ETV Bharat / bharat

ପଞ୍ଜାବ ସୀମାରେ ୩୧ କିଲୋ ହେରୋଇନ ଜବତ, ଦୁଇ ଗିରଫ

author img

By

Published : Jan 8, 2023, 5:15 PM IST

ଫାଜିଲ୍‌କା ପୋଲିସର ଏବଂ ସୀମା ସୁରକ୍ଷା ବଳ (BSF)ଙ୍କ ମିଳିତ ଅପରେସନ ଦ୍ବାରା ଧରା ପଡିଲା ଡ୍ରଗ୍ସ ଡିଲର । ଡ୍ରଗ୍ସ କାରବାରରେ ସେନା କର୍ମଚାରୀ ସାମିଲ ଥିବା ସୂଚନା ଦେଲେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ

ଫାଜିଲ୍‌କା ପୋଲିସର ବଡ ସଫଳତା
ଫାଜିଲ୍‌କା ପୋଲିସର ବଡ ସଫଳତା

ଚଣ୍ଡିଗଡ଼: ପଞ୍ଜାବ ପୋଲିସର ବଡ଼ ସଫଳତା । ପଞ୍ଜାବର ଫାଜିଲ୍‌କା ଅଞ୍ଚଳରେ ବିପୁଳ ମାତ୍ରାରେ ହେରୋଇନ୍‌ ଜବତ କରିଛି ଫାଜିଲ୍‌କା ପୋଲିସ । ଏଠାରେ 29ଟି ପ୍ୟାକେଟ ଜବତ କରିଛି ପୋଲିସ ଯେଉଁଥିରେ ୩୧ କିଲୋ ୨୦୦ ଗ୍ରାମ ହେରୋଇନ ରହିଥିବା ପୋଲିସ ସୂଚନା ଦେଇଛି । ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅନ୍ତର୍ଜାତୀୟ ବଜାରରେ ହେରୋଇନ ମୂଲ୍ୟ କୋଟିକୋଟି ଟଙ୍କା ବୋଲି ଅନୁମାନ କରାଯାଉଛି । ଫାଜିଲ୍‌କା ପୋଲିସର ଏବଂ ସୀମା ସୁରକ୍ଷା ବଳ(BSF)ର ମିଳିତ ଅପରେସନ ଦ୍ବାରା ଡ୍ରଗ୍ସ ଡିଲର ଧରା ପଡିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନିର୍ଦ୍ଦେଶରେ ଟ୍ରାନ୍ସ-ସୀମା ନିଶା କାରବାର ନେଟୱାର୍କ ବିରୋଧରେ ଆରମ୍ଭ ହୋଇଥିବା ଅପରେସନ ସଫଳ ହୋଇଛି । ତେବେ ହେରୋଇନ୍ ଚୋରା ଚାଲାଣ ମାମଲାରେ ଜଣେ ସେନା କର୍ମଚାରୀ ସାମିଲ ଥିବା ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି । ପଠାନକୋଟରେ ପୋଷ୍ଟିଂ ହୋଇଥିବା ୨୬ ବର୍ଷୀୟ ସେନା କର୍ମଚାରୀ ଏବଂ ତାଙ୍କ ସହଯୋଗୀ ପରମଜିତ ସିଂକୁ ଗିରଫ କରାଯାଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ୩୧ କିଲୋ ହେରୋଇନ ବ୍ୟତୀତ ପୋଲିସ ସେମାନଙ୍କ ନିକଟରୁ ଏକ କାର ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି ।

ସେଣ୍ଟ୍ରାଲ୍ ଏଜେନ୍ସି ଏବଂ BSF ସହିତ ଏକ ସମନ୍ୱିତ ଅପରେସନକୁ ନେଇ ଡିଜିପି ଗୌରବ ଯାଦବ କହିଛନ୍ତି ଯେ ଫାଜିଲ୍‌କା ଅଞ୍ଚଳରେ ଫାଜିଲ୍‌କା ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସୀମାନ୍ତ ଜିଲ୍ଲାରେ ଡ୍ରଗ୍ସ ଡିଲିଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ବହୁ ସଫଳତା ହାସଲ କରିଛି । ଫରୋଜପୁର ଡିଜି ରଣଜିତ ସିଂ ଧିଲନ୍ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପାଇପ୍ ସାହାଯ୍ୟରେ ପାକିସ୍ତାନୀ ଡ୍ରଗ୍ସ ଡିଲରମାନେ ଡ୍ରଗ୍ସ କନ୍‌ସାଇନ୍‌ମେଣ୍ଟ ନବା ଆଣିବା କରୁଥିଲେ । ପାଇପ୍ ସାହାଯ୍ୟରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ମଧ୍ୟ ପ୍ରବେଶ କରୁଥିଲେ ।

ଗତ ଗୁରୁବାର ଦ୍ୱିପ୍ରହରରେ ଫିରୋଜପୁର ସେକ୍ଟର ଆଉଟପୋଷ୍ଟ ନିକଟରେ ପୀର ଇସମେଲ ଖାଁ ଗ୍ରାମ ନିକଟରୁ ମଧ୍ୟ ୧ କେଜି ହେରୋଇନ୍ (1 kg of heroin) ଜବତ ସହ ଡ୍ରଗ୍ସ ଡିଲରକୁ ଧରିଥିଲା BSF । ଜବତ ହୋଇଥିବା ହେରୋଇନ ଯାଞ୍ଚ ପାଇଁ ପଠାଯାଇଥିବା ସୂଚାନା ଦେଇଥିଲେ ଯବାନ । ତେବେ ଅନ୍ତର୍ଜାତୀୟ ବଜାରରେ ୧ କେଜି ହେରୋଇନ ମୂଲ୍ୟ ୭ରୁ ୮ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏହାସହ ୨୦୨୨ ମସିହାରେ ବିଏସଏଫ ସଫଳତାର ସହ ୨୨ଟି ଡ୍ରୋନ୍ ସହ ୩୧୬.୯୮୮ କେଜି ହେରୋଇନ୍, ୬୭ ମାରଣାସ୍ତ୍ର ଏବଂ ୮୫୦ ରାଉଣ୍ଡ ଅଫୁଟା ଗୁଳି ମଧ୍ୟ ଜବତ କରିବାରେ ସଫଳ ହୋଇଥିଲା BSF । ଏହାସହ ୨ଜଣ ପାକିସ୍ତାନୀ ସନ୍ଦିଗ୍ଧ ଅନୁପ୍ରବେଶକାରୀକୁ ନିପାତ କରିଥିବା ବେଳେ ୨୩ ପାକିସ୍ତାନୀକୁ ଧରିଛି BSF ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.