ETV Bharat / bharat

ବିଶେଷଜ୍ଞଙ୍କ ଦାବି, ଭାରତରେ ଆସିବନି କୋରୋନାର ତୃତୀୟ ଲହରୀ - ତୃତୀୟ ଲହରୀ

କୋରୋନା ନୂଆ ନୂଆ ରୂପକୁ ନେଇ ଛାତିରେ ପଶୁଛି ଛନକା । ଏସବୁ ଭିତରେ ବିଶେଷଜ୍ଞଙ୍କ ଦାବି କିଛିଟା ମାତ୍ରରେ ଆଶ୍ବସ୍ତ କରିଛି । ଅଧିକ ପଢନ୍ତୁ...

ବିଶେଷଜ୍ଞଙ୍କ ଦାବି, ଭାରତରେ ଆସିବନି କୋରୋନାର ତୃତୀୟ ଲହରୀ

author img

By

Published : Jun 22, 2021, 4:57 PM IST

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସଂକ୍ରମଣ । ଏହାରି ମଧ୍ୟରେ ଭୟ ବଢାଉଛି ତୃତୀୟ ଲହରୀର ଆଶଙ୍କା । କୋରୋନା ନୂଆ ନୂଆ ରୂପକୁ ନେଇ ଛାତିରେ ପଶୁଛି ଛନକା । ଏସବୁ ଭିତରେ ବିଶେଷଜ୍ଞଙ୍କ ଦାବି କିଛିଟା ମାତ୍ରରେ ଆଶ୍ବସ୍ତ କରିଛି ।

ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିକଟରେ କୋରୋନା ଭାଇରସର ତୃତୀୟ ଲହରୀକୁ ନେଇ ଚେତାବନୀ ଦେଇଥିଲେ । ତାଙ୍କ କହିବାନୁଯାୟୀ, ସଠିକ ଭାବରେ କୋରୋନା ଗାଇଡଲାଇନ ପାଳନ ନହେଲେ କିମ୍ବା ଭିଡକୁ କାବୁ ନ କରାଗଲେ, 6 ରୁ 8 ସପ୍ତାହ ମଧ୍ୟରେ କୋରୋନାର ତୃତୀୟ ଲହରୀ ଦେଶରେ ପହଞ୍ଚିବ ।

ଏପଟେ ଏମ୍ସ ନିର୍ଦ୍ଦେଶକଙ୍କ ଏହି ଦାବିକୁ ନେଇ ବିଶେଷଜ୍ଞଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କୋରୋନା ସଂକ୍ରମଣର ତୃତୀୟ ଲହରୀର ଭୟ ଆଧାରହୀନ । ଦେଶରେ ଆଗକୁ କୋରୋନା ସଂକ୍ରମଣ ବଢିବାକୁ ନେଇ କୌଣସି ବଜ୍ଞାନିର ଆଧାର ଉପଲବ୍ଧ ନାହିଁ ।

ଭାଇରୋଲୋଜିଷ୍ଟ ଡାକ୍ତର ଟି ଜ୍ୟାକବ ଜନ କହିଛନ୍ତି ଯେ ଦେଶରେ କରୋନା ଭୂତାଣୁ ସଂକ୍ରମଣର ଏକ ନୂତନ ସ୍ବରୂପ ନ ଆସିଲେ ତୃତୀୟ ଲହରୀ ସମ୍ଭବ ନୁହେଁ। ବର୍ତ୍ତମାନର କୋରୋନା ଭ୍ୟାରିଆଣ୍ଟ ସଂକ୍ରମଣରେ ଏକ ନୂତନ ବୃଦ୍ଧି ସୃଷ୍ଟି କରିପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁଲାଇ ଶେଷ ସୁଦ୍ଧା ଏହି ମହାମାରୀ କ୍ରମାଗତ ଭାବେ ହ୍ରାସ ପାଇବା ଆରମ୍ଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.