ETV Bharat / bharat

ଝିଅ ଅପହରଣ ଏତଲା ଦେଲା ପରିବାର, ସୋସିଆଲ ମିଡିଆରେ ଏମିତି ଲେଖିଲେ ଯୁବତୀ

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ଦର୍ଶାଯାଇଛି ଯେ, ଜଣେ ଯୁବତୀ ନିଜ ଇଚ୍ଛାନୁସାରେ ବିବାହ କରିଛନ୍ତି ଏବଂ ତାକୁ ହଇରାଣ ନ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଛି । ଅନ୍ୟପଟେ ଯୁବତୀ ଅପହରଣ ନେଇ ଥାନାରେ ଏତଲା ଦେଇଛନ୍ତି ପିତା । ଅଧିକ ପଢ଼ନ୍ତୁ

father fir in police station for kidnapping daughter but girl upload video on social media in bihar
ଝିଅ ନିଖୋଜ ନେଇ ଥାନାରେ ଅତଲା ଦେଲେ ବାପା, ସୋସିଆଲ ମିଡ଼ିଆରେ ଏମିତି କହିଲେ ଝିଅ
author img

By

Published : Jan 30, 2022, 1:47 PM IST

ପାଟନା: ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓରେ ଦର୍ଶାଯାଇଛି ଯେ, ଜଣେ ଯୁବତୀ ନିଜ ଇଚ୍ଛାନୁସାରେ ବିବାହ କରିଛି ଏବଂ ତାକୁ ହଇରାଣ ନ କରିବା ପାଇଁ ପିତାଙ୍କୁ ଅନୁରୋଧ କରିଛି । ଅନ୍ୟପଟେ ଯୁବତୀ ଅପହରଣ ନେଇ ଥାନାରେ ଏତଲା ଦେଇଛନ୍ତି ପିତା ।

ବିହାରର ହାଜିପୁର ଅଞ୍ଚଳର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବତୀ ନିଜ ଅପହରଣ ଘଟଣାକୁ ମିଥ୍ୟା ବୋଲି ଦର୍ଶାଇଛି ଏବଂ ପୋଲିସର ସହାୟତା ଲୋଡୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଭିଡ଼ିଓଟିର ଯାଞ୍ଚ ପରେ ଉକ୍ତ ଯୁବତୀ ଜଣକ ଗୋରୋଲ ଥାନା ଅନ୍ତର୍ଗତ ମାଲିକପୁରା ଅଞ୍ଚଳର ହୋଇଥିବା ଜଣାପଡ଼ିଛି । କିଛିଦିନ ତଳେ ଯୁବତୀ ଜଣଙ୍କର ଅପହରଣ ହୋଇଥିବା ନେଇ ତାଙ୍କ ପିତା ଗୋରୋଲ ଥାନାରେ ଏତଲା ଦେଇଥିଲେ ।

ଏତଲା ଦାୟର ହେବା ପରେ ସେହି ଯୁବତୀ ଜଣକ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ 'Got Married' ଲେଖି ପୋଷ୍ଟ କରିଥିଲେ । ଏହା ପରେ ଏକ ଫଟୋ ଓ ଭିଡ଼ିଓ ମଧ୍ୟ ଜାରି କଲେ । ଏହି ଭିଡ଼ିଓରେ ତାଙ୍କ ସହ ଜଣେ ପୁରୁଷ ମଧ୍ୟ ରହିଥିଲେ। ଏବଂ ନିଜ ଇଚ୍ଛା ଅନୁସାରେ ସେ ଉକ୍ତ ବ୍ୟକ୍ତି ଜଣଙ୍କୁ ବିବାହ କରିଥିବା କହିଛନ୍ତି । ସେ ବର୍ତ୍ତମାନ ତାଙ୍କ ସ୍ବାମୀଙ୍କ ସହ ଖୁସିରେ ଅଛନ୍ତି।

ପିତା ତାଙ୍କୁ ହଇରାଣ କରୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ତେଣୁ ସେମାନଙ୍କୁ ହଇରାଣ ନ କରିବା ପାଇଁ ତାଙ୍କୁ ପରିବାରକୁ ଅନୁରୋଧ କରିଛନ୍ତି । ଏଥିସହ ଭିଡ଼ିଓ ମାଧ୍ୟମରେ ପୋଲିସର ସହାୟତା ମଧ୍ୟ ଲୋଡ଼ିଛନ୍ତି । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଉକ୍ତ ଯୁବତୀ ଜଣକ ଫେରାର ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.