ପାଟନା: ହୋଲି ଖେଳିବାକୁ ମନା କଲେ ପରିବାର ବର୍ଗ । କ୍ରୋଧିତ ହୋଇ ବାପା ଆଗରେ ନାବିଳିକା ଝିଅକୁ ଗୁଳିମାଡ଼଼ । ଗୁଳିମାଡ଼ରେ ବାପା ଆଗରେ ଟଳିପଡିଲା ଝିଅ । ବିହାରର ଗୟା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏଭଳି ଅଭିଯୋଗ ପରେ ପୋଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଛି ।
ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ: ସୂଚନା ଅନୁଯାୟୀ, ହୋଲି ଦିନ କିଛି ଲୋକ ବିହାରର ପଞ୍ଚନପୁର ଓୌପୀର ଟେପା ଗାଁର ମିଥିଳେଶ ପ୍ରସାଦଙ୍କ ଘରକୁ ହୋଲି ଖେଳିବାକୁ ଆସିଥିଲେ । କିନ୍ତୁ ହୋଲି ଖେଳିବାକୁ ମନା କରିଦେଇଥିଲେ ମିଥିଳେଶ । ଏହାପରେ ହୋଲି ଖେଳିବାକୁ ଆସିଥିବା ଲୋକେ ରାଗରେ ଜର୍ଜରିତ ହୋଇ ଗାଳିଗୁଲଜ କରିବା ସହ ଦୁର୍ବବ୍ୟବହାର କରିଥିଲେ । କିନ୍ତୁ ଏତକିରେ ମନ ଶାନ୍ତ ନହେବାରୁ ରାଗରେ ଜର୍ଜରିତ ହୋଇ ବାପା ସାମ୍ନାରେ ନାବାଳିକା ଝିଅକୁ ଗୁଳି କରିଦେଲେ ଦୁର୍ବୃତ୍ତ । ଏହାପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।
ପଞ୍ଚାନପୁର ଥାନାରେ ଦିଆଯାଇଥିଲା ଏତଲା: ଝିଅକୁ ଗୁଳିକରି ହତ୍ୟା କରିବା ପରେ ବାପା ମିଥଳେଶ ପ୍ରସାଦ ପଞ୍ଚାନପୁର ଔପି ଥାନାରେ ଏତଲା ଦେଇଥିଲେ । ମୋଟ ୯ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା । ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଗୟା ଏସ୍ପି ଆଶିଷ ଭାରତୀ ଟିକିରି ଥାନା ପୋଲିସକୁ ମାମାଲା ହସ୍ତାନ୍ତର କରିବା ସହ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ, ଥାନାରେ କଲା ଆତ୍ମସମର୍ପଣ
ନାବାଳିକାକୁ ହତ୍ୟା କରିବା ଘଟଣାରେ ପୋଲିସ ତଦନ୍ତ କରି ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ଏହାପରେ ହରିୟାପୁର ଟେପା ଅଞ୍ଚଳରୁ ବିନୟ ସିଂ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେବେ ଏତଲା ଦିଆଯାଇଥିବା ୯ ଜଣଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏନେଇ ଗୟା ଏସପି ଆଶିଷ ଭାରତୀ କହିଛନ୍ତି, "ହୋଲି ଖେଳିବାକୁ ମନା କରିବାରୁ ଟେପା ଗାଁର ବାପା ସାମ୍ନାରେ ନାବାଳିକା ଝିଅକୁ ଗୁଳିକରି ହତ୍ୟା କରିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ୮ଜଣ ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ