ETV Bharat / bharat

ଚାଞ୍ଚଲ୍ୟ ! 20 ହଜାର ଟଙ୍କାରେ ନବଜାତ ଶିଶୁ କନ୍ୟାକୁ ବିକିଦେଲେ ଦମ୍ପତି

ରାଞ୍ଚିରେ ଆସିଲା ଶିଶୁ ବିକ୍ରି ଅଭିଯୋଗ । ମାତ୍ର 20 ହଜାର ଟଙ୍କାରେ ନବଜାତ ଶିଶୁ କନ୍ୟାକୁ ବିକି ଦେଲେ ଦମ୍ପତି । ଘଟଣା ପ୍ରଘଟ ହେବା ପରେ ଶିଶକନ୍ୟାକୁ ଫେରାଇ ଆଣିଲେ (father sells his newborn baby in Ranchi)। ପୋଲିସ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

author img

By

Published : Oct 18, 2022, 10:35 PM IST

ଚାଞ୍ଚଲ୍ୟ ! 20 ହଜାର ଟଙ୍କାରେ ନବଜାତ ଶିଶୁ କନ୍ୟାକୁ ବିକି ଦେଲେ ଦମ୍ପତି

ରାଞ୍ଚି: ଟଙ୍କା ପାଇଁ ଜନ୍ମକଲା କନ୍ୟା ସନ୍ତାନକୁ ମାତ୍ର 20 ହଜାର ଟଙ୍କାରେ ବିକି ଦେଲେ ଦମ୍ପତି (father sells his newborn baby in Ranchi)। ଏପରି କିଛି ଅଭାବନୀୟ ଘଟଣା ଝାଡଖଣ୍ଡ ରାଜଧାନୀ ରାଞ୍ଚି ନିକଟବର୍ତ୍ତୀ ମୈକଲୁସ୍କିଗଞ୍ଜରେ ଦେଖିବାକୁ ମିଳିଛି । ତେବେ ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଦମ୍ପତି ଉକ୍ତ କନ୍ୟା ସନ୍ତାନକୁ ଫେରାଇ ଆଣିଥିବା ମଧ୍ୟ ସୂଚନା ରହିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ପରିବାର ଏକ ଆଦିବାସୀ ଜନଜାତି ପରିବାର ଓ ଟଙ୍କା ପ୍ରଲୋଭନରେ ଏପରି କରାଯାଇଥିବା ଜଣାପଡିଛି । ମାତ୍ର 20 ହଜାର 5 ଶହ ଟଙ୍କାରେ ଉକ୍ତ ଶିଶୁକୁ ବିକ୍ରି କାରଯାଇଥିବା ପୋଲିସ ଜାଣିବାକୁ ପାଇଛି । ଘଟଣା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଓ କିଛି ସାମାଜିକ କର୍ମୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ଦମ୍ପତି ଉକ୍ତ କନ୍ୟା ସନ୍ତାନକୁ ଫେରାଇ ଆଣିଛନ୍ତି ।

ଘଟଣା ନେଇ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ଦମ୍ପତି ନିଜର ଏକ ଏକ ମାସର ନବଜାତ ଶିଶୁ କନ୍ୟାକୁ ମାତ୍ର 20 ହଜାର 5 ଶହ ଟଙ୍କାରେ ରାଞ୍ଚିର ଏକ ମୁସଲିମ ପରିବାରକୁ ବିକ୍ରି କରି ଦେଇଥିଲେ । ତେବେ ତାର ମାତ୍ର କିଛି ଘଣ୍ଟା ପରେ ଘଟଣା ସମ୍ପର୍କରେ ତଥ୍ୟ ପ୍ରଘଟ ହେବା ପରେ କାର୍ଯ୍ୟାନୁଷ୍ଠାନ ଭୟର ସତ କହିଥିଲେ ଦମ୍ପତି । ଶିଶୁର ପିତା ଅଭିଯୋଗ କିରଥିଲେ ଯେ, ତାଙ୍କୁ ପ୍ରବଳ ମଦ୍ୟପାନ କରାଇ ନିଶାରେ ଏପରି କରିବାକୁ ବାଧ୍ୟ କରାଯାଇଥିଲା । ଗ୍ରାମରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଥିବା ଦିନ ଅଧିକାଂଶ ଗ୍ରାମବାସୀ ଗ୍ରାମରେ ଉପସ୍ଥିତ ନଥିଲେ । ଏହି ସମୟରେ ତାଙ୍କୁ ମଦ୍ୟପାନ କରାଇ ଏପରି ସୌଦା କରାଯାଇଥିବା ଶିଶୁର ପିତା ପାଲଟା ଅଭିଯୋଗ କରିଛନ୍ତି । ତେବେ ସ୍ଥାନୀୟ କିଛି ସାମାଜିକ କର୍ମୀଙ୍କ ଜରିଆରେ ଏହି ଘଟଣା ପ୍ରଶାସନକୁ ଜଣାଯିବା ପରେ ସମ୍ପୃକ୍ତ ପରିବାର ଶିଶୁଟିକୁ ଫେରାଇ ଆଣିଛନ୍ତି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.