ETV Bharat / bharat

ହଜିଗଲା ମାନବିକତା: ୭ ବର୍ଷର ଝିଅକୁ ବିକ୍ରି କଲା ବାପା, ଉଦ୍ଧାର କଲା ପୋଲିସ

author img

By

Published : May 24, 2023, 5:17 PM IST

ଅର୍ଥର ଲାଳସା ଆଗରେ ହଜିଯାଇଛି ସମ୍ପର୍କ ଓ ମାନବିକତା । ନିଜ ୭ ବର୍ଷର ଝିଅକୁ ମାତ୍ର ୪ ଲକ୍ଷ ୫୦ହଜାର ଟଙ୍କାରେ ବିକ୍ରି କରିଦେଇଛି ବାପା । ଅଧିକ ପଢନ୍ତୁ

୭ ବର୍ଷର ଝିଅକୁ ବିକ୍ରି କଲା ବାପା
monster father sells minor girl

ଜୟପୁର: ଅର୍ଥର ଲାଳସା ଆଗରେ ତୁଚ୍ଛ ହୋଇଗଲା ରକ୍ତର ସମ୍ପର୍କ । ମାତ୍ର କିଛି ଟଙ୍କା ପାଇଁ ଜନ୍ମ କଲା ଝିଅକୁ ବିକ୍ରି କରିଦେଲା ବାପା । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଢୋଲପୁର ଜିଲ୍ଲାରେ ଥିବା ମାନିଆ ଅଞ୍ଚଳରେ । ମାତ୍ର ୪ ଲକ୍ଷ ୫୦ହଜାର ଟଙ୍କାରେ ନିଜର ୭ବର୍ଷର ଝିଅ ସହ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ବିବାହ କରାଇବାକୁ ସ୍ଥିର କରିଥିଲେ ପରିବାର ଲୋକେ । ସୂଚନା ମୁତାବକ ଭୁପାଲ ସିଂ ନାମକ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ସହ ବିବାହ କରାଇବା ପାଇଁ ମୁଲଚାଲ ହୋଇଥିଲା । ଶେଷରେ ମାତ୍ର ୪ଲକ୍ଷ ୫୦ ହଜାର ଟଙ୍କାରେ ନାବାଳିକାର ସଉଦା କରାଗଲା । ଝିଅଟି ନାବାଳିକା ହୋଇଥିଲେ ସୁଦ୍ଧା ବେଆଇନ ଭାବରେ ବିବାହ ସ୍ଥିର କରାଯାଇଥିଲା ।

ଗତ ୨୧ ତାରିଖରେ ଭୁପାଲଙ୍କ ସହ ନାବାଳିକାଟିର ବିବାହ ହେବାକୁ ଥିବାବେଳେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଆରମ୍ଭ କରିଥିଲା ତନାଘନା । ବଧୂବେଶରେ ଥିବା ନାବାଳିକାକୁ ସେଠାରୁ ଉଦ୍ଧାର କରାଯିବା ସହ ବୟାନ ରେକର୍ଡ କରିଥିଲା ପୋଲିସ । ପୀଡିତାଙ୍କୁ ସେଠାରୁ ଉଦ୍ଧାର କରିବା ପରେ ମାନିଆ ପୋଲିସ ସୁପରିଟେଣ୍ଡେଣ୍ଟ ଦୀପକ ଖଣ୍ଡେଲୱାଲଙ୍କ ଅଧୀନରେ ଏକ ଟିମ୍ ସମ୍ପୂର୍ଣ୍ଣ ଘରେ ରେଡ୍ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ନାବାଳିକାର ପରିବାରର କେତେକ ସଦସ୍ୟ ପୂବର୍ରୁ ଏକ ହତ୍ୟା ମାମଲାର ଅଭିଯୁକ୍ତ ରହିଛନ୍ତି । ଏପରିକି ସେମାନେ ମଧ୍ୟପ୍ରଦେଶ ସ୍ଥିତ ଜେଲ୍‌ରେ ସଜ୍ଜା ମଧ୍ୟ କାଟିଥିବା ନଜିର ରହିଛି । ତେବେ ଜେଲ୍‌ରୁ ମୁକୁଳିବା ପରେ ରାଜସ୍ଥାନ ସ୍ଥିତ ମାନିଆରେ ସେମାନେ ବାସ କରୁଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । କିନ୍ତୁ କାହିଁକି ଓ କେଉଁ ପରିସ୍ଥିତିରେ ଝିଅକୁ ବିକ୍ରି କରି ବିବାହ କରାଇବା ନିଷ୍ପତ୍ତି ନେଇଥିଲେ ପରିବାରଲୋକେ, ତାହାର ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଅର୍ଥ ବିନିମୟରେ ଝିଅକୁ ବିବାହ ପାଇଁ ଅଣାଯାଇଥିବା କଥାକୁ ସ୍ବିକାର କରିଛନ୍ତି ଭୁପାଲଙ୍କ ପରିବାର ।

କିଛି ଦିନ ପୂର୍ବେ ବିହାରରୁ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥଲା । ଲକ୍ଷ୍ମୀପୁର ଗାଁରେ ବାସ କରୁଥିବା ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ସହ ଏକ ନାବାଳିକାର ବିବାହ କରାଯିବା ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ପୀଡିତାଙ୍କୁ ଉଦ୍ଧାର କରିଥିଲା । ତେବେ ଋଣ ପରିଶୋଧ କରିନପାରିବାରୁ ବ୍ୟକ୍ତି ଜଣଙ୍କ ଜୋର ଜବରଦସ୍ତ ନାବାଳିକାକୁ ବିବାହ କରୁଥିବା ନେଇ ପ୍ରକାଶ କରିଥିଲେ ପୀଡିତାଙ୍କ ମାଆ । ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.