ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗାଜିଆବାଦରେ ମହିଳାଙ୍କୁ ହତ୍ୟା କରି ଗିରଫ ହେଲେ ବାପ ପୁଅ । ଅଭିଯୁକ୍ତ ବ୍ୟକ୍ତି ଜଣକ ମୃତ ମହିଳାଙ୍କ ସହିତ ଅନୈତିକ ସମ୍ବନ୍ଧ ରଖିଥିବା ନେଇ ମଧ୍ୟ ସୂଚନା ମିଳିଛି । ମହିଳାଙ୍କୁ ହତ୍ୟା କରିବା ପରେ ସେମାନେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଟ୍ରାକ୍ଟର ତଳେ ଚାପି ହୋଇ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଦର୍ଶାଇଥିଲେ । ମାତ୍ର ଶେଷରେ ତାଙ୍କର ଅପରାଧ ସାମନାକୁ ଆସିଛି । ପୋଲିସ ବାପ ପୁଅଙ୍କୁ ଗିରଫ କରିଛି ।
ଏହି ଘଟଣାଟି ଗାଜିଆବାଦର ସିଭିଲ ଲାଇନ ଥାନା ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଚରଣ ସିଂ ଓ ୨୪ ବର୍ଷୀୟ ପୁଅ ରୋହିତ । ଗତ ଜାନୁଆରୀ ୧୭ ତାରିଖରେ ଜଣେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ମହିଳାଙ୍କ ସମ୍ପର୍କରେ ପୋଲିସ ଖବର ପାଇଥିଲା । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଜଣେ ଯୁବକ ପୋଲିସ ନିକଟକୁ ଆସି ଏହା ଏକ ଦୁର୍ଘଟଣା ଓ ସେ ଦୁର୍ଘଟଣା ବେଳେ ଉପସ୍ଥିତ ଥିବା ନେଇ କହିଥିଲା ।
ଏହା ବି ପଢନ୍ତୁ- RAPE CASE: ନାବାଳିକା ଶାଳୀ ଉପରେ ଭିଣୋଇର ନଜର, ଦୁଷ୍କର୍ମ ଅଭିଯୋଗ
ମହିଳା ଜଣକ ଏକ ଟ୍ରାକ୍ଟର ଦ୍ବାରା ଧକ୍କା ଖାଇବା ପରେ ମୃତ୍ୟୁବରଣ କରିଥିବା ପୋଲିସକୁ ସେ କହିଥିଲା । ପ୍ରାଥମିକ ତଦନ୍ତ ସମୟରେ ମଧ୍ୟ ପୋଲିସ ଏହା ବିଶ୍ବାସ କରିନେଇଥିଲା ଯେ ମହିଳାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ । ମାତ୍ର ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ଏନେଇ ଡିସିପି ନିପୁନ ଅଗ୍ରୱାଲ କହିଛନ୍ତି, "ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ମହିଳାଙ୍କୁ ହତ୍ୟା କରାଯାଇଛି । ଏହାପରେ ତାଙ୍କ ଶରୀରକୁ କ୍ଷତାକ୍ତ କରାଯାଇଥିଲା । ଯାହାଦ୍ବାରା ଏହା ଏକ ଦୁର୍ଘଟଣା ବୋଲି ଜଣାପଡ଼ିବ । "
ତଦନ୍ତ ବେଳେ ଜଣାପଡ଼ିଛି ଯେ ମହିଳା ଜଣକ ବିବାହିତ ଥିଲେ । ହେଲେ ସେ ଚରଣ ସିଂଙ୍କ ସହିତ ଅନୈତିକ ସମ୍ପର୍କ ରଖଥିଲେ । ଚରଣଙ୍କ ପୁଅ ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ରହିଛି । ଚରଣ ସିଂଙ୍କ ପରିବାର ମଧ୍ୟ ଏ ସମ୍ପର୍କରେ ଅବଗତ ଥିଲା ଏବଂ ସେମାନେ ଏହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ମୃତ ମହିଳା ଓ ଚରଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଚରଣ ମୃତ ମହିଳାଙ୍କୁ ଗାଜିଆବାଦ ଆସିବା ଲାଗି କହିଥିଲେ । ଏହାପରେ ସେମାନେ GT ରୋଡ୍ ନିକଟରେ ଥିବା ହୋଟେଲକୁ ମହିଳାଙ୍କୁ ନେଇ ଯାଇଥିଲେ ।
ଏହାପରେ ଚରଣଙ୍କ ପୁଅ ରୋହିତ କାରରେ ହୋଟେଲ ନିକଟକୁ ଆସିଥିଲେ । ଏହାପରେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଚରଣ ଓ ମହିଳା ଜଣକ ହୋଟେଲରୁ ବାହାରିଥିଲେ । ଏହାପରେ ରୋହିତଙ୍କ କାରରେ ଉଭୟ ବସିଥିଲେ । ଏହି ସମୟରେ ବାପ ପୁଅ ଉଭୟ ମିଶି ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ ।