ETV Bharat / bharat

Ramoji Rao Assistance to Rupadevi: ରୂପାଦେବୀଙ୍କ ସ୍ୱପ୍ନରେ ଲାଗିଲା ଡେଣା, ଥାଇଲାଣ୍ଡରେ କମାଲ କରିବେ ଦିବ୍ୟାଙ୍ଗ ଝିଅ !

author img

By

Published : Apr 29, 2023, 1:22 PM IST

Updated : Apr 29, 2023, 8:28 PM IST

ଯୁକ୍ତ ଦୁଇରେ ପଢୁଥିବା ବେଳେ ଦୁର୍ଘଟଣାରେ ଗୋଡ ଦୁଇଟି ଅଚଳ ହୋଇଗଲା । ମେଧାବୀ ଛାତ୍ରୀ ନିମିଷକରେ ପଙ୍ଗୁ ପାଲଟିଗଲେ । ହେଲେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ଶାରିରୀକ ଅକ୍ଷମତା ସତ୍ତ୍ବେ ମେଡାଲ ପରେ ମେଡାଲ ଜିତି ଚାଲିଛନ୍ତି ଦିବ୍ୟାଙ୍ଗ ଯୁବତୀ । ପଢନ୍ତୁ ଜଣେ ଦିବ୍ୟାଙ୍ଗଙ୍କ ସଂଘର୍ଷରୁ ସଫଳତାର କାହାଣୀ ।

ଆନ୍ଧ୍ରପ୍ରଦେଶର ପାରା ବ୍ୟାଡମିଣ୍ଟନ ଖେଳାଳି
ଆନ୍ଧ୍ରପ୍ରଦେଶର ପାରା ବ୍ୟାଡମିଣ୍ଟନ ଖେଳାଳି

ଅମରାବତୀ: ଜଣେ କବି କହିଥିଲେ, ''ଆମେ ଲୁହ ନୁହେଁ ଝାଳ ବୁହାଇ ଇତିହାସ ରଚିପାରିବା'' । ଯାହାକୁ ସାବ୍ୟସ୍ତ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ । ଯୁକ୍ତ ଦୁଇରେ ପଢୁଥିବା ବେଳେ ଦୁର୍ଘଟଣାରେ ଗୋଡ ଦୁଇଟି ଅଚଳ ହୋଇଗଲା । ପାଦେ ଆଗକୁ ଯିବାପାଇଁ ସାହାରା ସାଜିଲା ହ୍ବିଲଚେୟାର । କିନ୍ତୁ ଦଇବର ଏହି ନିଷ୍ଠୁର ବିଚାର ଆଗରେ ହାର୍ ମାନି ନଥିଲେ ସେ । ତାଙ୍କର ଇଚ୍ଛାଶକ୍ତି ଥିଲା ଅଦମ୍ୟ, ଲକ୍ଷ୍ୟ ଥିଲା ସ୍ପଷ୍ଟ । ପ୍ରତିଟି ପ୍ରତିକୂଳ ପରିସ୍ଥିତକୁ ସାମ୍ନାକୁ କରିବାକୁ ମନରେ ଜୋସ୍ ଥିଲା । ଯେଉଁଥିପାଇଁ ଶାରିରୀକ ଭିନ୍ନକ୍ଷମତା ସତ୍ତ୍ବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି ଯୁବତୀ । ପଙ୍ଗୁରୁ ଆଜି ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳାଳିର ପରିଚୟ ପାଇଛନ୍ତି । ନିଜର ମନୋବଳ ଓ ନିରନ୍ତର ପ୍ରଚେଷ୍ଟା ବଳରେ ସେ ମେଡାଲ ପରେ ମେଡାଲ ଜିତି ନିଜ ଗାଁ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ପ୍ରେରଣାଦାୟୀ ଯୁବତୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପାଦାଲା ରୂପାଦେବୀ, ଯାହାଙ୍କ ସଫଳତା ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ।

ସଂଘର୍ଷରୁ ସଫଳତାର ଯାତ୍ରା: ରୂପାଦେବୀଙ୍କ ଘର ଶ୍ରୀକାକୁଲ୍ଲମ ଜିଲ୍ଲାର ଶନ୍ତାଭୁରିତି ଗ୍ରାମରେ । ଅନେକ ବର୍ଷ ତଳୁ ବାପା ଆରପାରିକୁ ଚାଲିଯାଇଛନ୍ତି । ବୃଦ୍ଧ ଜେଜେବାପା ଓ ଜେଜେମାଆ ଦୁଇ ଭଉଣୀଙ୍କୁ ଅତି କଷ୍ଟରେ ଲାଳନ ପାଳନ କରିଥିଲେ । ରୂପାଦେବୀ ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ । ମାଟ୍ରିକ ଏବଂ ଯୁକ୍ତ ଦୁଇରେ ସେ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ । କିନ୍ତୁ କିଏ ବା ଜାଣିଥିଲା ଆଗକୁ ତାଙ୍କ ସହ ଏତେ ବଡ ଅଘଟଣ ଘଟିଯିବ ବୋଲି । ଯୁକ୍ତ ଦୁଇ ପରୀକ୍ଷାର କିଛି ଦିନ ପରେ ଦିନେ ସେ ଦୁର୍ଘଟଣାବଶତଃ ଦୁଇ ମହଲା କୋଠାରୁ ତଳକୁ ଖସି ପଡିଲେ । ମେରୁଦଣ୍ଡରେ ଶକ୍ତି ଆଘାତ ଲାଗିବା ଯୋଗୁଁ ଆଉ ଚଲାବୁଲା କରିବାକୁ ସକ୍ଷମ ହୋଇନଥିଲେ ରୂପାଦେବୀ । ଯୁବାବସ୍ଥାରେ ତାଙ୍କୁ ପଙ୍ଗୁ କରି ଦେଇଥିଲା ଦଇବ ।

ଏତେ ବଡ ଦୁର୍ଘଟଣା ଘଟିଯିବା ପରେ ବି ହାର୍ ମାନି ନଥିଲେ ରୂପାଦେବୀ । ସେ କେବି ବି କାହାରି ଦୟାର ପାତ୍ର ହେବାକୁ ଚାହୁଁନଥିଲେ । ତାଙ୍କର ଏହି ମନୋବଳ ଆଗକୁ ବାଟ କଢେଇ ଥିଲା । ଡାକ୍ତରଙ୍କ ସହାୟତାରେ ସେ ନିଜର ବ୍ୟକ୍ତିଗତ କାର୍ଯ୍ୟ କରିବାକୁ ନିଜକୁ ନିଜେ ତାଲିମ ଦେଇଥିଲେ । ଏହାପରେ ଚାକିରି ସନ୍ଧାନରେ ରୂପାଦେବୀ ଥରେ ବେଙ୍ଗାଲୁରୁର ଏକ ଟ୍ରେନିଂ କ୍ୟାମ୍ପକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ ସେ ପାରା ବ୍ୟାଡମିଣ୍ଟନ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ ପ୍ରଶିକ୍ଷଣ ନେବା ଆରମ୍ଭ କଲେ ।

ପାରା ବ୍ୟାଡମିଣ୍ଟନ ଖେଳାଳି ରୂପାଦେବୀ: ପାରା ବ୍ୟାଡମିଣ୍ଟନରେ ସେ ଜାତୀୟ ସ୍ତରରେ ଅନେକ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ଏପରିକି ଆସନ୍ତା ମେ' ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଷ୍ଟନ ପ୍ରତିଯୋଗିତା ପାଇଁ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ ଆର୍ଥିକ ଅସ୍ବଚ୍ଛଳତା କାରଣରୁ ସୁଦୂର ଥାଇଲାଣ୍ଡ ଯିବା ବାଟରେ ଅର୍ଥ ବାଧକ ସାଜିଛି । ଆର୍ଥିକ ସହାୟତା ମିଳିଲେ ସେ ଦେଶ ପାଇଁ ପଦକ ଜିତିପାରିବେ ବୋଲି ରୂପାଦେବୀ କହିଛନ୍ତି ।

ରୂପାଦେବୀ କୁହନ୍ତି, କେବଳ ଶିକ୍ଷା ଦ୍ବାରା ହିଁ ଦୁନିଆ ଉପରେ ଶାସନ କରାଯାଇ ପାରିବ । ତେଣୁ ଦୁର୍ଘଟଣା ଘଟିବା ପରେ ମଧ୍ୟ ସେ ପାଠପଢା ବନ୍ଦ କରିନଥିଲେ । ରୂପାଦେବୀ ଜେଜେବାପା କହିଛନ୍ତି, ରୂପା ଯେକୌଣସି ସ୍ଥାନରେ ପହଞ୍ଚିବାର ସାହାସ ରଖନ୍ତି । ବିଡମ୍ବନାର ବିଷୟ, ସେ ଆଜି ସଫଳତାର ଏହି ସ୍ତରରେ ପହଞ୍ଚି ଥିଲେ ହେଁ ତାଙ୍କ ପାଖରେ ରହିବାକୁ ଭଲ ଘରଟିଏ ନାହିଁ । ତେଣୁ ନିଜ ନାତୁଣୀଙ୍କ ଭବିଷ୍ୟତ ପାଇଁ ବୁଢା ଜେଜେ ସରକାରଙ୍କୁ ସହାୟତା ଭିକ୍ଷା କରିଛନ୍ତି ।

ସହାୟତା ହାତ ବଢାଇଲା ରାମୋଜୀ ଗ୍ରୁପ: ଅନ୍ୟପଟେ ରୂପାଦେବୀଙ୍କ ଏହି ଆର୍ଥିକ ସମସ୍ୟା ସମ୍ପର୍କରେ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ରାମୋଜୀ ଗ୍ରୁପ ଚେୟାରମ୍ୟାନ ରାମୋଜୀ ରାଓ । ଥାଇଲାଣ୍ଡ ଯିବା ପାଇଁ ରମୋଜୀ ରାଓ ତାଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହାସହିତ ରୂପାଙ୍କ ସଫଳତା କାମନା କରି ତାଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି ।

ରୂପାଦେବୀ ଶାରିରୀକ ଭିନ୍ନକ୍ଷମତା ସତ୍ତ୍ବେ ନିଜ ଅଞ୍ଚଳକୁ ଗୌରବାନ୍ବିତ କରିଛନ୍ତି । ଦିନେ ଯେଉଁ ଲୋକମାନେ ତାଙ୍କ ଅକ୍ଷମତା ପାଇଁ ଦୁଃଖ ପ୍ରକଟ କରୁଥିଲେ ଆଜି ସେମାନେ ଗର୍ବ କରୁଛନ୍ତି । ରୂପାଦେବୀ ମଧ୍ୟ ଜାତୀୟ ସ୍ତରରେ ଚମକିବା ପରେ ଏବେ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ଜିତିଲା ଲକ୍ଷ୍ୟରେ ଅଛନ୍ତି । ବାସ୍ତବରେ, ଆଜିକାଲି ଯେଉଁଠି ଯୁବପିଢି ସାମାନ୍ୟ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ପଡି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି, ସେଠାରେ ରୂପାଦେବୀଙ୍କ ଭଳି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ସଫଳତା ସମାଜ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2023, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.