ETV Bharat / bharat

ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ, ବାପା ସମେତ ୫ ଗିରଫ

author img

By

Published : Sep 23, 2022, 4:03 PM IST

ଗର୍ଭପାତ ପାଇଁ ଇଞ୍ଜେକ୍ସନ ନେବାରୁ ନାବାଳିକାଙ୍କ ମୃତ୍ୟୁ । ନାବାଳିକାଙ୍କ ମୃତଦେହକୁ ଆଖୁ ବିଲରେ ପୋତିଦେଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

Father among 5 arrested for death of daughter in Karbi Anglong Assam
ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ, ବାପା ସମେତ 5 ଗିରଫ

ଗୌହାଟୀ: ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପରିବାରର ୫ ଜଣଙ୍କୁ ଗିରଫ କଲା ପୋଲିସ । ଆସାମର ଡିଫୁ ଜିଲ୍ଲାର ବକଳିଆଘାଟ ଅଞ୍ଚଳର ଏଭଳି ଘଟଣା ଦେଖିବାକୁ ମିଳିଛି । ନାବାଳିକା ଜଣକ ଗର୍ଭବତୀ ଥିବାବେଳେ ଗର୍ଭପାତ କରିବା ପାଇଁ ଏକ ଇଞ୍ଜେକ୍ସନ ନେବାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ବାପା ସମେତ ପରିବାରର ଅନ୍ୟ ସଦସ୍ୟମାନେ ନାବାଳିକାଙ୍କ ମୃତଦେହକୁ ଗ୍ରାମର ଆଖୁ ବିଲରେ ପୋତି ଦେଇଥିଲେ।

ସୂଚନା ଅନୁଯାୟୀ, ବକଳିଆଘାଟ ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳିକା ୫ ମାସର ଗର୍ଭବତୀ ଥିଲେ । ଏହା ଜାଣିବା ପରେ ପରିବାର ଲୋକେ ସ୍ଥାନୀୟ ଔଷଧ ଦୋକାନରେ ଗର୍ଭପାତ କରିବାକୁ ନେଇଥିଲେ । ସେଠାରେ ସେ ଇଞ୍ଜେକସନ ନେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଏହାପରେ ନାବାଳିକାଙ୍କ ବାପାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଗ୍ରାମର ନିକଟସ୍ଥ ଆଖୁ ବିଲରେ ପୋତି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Karnataka Hijab Case: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ଗ୍ରାମର ମୁଖ୍ୟଙ୍କ ଠାରୁ ଖବର ପାଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣାର ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ଫାର୍ମାସିଷ୍ଟଙ୍କୁ ଗିରଫ କରିଛି । ଏଥିସହ ପରିବାରର ୫ ଜଣଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି । ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.