ETV Bharat / bharat

ଶହୀଦ ପୁଅର ଚିତା ନିକଟରେ ଦେଶକୁ ଆହ୍ବାନ ଦେଲେ ପିତା, ମୁଁ ବିଚଳିତ ନୁହେଁ ଗର୍ବିତ - deceased soldier

ଦେଶ ପାଇଁ ଶହୀଦ ହୋଇଥିବା ଯବାନ ପୁଅର ଚିତା ନିକଟରେ ଛିଡା ହୋଇ ଦେଶକୁ ଜଣେ ପିତାଙ୍କ ଆହ୍ବାନ । ମୁଁ ବିଚଳିତ ନୁହେଁ ବରଂ ଗର୍ବିତ । ଶହୀଦଙ୍କ ଅନ୍ତିମ ସଂସ୍କାର ସମୟରେ ଜଣେ ପିତାଙ୍କ ଏପରି ଭିଡିଓ ଏବେ ସୋସିଆଲ ମିଡିଆରୁ ନେଇ ମୁଖ୍ୟସ୍ରୋତ ଗଣମାଧ୍ୟମରେ ଚର୍ଚ୍ଚାର କାରଣ ପାଲଟିଛି । ଅଧିକ ପଢନ୍ତୁ

ଶହୀଦ ପୁଅର ଚିତା ନିକଟରେ ଦେଶକୁ ଆହ୍ବାନ ଦେଲେ ପିତା, ମୁଁ ବିଚଳିତ ନୁହେଁ ଗର୍ବିତ

author img

By

Published : Nov 17, 2021, 9:45 PM IST

ଇମ୍ଫାଲ: ଦେଶ ସେବା ପାଇଁ ସେନାରେ ଭର୍ତ୍ତି ହୋଇଥିବା ପୁଅ ହେଲା ଶହୀଦ । ଶେଷକୃତ୍ୟ ସମ୍ପନ୍ନ ବେଳେ ଶହୀଦ ପୁଅଙ୍କ ଚିତା ନିକଟରେ ଛିଡା ହୋଇ ଦେଶକୁ ଆହ୍ବାନ ଦେଲେ ଜଣେ ଗର୍ବିତ ପିତା । ‘ମୁଁ ମୋ ପୁଅର ମୃତ୍ୟୁରେ ବିଚଳିତ ନୁହଁଁ ବରଂ ଗର୍ବିତ । ମୋର ଦୁଇ ପୁଅଙ୍କୁ ଦେଶସେବା ପାଇଁ ସେନାରେ ଭର୍ତ୍ତି କରାଇଥିଲି, ଜଣେ ଆଜି ଶହୀଦ ହୋଇଗଲା, ଆଉ ଜଣେ ଏବେ ମଧ୍ୟ ଦେଶ ସେବାରେ ଲାଗିଛି । ମୁଁ ଗର୍ବିତ ଯେ,ମୋ ପୁଅ ଦେଶ ସେବା ପାଇଁ ନିଜ ରକ୍ତ ଦେଇ ତାର ସର୍ବୋଚ୍ଚ ବଳିଦାନ ଦେଇଛି ’ । ଶହୀଦଙ୍କ ଶେଷକୃତ୍ଯ ସମୟରେ ଶୋକାକୁଳ ପରିବେଶ ମଧ୍ୟରେ ଏପରି ଭାବପ୍ରବଣ ଓ ଗର୍ବିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି ମଣିପୁରରୁ ।

ଶହୀଦ ପୁଅର ଚିତା ନିକଟରେ ଦେଶକୁ ଆହ୍ବାନ ଦେଲେ ପିତା, ମୁଁ ବିଚଳିତ ନୁହେଁ ଗର୍ବିତ

ମିଳିଥିବା ସୂଚନା ଅନୁସାରେ, ନିଜ ପୁଅ ଚିତା ନିକଟରେ ଦେଶକୁ ଆହ୍ବାନ ଦେଉଥିବା ଏହି ସାହସୀ ପିତାଜଣକ ନିକଟରେ ଆସାମ-ମଣିପୁର ସୀମାନ୍ତରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଆସାମ ରାଇଫଲ୍ସର ଖତ୍ନେଇ କୋନିଆକଙ୍କ ନାମକ ଜଣେ ଯବାନଙ୍କ ପିତା । ଆସାମ ରାଇଫଲ୍ସରେ 46 ବାଟାଲିୟନରେ କାର୍ଯ୍ୟରତ ଥିବା ଖତ୍ନେଇ କୋନିଆକ ଗତ ଶନିବାର ମଣିପୁରର ଚୁରାଚାନ୍ଦପୁରରେ ଏକ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ । ଏହି ଆକ୍ରମଣରେ ଜଣେ କମାଣ୍ଡିଂ ଅଫିସର, ତାଙ୍କ ପତ୍ନୀ ଏବଂ ପୁଅଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।

ତେବ ମଣିପୁରରେ ନିଜ ଜନ୍ମସ୍ଥାନରେ ଶହୀଦ ଯବାନଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ସେଠାରେ ଯବାନଙ୍କ ପିତା ଏପରି ଭାବେ ରାଜ୍ୟ ସମେତ ସମଗ୍ର ଦେଶକୁ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଥିଲା । ଶହୀଦଙ୍କ ବାପା ସ୍ଥାନୀୟ ଜନଜାତି ଭାଷାରେ ଏହି ଆହ୍ବାନ ଉକ୍ତ ସ୍ଥାନରେ ବେଶ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା ।

ଶହୀଦଙ୍କ ବାପା କହିଥିଲେ ‘ ମୁଁ ମୋର ଦୁଇ ପୁଅଙ୍କୁ ଦେଶର ସେବା ପାଇଁ ସେନାକୁ ପଠାଇଥିଲି । ସେମାନଙ୍କ ମଧ୍ୟରୁ ଜଣେ ଆଜି ଶହୀଦ ହୋଇଥିବାବେଳେ ଅନ୍ୟ ଜଣେ ଏବେ ମଧ୍ୟ ସେନାରେ ଦେଶ ସେବାରେ ସାମିଲ ଅଛି । ଆଜି ମୋର ପୁଅ ଦେଶ ସେବା ପାଇଁ ତାର ରକ୍ତ ଦେଇ ସର୍ବୋଚ୍ଚ ବଳିଦାନ ଦେଇଛି ଏବଂ ମୁଁ ଏଥିପାଇଁ ଗର୍ବିତ ଏବଂ ଆନନ୍ଦିତ " । ତେବେ ଶହୀଦ ପୁଅର ଚିତା ନିକଟରେ ଜଣେ ପିତାଙ୍କ ଏଭଳି ଭାବପ୍ରବଣ ଆହ୍ବାନ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବାବେଳେ ଏବେ ଏହି ଭିଡିଓ ସୋସିଆଲ ମିଡିଆ ଓ ମୁଖ୍ୟସ୍ରୋତ ମିଡିଆର ଶିରୋନାମାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.