ପାଟନା: ପ୍ରେମ ପାଇଁ ଅନରକିଲିଂ ଉଦ୍ୟମ । ଝିଅକୁ ଗୁଳି କରି ବାପାର ହତ୍ୟା ଉଦ୍ୟମ (Father shoots daughter in Patna )। ଗୁରୁତର ଝିିଅ ହସ୍ପିଟାଲରେ ଭର୍ତ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟନାରେ । ଘଟଣା ପରେ ଏପରି କାଣ୍ଡ ଭିଆଇଥିବା ବାପା ଫେରାର ହୋଇଯିବାରେ ସଫଳ ହୋଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ନୌବାତପୁର ପୋଲିସ ଷ୍ଟେସନ ପରିସରର ରେଙ୍ଗାନିଆବାଗ ଗାଁର ବାସିନ୍ଦା ଋଷିଦେବ ପ୍ରସାଦ ତାଙ୍କ 21 ବର୍ଷର ଝିଅ ମଧୁ କୁମାରୀଙ୍କ ପ୍ରେମ ସମ୍ପର୍କ ନେଇ ଜାଣିବା ପରେ ହଠାତ ଉତ୍ତେଜିତ ହୋଇ ପଡିଥିଲେ । ସେ ମଧୁଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ (Father shot daughter in love affair )। ମଧୁଙ୍କ ଦେହରେ ପାଞ୍ଚଟି ଗୁଳି ବାଜିଛି । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି ।
ଅନ୍ୟପକ୍ଷରେ, ଘଟଣା ପରେ ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ବାପାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ତେବେ ପୀଡିତାଙ୍କ ମା’ ଘଟଣା ସମ୍ପର୍କରେ କିଛି ପ୍ରକାଶ କରିବାକୁ କୁଣ୍ଠାବୋଧ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ