ETV Bharat / bharat

କୃଷକଙ୍କ ଚେତାବନୀ, 31 ସୁଦ୍ଧା ଦାବି ନଶୁଣିଲେ ପୁଣି ଆନ୍ଦୋଳନ

author img

By

Published : Jan 16, 2022, 6:38 AM IST

MSP କଥା ଭୁଲିଗଲେ ସରକାର । ପୁଣି ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ । ଦାବି ପୂରଣ ଦିଗରେ ନବଢିଲେ ୩୧ ଜାନୁଆରୀକୁ ବିରୋଧ ଦିବସ ଭାବେ ପାଳିବ ଭାରତୀୟ କିଷାନ ମୋର୍ଚ୍ଚା । ଫେବୃଆରୀ ୧ ରୁ ଉତ୍ତର ପ୍ରଦେଶ ସୀମାରେ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ

କୃଷକଙ୍କ ଚେତାବନୀ, 31 ସୁଦ୍ଧା ଦାବି ନଶୁଣିଲେ ପୁଣି ଆନ୍ଦୋଳନ
କୃଷକଙ୍କ ଚେତାବନୀ, 31 ସୁଦ୍ଧା ଦାବି ନଶୁଣିଲେ ପୁଣି ଆନ୍ଦୋଳନ

ଚଣ୍ଡିଗଡ: କିଛି ଦିନ ହେବ ଶାନ୍ତ ପଡିଥିବା କୃଷକ ଆନ୍ଦୋଳନ ପରେ ପୁଣି କୃଷକଙ୍କ ଆନ୍ଦୋଳନ ଚେତାବନୀ । ଜାନୁଆରୀ ୩୧ ସୁଦ୍ଧା କୃଷକ ଦେଇଥିବା MSP ଦାବି ସମ୍ପର୍କରେ ସରକାର ବିଚାର ନକଲେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଲା ଭାରତୀୟ କିଷାନ ୟୁନିଅନ (BKU) । ସିଙ୍ଘୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି BKU ନେତା ରାକେଶ ଟିକାୟତ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର MSP ଉପରେ କମିଟି ଗଠନ କରିନାହିଁ କିମ୍ବା ଏସମ୍ପର୍କରେ କୌଣସିି ଆଲୋଚନା ମଧ୍ୟ ଆଗକୁ ବଢାଇବାରେ ଆଗ୍ରହ ଦେଖାଉନାହିଁ ।

ଏପରି ସ୍ଥଳେ ସରକାର ଯଦି ଏଦିଗରେ ଚେଷ୍ଟା ନକରନ୍ତି ତେବେ ପୁଣି ଥରେ ଆନ୍ଦୋଳନ କରାଯିବା ନେଇ କିଷାନ ମୋର୍ଚ୍ଚା ବିଚାର କରିବ । ସେହିପରି ୩୧ ତାରିଖକୁ ବିରୋଧ ଦିବସ ଭାବେ ପାଳିବାକୁ କିଷାନ ମୋର୍ଚ୍ଚା କହିଛି । ସେହିପରି ସରକାର ଯଦି ଏଦିଗରେ ତତ୍ପରତା ନ ଦେଖାନ୍ତି ତେବେ ଫେବୃଆରୀ ପହିଲାରୁ ଉତ୍ତର ପ୍ରଦେଶ ସୀମାରେ ପୁଣି ଆନ୍ଦୋଳନ ଆରମ୍ଭ ହେବା ନେଇ ମୋର୍ଚ୍ଚା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.