ନୂଆଦିଲ୍ଲୀ: ଆଜିକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ପୁରିଛି 5 ବର୍ଷ । ଏହାଦ୍ବାରା କ୍ଷତିର କଭରେଜ ବଢିଛି ଓ ବିପଦ କମ ହୋଇଛି । ଫଳରେ କୋଟି କୋଟି କୃଷକଙ୍କୁ ଲାଭ ହୋଇଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ଏଥିସହ ଏହି ଯୋଜନା ଦ୍ବାରା କୃଷକଙ୍କୁ କିଭଳି ଫାଇଦା ମିଳିଛି ତାହାର ବିବରଣୀ ରଖିଛନ୍ତି ପିଏମ । ଯୋଜନା ସହ ସମ୍ବନ୍ଧିତ ଏଭଳି ସମସ୍ତ ସୂଚନା ନମୋ ଆପର ୟୋର ଭଏସ ସେକ୍ସନରେ ରଖାଯାଇଥିବା ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟ କରି ଜଣାଇଛନ୍ତି ଯେ, ‘‘ଦେଶର ଅନ୍ନଦାତାଙ୍କୁ ପ୍ରକୃତିର ପ୍ରକୋପରୁ ସୁରକ୍ଷା ପ୍ରଦାନ କରୁଥିବା ପିଏମ ଫସଲ ବୀମା ଯୋଜନାକୁ ଆଜି 5 ବର୍ଷ ପୂରା ହୋଇଯାଇଛି । ଏହି ସ୍କିମ ଅଧିନରେ କ୍ଷତିର କଭରେଜ ବଢିବା ଓ ବିପଦ କମ ହେବା ଦ୍ବାରା କୋଟି କୋଟି କୃଷକଙ୍କୁ ଲାଭ ହୋଇଛି । ଏହାର ସମସ୍ତ ଲାଭାର୍ଥୀଙ୍କୁ ଶୁଭକାମନା ଜଣାଉଛି । ’’
ସେପଟେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି କି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା-2022 ପର୍ଯ୍ୟନ୍ତ କୃଷକଙ୍କ ଆୟ 2ଗୁଣା କରିବା ଆମର ଲକ୍ଷ୍ୟ ରହିଛି । କୃଷକଙ୍କୁ ମଞ୍ଜିର ବଜାର ଯାଏଁ ପ୍ରତିଟି ପଦକ୍ଷେପରେ ସହଯୋଗ ପ୍ରଦାନ କରିବା ଆମର ପଲିସିର ଉଦ୍ଦେଶ୍ୟ ।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2016 ଜାନୁଆରୀ 13କୁ ଏକ ନୂଆ ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆରମ୍ଭ କରିଛି । ଋଣ ନେଉଥିବା ଚାଷୀଙ୍କ ପ୍ରିମିୟମ ବୋଝକୁ କମ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ।
ଫସଲ ବୀମା ଯୋଜନାକୁ 5 ବର୍ଷ, ‘କୋଟି କୋଟି କୃଷକଙ୍କୁ ମିଳିଛି ଲାଭ’ - ଫସଲ ବୀମା
ଫସଲ ବୀମା ଯୋଜନା ଦ୍ବାରା କ୍ଷତିର କଭରେଜ ବଢିବା ସହ ଓ ବିପଦ କମ ହୋଇଛି । ଫଳରେ କୋଟି କୋଟି କୃଷକଙ୍କୁ ଲାଭ ହୋଇଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଅଧିକ ପଢନ୍ତୁ..