ବେଙ୍ଗାଲୁରୁ: କୂଅରେ ଫସିଥିଲା ବାଘ । ସାହାସୀକତା ଦେଖାଇଲେ ମହିଳା ପ୍ରାଣୀ ଚିକିତ୍ସକ । କୂଅ ମଧ୍ୟରେ ପଶି ସୁରକ୍ଷିତ ଭାବେ ବାଘକୁ ଉଦ୍ଧାର କରିଛନ୍ତି ମହିଳା ଜଣକ । କର୍ଣ୍ଣାଟକର ମାଙ୍ଗାଲୋର ଉପକଣ୍ଠ ନିଦ୍ଦୋଡିର କାଟିଲୁ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି ।
ଗତ ଦୁଇ ଦିନ ତଳେ ଏକ ବର୍ଷର କଲରାପତରିଆ ବାଘ କୂଅରେ ପଡ଼ିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା ଏବଂ ବାଘକୁ ସେଠାରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା । ମାତ୍ର ବନ ବିଭାଗ ଏଥିରେ ସଫଳ ହୋଇପାରି ନଥିଲା । ବାଘଟି କୂଅ ଭିତରେ ଥିବା ଏକ ବଡ଼ ଗାତ ମଧ୍ୟରେ ପଶିଯାଇଥିଲା । ଏହାପରେ ଜଙ୍ଗଲ ବିଭାଗ ଅଧିକାରୀ ଅପରେସନ ମାଧ୍ୟମରେ ବାଘକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କଲା । ଅପରେସନରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Gold Rose Bouquet: ଭାଲେଣ୍ଟାଇନ ଡେ' ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦାମୀ ଗିଫ୍ଟ ଦେଲେ ସୁରତ ଛାତ୍ର
ପ୍ରଥମେ ବାଘକୁ ଚେତାଶୂନ୍ୟ କରାଇବା ପାଇଁ ଯୋଜନା କରାଗଲା । ମେଘନା ନାମକ ଜଣେ ମହିଳା ପ୍ରାଣୀ ଚିକିତ୍ସକ ବନ୍ଧୁକରେ ଆନେସ୍ଥେସିଆ ଭରି ବନ ବିଭାଗ ଦ୍ବାରା ତିଆରି ପିଞ୍ଜରାରେ ପଶି କୂଆ ମଧ୍ୟରେ ଓହ୍ଲାଇଥିଲେ । ବାଘକୁ ଆନେସ୍ଥେସିଆ ଦେଇ ଚେତାଶୂନ୍ୟ କରାଗଲା । ଏହାପରେ ଚେତାଶୂନ୍ୟ ଅବସ୍ଥାରେ ବାଘକୁ ପିଞ୍ଜରା ଭିତରେ ରଖାଯାଇଥିଲା । ବାଘକୁ ଆଉ ଏକ ଇଞ୍ଜେକ୍ସନ ମଧ୍ୟ ଦିଆଗଲା । ବନ ବିଭାଗ କର୍ମଚାରୀମାନେ ଦଉଡି ସାହାଯ୍ୟରେ ପିଞ୍ଜରାକୁ ବାନ୍ଧି ଉପରକୁ ଉଠାଇଥିଲେ । ଏହାପରେ ସୁରକ୍ଷିତ ଭାବେ ମହିଳା ପ୍ରାଣୀ ଚିକିତ୍ସକ ଜଣଙ୍କ ବାଘକୁ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ । ଉଦ୍ଧାର ବାଘଟିର ପ୍ରାଥମିକ ସ୍ବାସ୍ଥ୍ୟ ଯାଞ୍ଚ କରି ପରବର୍ତ୍ତୀ ସମୟରେ ଜଙ୍ଗଲକୁ ଛଡ଼ାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: LokSabha News: ଭାରତରେ ବଢୁଛି ଆତ୍ମହତ୍ୟା ପ୍ରବଣତା, 2ବର୍ଷରେ 4 ଲକ୍ଷ 50 ହଜାର ହାରିଲେଣି ଜୀବନ
ବନ ବିଭାଗର ଅପରେସନ ସଫଳ ହୋଇଥିବାବେଳେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସାହସୀକତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏନେଇ ପ୍ରାଣୀ ଚିକିତ୍ସକ ଡଃ. ଯାଶଭି କହିଛନ୍ତି, "ଏହି ଅପରେସନରେ ଅନେକ ଚ୍ୟାଲେଞ୍ଜ ରହିଥିଲା । ଉଦ୍ଧାର କରିବା ସମୟରେ କୌଣସି ବଶତଃ ବାଘର ଚେତା ଫେରିଲେ ଆକ୍ରମଣର ସମ୍ଭାବନା ରହିଥାଏ । ମାତ୍ର ମେଘନାଙ୍କ ସାହାସର ସହ ଏହି କାର୍ଯ୍ୟକୁ କରିପାରିଛନ୍ତି ।" ତାଙ୍କର ଏହି କାର୍ଯ୍ୟ ଅତି ପ୍ରଶଂସନୀୟ ବୋଲି ସେ କହିଛନ୍ତି ।