ETV Bharat / bharat

ଜଟିଳ ହେଉଛି କୃଷକ ଆନ୍ଦୋଳନ, ଦାବି ପୂରଣ ନହେଲେ ଆମରଣ ଅନଶନ ଚେତାବନୀ - କୃଷକ ଆନ୍ଦୋଳନ ଅପଡେଟ

ସମାଧାନ ହେବା ପରିବର୍ତ୍ତେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି ଚାଷୀ ଆନ୍ଦୋଳନ । ଆମରଣ ଅନଶନ ଧମକ ଦେଲେ ଚାଷୀ । ଅଧିକ ପଢନ୍ତୁ .....

ଜଟିଳ ହେଉଛି କୃଷକ ଆନ୍ଦୋଳନ, ଦାବି ପୁରଣ ନହେଲେ ଆମରଣ ଅନଶନ ଚେତାବନି

author img

By

Published : Dec 12, 2020, 7:18 PM IST

ନୂଆଦିଲ୍ଲୀ: ପ୍ରସମିତ ହେବା ପରିବର୍ତ୍ତେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି ଚାଷୀ ଆନ୍ଦୋଳନ । ଦାବି ପୂରଣ ନହେଲେ ଚାଷୀ ମାନେ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ରବିବାର ଏକ ବିଶାଳ ଟ୍ରାକ୍ଟର ରାଲିର ଆୟୋଜନ କରିବେ ଚାଷୀ । ଏନେଇ କୃଷକ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଦିଲ୍ଲୀରେ ପହଞ୍ଚିବାକୁ ଅନୁମତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ । ଯଦି 19 ଡିସେମ୍ବର ପୂର୍ବରୁ ସରକାର ସେମାନଙ୍କ ଦାବି ଗ୍ରହଣ ନକରନ୍ତି, ତା’ହେଲେ ଚାଷୀ ମାନେ ଗୁରୁ ତେଜ ବାହାଦୂରଙ୍କ ଶହୀଦ ଦିବସରୁ ଉପବାସ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ କୃଷକ ନେତା ଗୁରୁନାମ ସିଂ ଚାରୁନି ଗଣମାଧ୍ୟମକୁ ସୂଚନା ଦେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ ରବିବାର ସକାଳ 11 ଟାରେ ଟ୍ରାକ୍ଟର ରାଲି କରି ସରକାରଙ୍କୁ ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି ରାଜସ୍ଥାନ ଚାଷୀ । ରାଜସ୍ଥାନର ଶାହାଜାହାନପୁରରୁ ହଜାର ହଜାର କୃଷକ ଟ୍ରାକ୍ଟର ଯାତ୍ରା କରି ପ୍ରତିବାଦ କରିବା ସହ ଜୟପୁର-ଦିଲ୍ଲୀ ମୁଖ୍ୟ ରାସ୍ତା ଅବରୋଧ କରିବେ ବୋଲି ସଂଯୁକ୍ତ କିଶାନ ଆନ୍ଦୋଳନର ନେତା କମଲ ପ୍ରୀତ ସିଂ ପନ୍ନୁ ଚେତାବନୀ ଦେଇଛନ୍ତି ।

ତେବେ ଆଜି କରାଯାଇଥିବା ରାଜପଥ ଟୋଲ ଗେଟ ଅବରୋଧ ପ୍ରତ୍ୟାହାର କରିନିଆଯାଇଛି । ହରିୟାଣାର ବିଭିନ୍ନ ଟୋଲ ଗେଟ ଏବେ ମୁକ୍ତ ଓ ସ୍ବାଭାବିକ ଥିବା କୃଷକ ନେତା ସ୍ପଷ୍ଟ କରିଛନ୍ତି । ଅନ୍ୟ ପଟେ କୌଣସି ପରିସ୍ଥିତିରେ ସରକାର ଦାବି ପୂରଣ ନକରି ଆନ୍ଦୋଳନ ଦମନ କରିବାକୁ ଚେଷ୍ଟା ନକରିବାକୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ ଅନ୍ୟ ପକ୍ଷରେ ସରକାର ଏହି ଆଇନ ଚାଷୀଙ୍କ ହିତରେ ତାଙ୍କ ଅଭିବୃଦ୍ଧି ପାଇଁ ଅଣାଯାଇଥିବା କଥା ଦୋହରାଇଛନ୍ତି । ସେହିପରି ଚାଷୀଙ୍କୁ ଭ୍ରମିତ କରାଯାଉଛି ବୋଲି ଅଭିଯୋଗ ଆଣିଛି ବିଜେପି । ଏହି ନୂଆ କୃଷି ଆଇନର ଓ ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦେଶର 700 ଜିଲ୍ଲା ଗସ୍ତ କରି ଆଇନ ସପକ୍ଷରେ ସଚେତନତା ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.