ETV Bharat / bharat

ଏକ ଯୁଗର ଅବସାନ, ଆଖି ବୁଜିଲେ ସବୁଜ ବିପ୍ଳବର ଜନକ ଏମଏସ ସ୍ୱାମୀନାଥନ

author img

By ETV Bharat Odisha Team

Published : Sep 28, 2023, 12:36 PM IST

Updated : Sep 28, 2023, 1:15 PM IST

ଭାରତୀୟ କୃଷି ବିଜ୍ଞାନୀ ଏମଏସ ସ୍ବାମୀନାଥନଙ୍କ ପରଲୋକ । ଅଧିକ ପଢନ୍ତୁ

MS Swaminathan passes away
MS Swaminathan passes away

ଚେନ୍ନାଇ: କୃଷିର ଉନ୍ନତି ପାଇଁ ପ୍ରସିଦ୍ଧ ଭାରତୀୟ କୃଷି ବିଜ୍ଞାନୀ ଏମ ଏସ ସ୍ବାମୀନାଥନଙ୍କ ପରଲୋକ । 98 ବର୍ଷ ବୟସରେ ସେ ଚେନ୍ନାଇରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ୍ ବିଶିଷ୍ଟ ଜେନେଟିକ୍ ତଥା କୃଷି ବୈଜ୍ଞାନିକ, ଯିଏ ‘ସବୁଜ ବିପ୍ଳବ’ ମାଧ୍ୟମରେ ଭାରତୀୟ କୃଷିକୁ ପରିବର୍ତ୍ତନ କରିଥିଲେ । ତାଙ୍କୁ ସବୁଜ ବିପ୍ଳବର ଜନକ ବୋଲି କୁହାଯାଏ ।

ତାମିଲନାଡୁର କୁମ୍ବାକୋନାମ୍ ଠାରେ 1925, 7 ଅଗଷ୍ଟରେ ଜନ୍ମଗ୍ରହଣ କରିଥିଲେ ମାନକୋମ୍ବୁ ସାମ୍ବାସିଭାନ୍ ସ୍ୱାମୀନାଥନ । ସ୍ୱାମୀନାଥନଙ୍କ ପିତା ଜଣେ ସର୍ଜନ ଏବଂ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଥିଲେ । ସେ ତାମିଲନାଡୁର ସ୍ୱଦେଶୀ ଆନ୍ଦୋଳନ ଏବଂ ମନ୍ଦିର ପ୍ରବେଶ ଆନ୍ଦୋଳନରେ ଭାଗ ନେଇଥିଲେ । ଏହା ଅଳ୍ପ ବୟସରେ ସ୍ୱାମୀନାଥନଙ୍କ ମନରେ ସେବା ମନୋଭାବ ସୃଷ୍ଟି କରିଥିଲା ​। ଏକ ସ୍ଥାନୀୟ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ କରିବା ପରେ ସେ ଏକ ମେଡିକାଲ୍ ସ୍କୁଲରେ ଆଡମିଶନ ନେଇଥିଲେ । 1943 ମସିହାରେ ବଙ୍ଗଳା ଦୁର୍ଭିକ୍ଷ ପରେ ତାଙ୍କୁ କୃଷି ସମ୍ବନ୍ଧରେ ଅନୁସନ୍ଧାନ କରିବାକୁ ବାଧ୍ୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ସବୁଜ ବିଳ୍ପବର ଜନକ ଏମଏସ ସ୍ୱାମୀନାଥନଙ୍କ ସ୍ମରଣରେ...

ଏମଏସ ସ୍ୱାମୀନାଥନ ଦୁଇଟି ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଗୋଟିଏ ପ୍ରାଣୀ ବିଜ୍ଞାନରେ ଏବଂ ଅନ୍ୟଟି କୃଷି ବିଜ୍ଞାନରେ । ସ୍ୱାମୀନାଥନ୍ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଭାରତୀୟ ପୋଲିସ ସେବା ପ୍ରଦାନ କରାଯାଇଥିଲା । କିନ୍ତୁ 1948 ମସିହାରେ ୟୁନେସ୍କୋ ନେଦରଲ୍ୟାଣ୍ଡ ଛାତ୍ରବୃତ୍ତି ଗ୍ରହଣ କରିବାକୁ ସେ ବାଛି ନେଇଥିଲେ ।

1982-88 ମସିହା ମଧ୍ୟରେ ଆନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏମଏସ ସ୍ୱାମୀନାଥନ। 1987 ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଥିଲା ସେ। 1979 ରେ, ସେ କୃଷି ମନ୍ତ୍ରଣାଳୟର ମୁଖ୍ୟ ସଚିବ ଥିଲେ । କୃଷି କ୍ଷେତ୍ରରେ ଏହି ପୁରସ୍କାର ନୋବେଲ କିମ୍ବା ସର୍ବୋଚ୍ଚ ପୁରସ୍କାର ସହିତ ସମାନ ବୋଲି ବିବେଚନା କରାଯାଏ । ଏହି ସଫଳତା ପରେ ସେ ଚେନ୍ନାଇର ଥାରାମଣିରେ ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସ୍ଥାପନ କରିଥିଲେ। 1988 ରେ ସେ ଆନ୍ତର୍ଜାତୀୟ ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦର ସଂରକ୍ଷଣ ୟୁନିଅନର ସଭାପତି ହୋଇଥିଲେ ।ଆଳୁ, ଚାଉଳ, ଗହମ, ଝୋଟ ଇତ୍ୟାଦି ଉପରେ ତାଙ୍କର ଗବେଷଣା ପାଇଁ ତାଙ୍କୁ ଶ୍ରେୟ ଦିଆଯାଇଛି । କୃଷି କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ସେ 40 ରୁ ଅଧିକ ପୁରସ୍କାର ପାଇଛନ୍ତି।

ସ୍ୱାମୀନାଥନଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ 1971ରେ ରାମୋନ୍ ମ୍ୟାଗସେସେ ଆୱାର୍ଡ , 1986ରେ ଆଲବର୍ଟ ଆଇନଷ୍ଟାଇନ ୱାର୍ଲ୍ଡ ସାଇନ୍ସ ଆୱାର୍ଡ ପରି ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

Last Updated : Sep 28, 2023, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.