ETV Bharat / bharat

Farmers Protest: ବିଜୟ ଦିବସ ମନାଇ ଘରକୁ ଫେରିବେ ଚାଷୀ

author img

By

Published : Dec 11, 2021, 8:40 AM IST

ଆଜିଠୁ ସରିବ କୃଷକ ଆନ୍ଦୋଳନ (Farmers Protest) । ବିଜୟ ଦିବସ(Vijay Divas) ମନାଇ ଆନ୍ଦୋଳନରୁ ଓହରିବେ ଚାଷୀ ।

Farmer Protest: ବିଜୟ ଦିବସ ମନାଇ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ: ବିଜୟ ଦିବସ(Vijay Divas) ମନାଇ ଆନ୍ଦୋଳନରୁ ଓହରିବେ ଚାଷୀ । ଦୀର୍ଘ 14 ମାସ ଧରି ସିଙ୍ଘୁ ସୀମାରେ ଆନ୍ଦୋଳନରତ ଥିବା ଚାଷୀ ଶେଷରେ ଆଜି ଆନ୍ଦୋଳନରୁ ଓହରିବେ(Farmers Protest) । କେନ୍ଦ୍ର ସରକାର ପ୍ରଣୟନ କରିଥିବା 3 କୃଷି ଆଇନ ପ୍ରତ୍ୟାହାର ହେବା ପରେ ଏପରି ନିଷ୍ପତ୍ତି ନେଇଛି କିଷାନ ସଂଗଠନ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ସଂଗଠନର ମୁଖ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) କହିଛି ଯେ, କୃଷକମାନେ ଶନିବାର ଦେଶର ସମସ୍ତ ସୀମାବର୍ତ୍ତୀ ସ୍ଥାନ, ଟୋଲ୍ ପ୍ଲାଜା ଏବଂ ବିରୋଧ ସ୍ଥଳରେ ବିଜୟ ପଦଯାତ୍ରା କରିବେ । ସେମାନଙ୍କର ବର୍ଷସାରା ବିରୋଧକୁ ଶେଷ କରି ଘରକୁ ଫେରିବେ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରୁ ଅସ୍ଥାୟୀ ଟେଣ୍ଟ ମଧ୍ୟ ହଟାଇ ଦେଇଛନ୍ତି । ଡିସେମ୍ବର 15 ସୁଦ୍ଧା ସବୁ ସ୍ଥାନରୁ ଆନ୍ଦୋଳନ ହଟାଇ ଦିଆଯାଇଥିବ ।

ଖବର ଅନୁଯାୟୀ, କୃଷକମାନେ ଏହି ବିଜୟ ଦିବସକୁ ଡିସେମ୍ବର 10ରେ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ବୁଧବାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ବିପିନ ରାୱତ(CDS Bipin Rawat)ଙ୍କୁ ସମ୍ମାନ ଜଣାଇ 11 ତାରିଖ ଅର୍ଥାତ ଆଜିକୁ ସ୍ଥଗିତ ରଖିଥିଲେ । ତେବେ ସ୍ବର୍ଗତ ବିପିନ ରାୱତଙ୍କ ଅନ୍ତିମ ସତ୍କାର 10ରେ କରାଯାଇଥିଲା ।

ବିଶୃଙ୍ଖଳାକୁ ଏଡାଇବା ପାଇଁ କୃଷକମାନେ ଶନିବାର ସକାଳେ ଏକାସାଙ୍ଗରେ ଆନ୍ଦୋଳନରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ଅମୃତସରର ଜଣେ କୃଷକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ 'ବୃହତ ଅସ୍ଥାୟୀ ତମ୍ବୁଗୁଡିକ ଭାଙ୍ଗିବା ପାଇଁ ଦିନେ କିମ୍ବା ଦୁଇ ଦିନ ଲାଗିବ ଏବଂ ଜିନିଷପତ୍ର ନେବା ପାଇଁ ଅତି କମରେ ଦୁଇଟି ଟ୍ରକ୍ ଦରକାର ହେବ । ଶେଷ ଲକ୍ଷ୍ୟ ହେଉଛି କି, ଡିସେମ୍ବର 13ରେ ସୁବର୍ଣ୍ଣ ମନ୍ଦିର(Golden temple)ରେ ପହଞ୍ଚିବା ବୋଲି କୃଷକ ନେତା କହିଛନ୍ତି ।

ଆହୁରି ପଢନ୍ତୁ:- Farmer Protest: କୃଷି ଆନ୍ଦୋଳନ ପ୍ରତ୍ୟାହୃତ, ଆସନ୍ତା ୧୧ରେ ଘରକୁ ଫେରିବେ ଚାଷୀ

ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଦିଲ୍ଲୀର ବିଭିନ୍ନ ସୀମାରେ 3 କୃଷି ଆଇନକୁ ପ୍ରତ୍ୟାହାର ଦାବି ନେଇ ଦେଢ ବର୍ଷରୁ ଊର୍ଦ୍ଧ୍ବ ହେବ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.