ETV Bharat / bharat

ଜମ୍ମୁ-କାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

author img

By

Published : Jan 2, 2022, 7:18 AM IST

ଜମ୍ମୁ-କାଶ୍ମୀର ବିଧାନସଭା ସୀମା ନିର୍ଦ୍ଧାରଣ ପ୍ରସଙ୍ଗ । ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ବିରୋଧ ନେଇ ଗୃହବନ୍ଦୀ ହେଲେ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଜାମ୍ମୁ-କାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବିଧାନସଭା ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ବିବାଦ । ବିଶେଷକରି ଡେଲିମିଟେସନ କମିଶନରଙ୍କ ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ପିଏଜିଡି(PAGD) ନେତାମାନେ ଘୋର ବିରୋଧ କରୁଛନ୍ତି । ଏହି ପ୍ରସ୍ତାବକୁ ପ୍ରତିବାଦ କରିବା ଏବଂ ଲୋକଙ୍କୁ ଉସକାଇବା ନେଇ ଶନିବାର PAGD ନେତାଙ୍କ ସମେତ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ରଖାଯାଇଛି । ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ PDP ମୁଖ୍ୟ ମେହବୁବା ମୁଫତି ।

ଏହି ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏବଂ ସେମାନଙ୍କୁ ଘରୁ ବାହାରିବା ଉପରେ କଟକଣା ଲଗାଯିବା ସହ ବାହାର ଲୋକଙ୍କ ସହ ମିଶିବାକୁ ବାରଣ କରାଯାଇଛି । କହିରଖୁଛୁ କି, ସୀମା ନିର୍ଦ୍ଧାରଣ ବିରୁଦ୍ଧରେ PAGD ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା ।

ସେପଟେ ତିନି ଜଣଙ୍କୁ ଗୃହବନ୍ଦୀରେ ରଖାଯିବା ନେଇ ଜଣାପଡିବା ପରେ ତାଙ୍କ ଦଳୀୟ ନେତା ଓ ସମର୍ଥକମାନେ ଏହାକୁ ବିରୋଧ କରିଛନ୍ତି । ଏ ପ୍ରକାର ପଦକ୍ଷେପ କେବଳ ହିଂସାତ୍ମକ ଆନ୍ଦୋଳନକୁ ପ୍ରୋତ୍ସାହନ ଯୋଗାଏ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.