ETV Bharat / bharat

Delhi Murder Case: ଓକିଲ ହେବାକୁ ଚାହୁଁଥିଲେ ସାକ୍ଷୀ, ଫାଶୀ ଦଣ୍ଡ ମାଗିଲା ପରିବାର; 2ଦିନ ତଳେ ହରିଦ୍ୱାରରୁ ଛୁରୀ କିଣିଥିଲା ସାହିଲ

ଦିଲ୍ଲୀରେ ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଘଟଣା । ପୀଡ଼ିତାଙ୍କ ପରିବାର ଦୋଷୀ ବିରୋଧରେ ଫାଶୀ ଦଣ୍ଡ ଲାଗି ଦାବି କରିଛନ୍ତି । ଅଧିକ ପଢନ୍ତୁ

Delhi Murder Case
Delhi Murder Case
author img

By

Published : May 30, 2023, 10:19 PM IST

Delhi Murder Case: ଓକିଲ ହେବାକୁ ଚାହୁଁଥିଲେ ସାକ୍ଷୀ, ଫାଶୀ ଦଣ୍ଡ ଦାବି କଲା ପରିବାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଶାହବାଦ ଅଞ୍ଚଳରେ ନାବାଳିକାଙ୍କୁ ୨୧ଥର ଛୁରୀ ଭୁସି ହତ୍ୟା ଘଟଣା ଏବେ ସାରା ଦେଶରେ ଚହଳ ପକାଇଛି । ଏ ନେଇ ରାଜନୀତିଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ଦେବା ଲାଗି ଦାବି ହେଉଛି । ସେପଟେ ମୃତ ନାବାଳିକା ସାକ୍ଷୀଙ୍କ ପରିବାର ଲୋକେ ମଧ୍ୟ ହତ୍ୟାକାରୀ ପ୍ରେମିକ ସାହିଲକୁ ମୃତ୍ୟୁଦଣ୍ଡ ଦେବା ଲାଗି ଦାବି କରିଛନ୍ତି । ସାକ୍ଷୀ ପାଠ ପଢି ଓକିଲ ହେବାକୁ ଚାହୁଁଥିଲା । ସେ ନିଜ କ୍ୟାରିଅର ଗଢିବା ପୂର୍ବରୁ ତାକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ମୃତ ନାବାଳିକାଙ୍କ ପିତା ଦାବି କରିଛନ୍ତି । ତେବେ 2ଦିନ ତଳେ ହରିଦ୍ୱାରରୁ ଛୁରୀ କିଣିଥିଲା ଅଭିଯୁକ୍ତ ସାହିଲ ।

ଏନେଇ ମୃତ ନାବାଳିକାର ପିତା କହିଛନ୍ତି, "ସେ ଆମ ଲାଗି ପୁଅ ସମାନ ଥିଲା । ମୋ ରୋଜଗାର ଅଧିକ ନଥିଲେ ମଧ୍ୟ ତାକୁ ଟ୍ୟୁସନ ଦେଉଥିଲି । ସେ ଅଧିକ ପାଠ ପଢି ଓକିଲାତି କରିବ ବୋଲି କହୁଥିଲା । ସେ ଏବେ ନିକଟରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା । ସେ ଦୁନିଆ ଦେଖିବା ପୂର୍ବରୁ ତାକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ।" ସାକ୍ଷୀ ପରିବାରରେ ବାପା ମାଆ ଓ ଗୋଟିଏ ଭାଇ ଥିବା ଜଣାପଡ଼ିଛି । ସେପଟେ ସାକ୍ଷୀଙ୍କ ବାପା ଆହୁରି କହିଛନ୍ତି ଯେ ସେ ଗତ କିଛି ଦିନ ଧରି ଜଣେ ବନ୍ଧୁଙ୍କ ଘରେ ରହୁଥିଲା । ତାଙ୍କର ୨ଜଣ ଶିଶୁକୁ ପାଠ ପଢାଉଥିଲା । ଉକ୍ତ ମହିଳାଙ୍କର ସ୍ବାମୀ ଜେଲରେ ଥିବାରୁ ସେ ତାଙ୍କ ଘରେ ରହୁଥିବା କହିଛନ୍ତି ସାକ୍ଷୀର ପିତା ।

ଏହା ବି ପଢନ୍ତୁ- Delhi Murder Case: ପୀଡ଼ିତା ପରିବାରକୁ ୧୦ଲକ୍ଷ ସହାୟତା ରାଶି ଦେବ AAP

ହତ୍ୟାକାଣ୍ଡ ପରେ ଏବେ ପୀଡ଼ିତାଙ୍କ ଘରେ ରାଜନେତାଙ୍କ ଭିଡ଼ ଜମିବାରେ ଲାଗିଛି । ମଙ୍ଗଳବାର ସକାଳେ ବିଜେପି ସାଂସଦ ହଂସରାଜ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହାସହିତ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାସହିତ ପୀଡ଼ିତାଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇଛନ୍ତି । ସେପଟେ ଦିଲ୍ଲୀ ସରକାର ମଧ୍ୟ ପୀଡ଼ିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି । ପୀଡ଼ିତାଙ୍କ ପରିବାର ଶାହବାଦର ଝୁଗି ଅଞ୍ଚଳରେ ରହୁଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ଅବସ୍ଥାରେ ଥିବାରୁ ଉକ୍ତ ସ୍ଥାନରେ ପୋଲିସ ଉପସ୍ଥିତ ରହିଛି ।

ସୂଚନା ଥାଉ କି ରବିବାର ବିଳମ୍ବିତ ରାତିରେ ଶାହବାଦ ଅଞ୍ଚଳରେ ଜଣେ ୧୬ବର୍ଷୀୟ ନାବାଳିକାକୁ ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ନୃଶଂସ ପ୍ରେମିକ ସାକ୍ଷୀଙ୍କୁ ହତ୍ୟା କରୁଥିବା ବେଳେ ସେହି ବାଟ ଦେଇ ଅନେକ ଲୋକ ଯିବା ଆସିବା କରୁଥିଲେ । ହେଲେ କେହି ସାହିଲକୁ ରୋକିବାକୁ ଚେଷ୍ଟା କରିନଥିଲେ । ସମସ୍ତେ ଦର୍ଶକ ସାଜିଥିଲେ । ଆଉ ସାହିଲ ବାରମ୍ବାର ସାକ୍ଷୀକୁ ଛୁରୀ ଭୁସି ଚାଲିଥିଲା । ସେ କ୍ରୋଧର ସୀମା ଟପିଥିଲା । ଛୁରୀ ଭୁସିବା ପରେ ଏକ ପଥରରେ ସାକ୍ଷୀକୁ ଛେଚିଥିଲା । ସାକ୍ଷୀ ଦେହରେ ପ୍ରାୟ ୩୫ରୁ ଅଧିକ କ୍ଷତ ଚିହ୍ନ ରହିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ପୋଲିସ ସୋମବାର ସାହିଲକୁ ଉତ୍ତରପ୍ରଦେଶ ବୁଲନ୍ଦ ସହରରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.