ETV Bharat / bharat

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ - ରାଜସ୍ଥାନର ହନୁମାନଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ରାଜସ୍ଥାନର ହନୁମାନଗଡ ଟାଉନ ଥାନା କ୍ଷେତ୍ର ନିକଟ ନୋରଂଦେସର ଗାଁ ଠାରେ ଏହି ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

author img

By

Published : Feb 21, 2021, 9:45 PM IST

ଜୟପୁର : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ରାଜସ୍ଥାନର ହନୁମାନଗଡ ଟାଉନ ଥାନା କ୍ଷେତ୍ର ନିକଟ ନୋରଂଦେସର ଗାଁ ଠାରେ ଏହି ଦୁର୍ଘଟଣା ଘଟିଛି । କାରର ଟାୟାର ଫାଟିଯିବା କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ବାଇକକୁ ଜୋରଦାର ଧକ୍କା ଦେଇଥିଲା । ସେହି ବାଇକରେ ଥିବା 3 ଜଣଙ୍କ ମୃତ୍ୟୁ ଘଟିଛି । ଟାଉନ ପୋଲିସ କହିବା ଅନୁଯାୟୀ, ଏହି ଦୁର୍ଘଟଣାରେ ନବାଂ ଗ୍ରାମର ଇଶ୍ମା ବିବି ଏବଂ ତାଙ୍କ ପୁତ୍ର ବିଲାଲଦିନଙ୍କ ସହିତ ତାଙ୍କର ଅଢେଇ ବର୍ଷର ପୁଅ ମୃତ୍ୟୁ ବରଣ କରିଛିନ୍ତି ।

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଶୋକର ପରିବେଶ ସୃଷ୍ଟି ହୋଇଛି । ସେମାନଙ୍କୁ ନିକଟସ୍ଥ ହନୁମାନଗଡ ଟାଉନର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେତବେଳକୁ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା । ଏଥିରେ କାର ଚାଳକ ମଧ୍ୟ ଆହତ ହୋଇଛନ୍ତି । କୁହାଯାଉଛି ଯେ, କାର ତାଙ୍କୁ ଜସ୍ଥାନୀୟ କୌଣସି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ପୋଲିସ କାର ଚାଳକକୁ ଖୋଜାଖୋଜି କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.