ETV Bharat / bharat

ମଦପିଇ ହିତାହିତ୍ୟ ଜ୍ଞାନ ହରାଇଲେ ବାପା, ପୁଅ-ବୋହୂ ଶୋଇଥିବା ଘରେ ଲଗାଇଲେ ନିଆଁ - ପୁଅ ବୋହୂ ଘରେ ବାପା ନିଆଁ ଲଗାଇବା ଖବର

ଚେତାଶୂନ୍ୟ କଲା ମଦର ନିଶା, ପୁଅ-ବୋହୂ ଏବଂ ନାତି-ନାତୁଣୀ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବାପା । ଅଧିକ ପଢନ୍ତୁ

ମଦପିଇ ହିତାହିତ୍ୟ ଜ୍ଞାନ ହରାଇଲେ, ପୁଅ-ବୋହୂ ଶୋଇଥିବା ଘରେ ନିଆଁ ଲଗାଇଲେ ବାପା

author img

By

Published : Jun 7, 2022, 7:33 PM IST

ଲକ୍ଷ୍ନୌ: ଚେତାଶୂନ୍ୟ କଲା ମଦର ନିଶା, ଭୁଲ୍ ଠିକ୍‌ର କରିପାରିଲେନି ବିଚାର । ମଦପିଇ ପୁଅ-ବୋହୂ ଏବଂ ନାତି-ନାତୁଣୀ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ବହୁ ଚେଷ୍ଟା ପରେ ଗ୍ରାମବାସୀ ୪ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସମସ୍ତ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଆଗ୍ରା ଥାନା ଅଞ୍ଚଳ ତାଜଗଞ୍ଜ ଅନ୍ତର୍ଗତ ତୋରା ଗାଁର ବାସିନ୍ଦା କହ୍ନେୟାଙ୍କର ପୁଅ ସନ୍ଦୀପ ଏବଂ ବୋହୂ ଅର୍ଚ୍ଚନାଙ୍କ ସହ ବିବାଦ ଲାଗି ରହିଥିଲା । ଏହି କାରଣରୁ ଘରେ ପ୍ରତିଦିନ ଝଗଡା ହେଉଥିଲା । ରବିବାର ରାତିରେ କହ୍ନେୟା ମଦ୍ୟପାନ କରି ଘରକୁ ଆସିବା ପରେ ସେ ତାଙ୍କ ବୋହୂ ସହିତ ଯୁକ୍ତିତର୍କ କରିଥିଲେ ଏବଂ ପୁଅ ମଧ୍ୟ ବୋହୂଙ୍କ ପକ୍ଷରେ ଯୁକ୍ତି ବାଢିଥିଲେ ଫଳରେ ଏମାନଙ୍କ ମଧ୍ୟରେ କିଛି ସମୟ ଧରି ଝଗଡା ଲାଗି ରହିଥିଲେ ମଧ୍ୟ ସମସ୍ତେ ଶୋଇବାକୁ ପଳାଇଥିଲେ ।

ଏହାପରେ କହ୍ନେୟା ପୁଅ-ବୋହୂ ଏବଂ ନାତି-ନାତୁଣୀ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଦୁର୍ଘଟଣାରେ ପୁଅ-ବୋହୂଙ୍କ ସମେତ ନାତି-ନାତୁଣୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୁଇ ଶିଶୁଙ୍କ ବୟସ ପାଖାପାଖି 5 ବର୍ଷ ଏବଂ 4 ବର୍ଷ ହେବ । ଅନ୍ୟପଟେ ନିଆଁ ଲଗାଇବା ପରେ କହ୍ନେୟା ଫେରାର୍ ହୋଇ ଯାଇଥିବା ଜଣାପଡିଛି । ଖବର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.