୁ ମିଳିଛି । ଗତବର୍ଷ ନଭେମ୍ବର ମାସରେ ଜଣେ ୨୧ଦିନର ଶିଶୁକନ୍ୟା ପେଟରୁ ୮ଟି ଫିଟସ ବା ମାଂସ ପିଣ୍ଡୁଳାକୁ ବାହାର କରାଯାଇଥିଲା । ଏଭଳି ବିରଳ ଅସ୍ତ୍ରୋପଚାର ଝାଡ଼ଖଣ୍ଡର ରାଞ୍ଚିର ଏକ ଘରୋଇ ହସ୍ପିଟାଲରେ କରାଯାଇଥିଲା । ଏହି ଶିଶୁକନ୍ୟାଟି ରାମଗଡ଼ରେ ଅକ୍ଟୋବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲା । ଶିଶୁକନ୍ୟାର ପେଟରେ ଯନ୍ତ୍ରଣା ହେବାରୁ ଏହାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ CT ସ୍କାନ ସମୟରେ ନବଜାତକୁ ଟ୍ୟୁମର ହୋଇଥିବା ନେଇ ପ୍ରାଥମିକ ଯାଞ୍ଚରୁ ଡାକ୍ତର ସନ୍ଦେହ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଶିଶୁ ପେଟରେ ୮ଟି ମାଂସ ପିଣ୍ଡୁଳା ରହିଥିବା ଜଣାପଡ଼ିଥିଲା ।

ଏହାପରେ ଆୟୁଷ୍ମାନ ଭାରତ ଯୋଜନାରେ ନଭେମ୍ବର ୧ ତାରିଖରେ ଏହି ଅପରେସନ କରାଯାଇଥିଲା । ଏହି ଅପରେସନ ପାଇଁ ଦେଢ ଘଣ୍ଟା ସମୟ ଲାଗିଥିଲା । ସର୍ଜନ ଡକ୍ଟର ମହମ୍ମଦ ଇମ୍ରାନଙ୍କ ନେତୃତ୍ବରେ ହୋଇଥିଲା ଏହି ବିରଳ ଅସ୍ତ୍ରୋପଚାର । ଏହି ଅପରେସନ ଶିଶୁକନ୍ୟାର ଜୀବନ ପ୍ରତି ବିପଦ ରହିଥିବା ବେଳେ ଡାକ୍ତରମାନେ ସଫଳତାର ସହିତ ଏହି ଅପରେସନ କରିବାରେ ସକ୍ଷମ ହୋଇଥିଲେ । ମାଆ ପେଟରେ ଶିଶୁଟି ରହିଥିବା ବେଳେ ଫିଟସ ଶିଶୁର ପେଟକୁ କୌଣସି କାରଣରୁ ଆସିଯାଇଥାଏ । ଜନ୍ମ ହେବା ପରେ ମଧ୍ୟ ଏହା ପେଟରେ ରହିଥିବାରୁ ଯନ୍ତ୍ରଣା ଅନୁଭବ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.