ETV Bharat / bharat

ଚାଷୀ ଆନ୍ଦୋଳନ ସମର୍ଥନରେ ବିଦେଶୀ ସେଲିବ୍ରିଟି, ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ଚାଷୀ ଆନ୍ଦୋଳନର ନିଆଁକୁ ଇନ୍ଧନ ଯୋଗାଉଛନ୍ତି କିଛି ଅନ୍ତରାଷ୍ଟ୍ରୀୟ ସେଲିବ୍ରିଟି । ବିଦେଶୀ ସେଲିବ୍ରିଟିଙ୍କ ବୟାନ ବିରୋଧରେ କଡା ଟିପ୍ପଣୀ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

author img

By

Published : Feb 3, 2021, 4:23 PM IST

ଚାଷୀ ଆନ୍ଦୋଳନ ସମର୍ଥନରେ ବିଦେଶୀ ସେଲିବ୍ରିଟି, ବୈଦେଶିକ ମନ୍ତ୍ରଣାଳୟର କଡା ଜବାବ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନର ନିଆଁ ଏବେ ବ୍ୟାପକ ହେବାରେ ଲାଗିଛି । ଆଉ ଏହି ନିଆଁକୁ ଇନ୍ଧନ ଯୋଗାଉଛନ୍ତି କିଛି ଅନ୍ତରାଷ୍ଟ୍ରୀୟ ସେଲିବ୍ରିଟି । ଆମେରିକା ପପ୍‌ ଷ୍ଟାର ରିହାନା, ସମାଜସେବୀ ଗ୍ରେଟା ଥନବର୍ଗଙ୍କ ପରେ ଏବେ ପର୍ଣ୍ଣ ଷ୍ଟାର ମିଆ ଖଲିଫା ମଧ୍ୟ ଚାଷୀ ଆନ୍ଦୋଳନର ସମର୍ଥନରେ କରିଛନ୍ତି ଟ୍ବିଟ ।

ଚାଷୀ ଆନ୍ଦୋଳନ ସମର୍ଥନରେ ବିଦେଶୀ ସେଲିବ୍ରିଟିଙ୍କ ବୟାନ ବିରୋଧରେ କଡା ଟିପ୍ପଣୀ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ତେବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗଣତନ୍ତ୍ରରେ ପ୍ରଦର୍ଶନର ଅଧିକାର ଅଛି । ଚାଷୀଙ୍କ ଏକ ଛୋଟ ଗୋଷ୍ଠୀ ପ୍ରଦର୍ଶନ କରୁଛନ୍ତି । ଏଭଳି ସ୍ଥିତିରେ ବାହାର ଲୋକ ନିଜ ଏଜେଣ୍ଡା ନ ଚଳାଇବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବୟାନ ଜାରି କରାଯାଇଛି । ଭାରତ ପକ୍ଷରୁ କୁହାଯାଇଛି ଯେ ଏହା ଦେଖି ଦୁଃଖ ହେଉଛି ଯେ କିଛି ସଂଗଠନ ଓ ଲୋକ ନିଜ ବିଚାର ଲଦିଦେବା ପାଇଁ ଏପରି ବୟାନ ଜାରି କରୁଛନ୍ତି । କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ତଥ୍ୟ ଓ ପରିସ୍ଥିତିକୁ ଯାଞ୍ଚ କରିବା ଜରୁରୀ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି, କୌଣସି ସ୍ଥିତିରେ ସେଲିବ୍ରିଟିଙ୍କ ଦ୍ବାରା ସମ୍ବେଦନଶୀଳ ଟ୍ବିଟ କରିବା ଦାୟିତ୍ବ ସମ୍ପନ୍ନ ପଦକ୍ଷେପ ନୁହେଁ । ଭାରତ ସରକାର ନିଜ ବୟାନରେ କହିଛନ୍ତି, ସଂସଦରେ ଦୀର୍ଘ ଘଣ୍ଟାର ଚର୍ଚ୍ଚା ପରେ ସମସ୍ତଙ୍କ ସମର୍ଥନରେ ନୂଆ ଆଇନ ପାରିତ ହୋଇଛି । କିଛି ଚାଷୀ ଏହା ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଆମେରିକା ପପ ଷ୍ଟାର ରିହାନା, ଏକ୍ଟିଭିଷ୍ଟ୍‌ ଗ୍ରେଟା ଥନବର୍ଗ, ମଡେଲ ଅମାଣ୍ଡା ସେର୍ଣ୍ଣି ଓ ମିଆ ଖଲିଫା ସମେତ ଅନେକ ବିଦେଶୀ ସେଲିବ୍ରିଟି କିଛି ଦିନରୁ ଭାରତର ଚାଷୀ ଆନ୍ଦୋଳନ ସମର୍ଥନରେ କ୍ରମାଗତ ଟ୍ବିଟ କରି ସ୍ଥିତି ବିଗାଡିବାକୁ ପ୍ରୟାସ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.