ETV Bharat / bharat

ସଂସଦରେ ସରକାରଙ୍କୁ ଘେରିଲେ ଫାରୁକ ଅବଦୁଲ୍ଲା - ଫାରୁକ ଅବଦୁଲ୍ଲା

ସଂସଦରେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଛନ୍ତି ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା । ଅଧିକ ପଢନ୍ତୁ...

ସଂସଦରେ ସରକାରଙ୍କୁ ଘେରିଲେ ଫାରୁକ ଅବଦୁଲ୍ଲା
ସଂସଦରେ ସରକାରଙ୍କୁ ଘେରିଲେ ଫାରୁକ ଅବଦୁଲ୍ଲା
author img

By

Published : Feb 9, 2021, 6:25 PM IST

ନୂଆଦିଲ୍ଲୀ: ସଂସଦରେ ମୋଦି ସରକାରଙ୍କୁ ଘେରିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । କୋଭିଡ ପରିଚାଳନାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଫାରୁକ । ସେ କହିଛନ୍ତି, ଆମ ଦେଶରେ ସଂକ୍ରମଣ ସଂଖ୍ୟା ଆମେରିକା, ଇଂଲଣ୍ଡ ଏବଂ ଅନ୍ୟ ଦେଶଗୁଡିକ ତୁଳନାରେ କମ ଥିଲା । ତଥାପି ଆମ ଦେଶରେ ମୃତ୍ୟୁ ହାର ଅଧିକ । ଆମର ଚିକିତ୍ସା ସୁବିଧା ସେତେଟା ଭଲ ନୁହେଁ ଯେ ଗାଁରେ ହୋଇଥିବା ମୃତ୍ୟୁର ରେକର୍ଡ ମିଳିପାରିବ । ତଥାପି ଟିକା ପ୍ରସ୍ତୁତ କରାଯାଇଥିବାରୁ ଏଥିପାଇଁ ପୁଣେର ସେରମ ଇନଷ୍ଟିଚ୍ୟୁଟକୁ ଧନ୍ୟବାଦ ଜଣାଇଛନ୍ତି ଫାରୁକ ।

ଦେଶରେ ନିଯୁକ୍ତି ପ୍ରତିଶ୍ରୁତିକୁ ନେଇ ମଧ୍ୟ ସରକାରଙ୍କ ଉପରେ ପ୍ରଶ୍ନ କରିଛନ୍ତି ଫାରୁକ ଅବଦୁଲ୍ଲା । ଏନସି ସାଂସଦ ଅବଦୁଲ୍ଲା କହିଛନ୍ତି, କୋରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା କରିବା ସରକାରଙ୍କ ଦାୟିତ୍ବ | ଜମ୍ମୁ କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ର, ଶିଳ୍ପ, ଦୋକାନୀମାନେ କ୍ଷତିଗ୍ରସ୍ତ ହେଲେ, ଦାରିଦ୍ର୍ୟ ବୃଦ୍ଧି ହୋଇଛି | ପ୍ରତିଜ୍ଞା କରାଯାଇଥିଲା ଯେ 50,000 ନିଯୁକ୍ତି ଯୋଗାଇ ଦିଆଯିବ । ହେଲେ ଗୋଟିଏ ଚାକିରି ମଧ୍ୟ ଦିଆଯାଇ ନାହିଁ ବୋଲି କହିଛନ୍ତି ଫାରୁକ ।

ସେହିପରି ସଂସଦରେ କୃଷି ଆଇନ ପ୍ରସଂଗ ଉଠାଇଛନ୍ତି ଫାରୁକ ଅବଦୁଲ୍ଲା । ସେ କହିଛନ୍ତି, ଏହା ଏକ ଧାର୍ମିକ ଶାସ୍ତ୍ର ନୁହେଁ ଯାହା ପରିବର୍ତ୍ତନ କରାଯାଇପାରିବ ନାହିଁ | ଯଦି ଚାଷୀମାନେ ଏହି ଆଇନ ପ୍ରତ୍ୟାହାର ହେଉ ବୋଲି ଚାହୁଁଛନ୍ତି, ତେବେ ସରକାର ସେମାନଙ୍କ ସହ କାହିଁକି ଆଲୋଚନା କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅବଦୁଲ୍ଲା । ତେବେ ସମସ୍ତଙ୍କୁ ସମାନ ଭାବରେ ଦେଖିବାକୁ ସଂସଦରେ ଅନୁରୋଧ କରିଛନ୍ତି ଅବଦୁଲ୍ଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.