ETV Bharat / bharat

ମେ 2024 ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ: ରାକେଶ ଟିକାୟତ

author img

By

Published : Jan 17, 2021, 9:03 PM IST

ଦିଲ୍ଲୀ ବର୍ଡରରେ ତିନଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ ।କେନ୍ଦ୍ର ସରକାର ରଦ୍ଦ ନ କରନ୍ତି ତେବେ ଏହି ଆନ୍ଦୋଳନ ଆସନ୍ତା ମେ 2024 ପର୍ଯ୍ୟନ୍ତ ଚାଲିବ ବୋଲି ଭାରତ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି । ଅଧିକ ପଢନ୍ତୁ...

BKU leader Tikait
ମେ 2024 ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ : ରାକେଶ ଟିକାୟତ

ନାଗପୁର: ଦିଲ୍ଲୀ ବର୍ଡରରେ ତିନଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ । ଏହି ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ରଦ୍ଦ ନ କରନ୍ତି ତେବେ ଏହି ଆନ୍ଦୋଳନ ଆସନ୍ତା ମେ 2024 ପର୍ଯ୍ୟନ୍ତ ଚାଲିବ ବୋଲି ଭାରତ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି ।

ନାଗପୁରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଥିବା ସମୟରେ କହିଛନ୍ତି ଆମେ ଏମଏସପି ବା ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଆଇନ ଦାବି କରିଛୁ । ଚାଷୀମାନେ ସରକାର ଆଣିଥିବା ତିନି କୃଷି ଆଇନକୁ ବିରୋଧ କରି ଗତ ନଭେମ୍ବର 26 2020ରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । କେନ୍ଦ୍ରସରକାର କୃଷି କ୍ଷେତ୍ରରେ ପୁର୍ନଗଠନ ପାଇଁ ଏବଂ ବ୍ୟବସାୟରେ ମଧ୍ୟସ୍ଥି ବାହାର କରି ଚାଷୀ ମାନେ ସାରା ଦେଶରେ ଯେ କୌଣସି ସ୍ଥାନରେ ନିଜ ଫସଲ ବିକ୍ରୟ ପାଇଁ ଆଇନ କରିଛନ୍ତି ।

ଦୀର୍ଘ ଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ନୂତନ କୃଷି ଆଇନକୁ କାର୍ଯ୍ୟକାରୀ ନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସୀମାରେ ବିରୋଧ କରୁଥିବା ଚାଷୀଙ୍କୁ ଚାରିଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ରସରକାର ଏବଂ କୃଷକ ସଂଗଠନ ମଧ୍ୟରେ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ କହିଛନ୍ତି ।

କେତେ ଦିନ ପର୍ଯ୍ୟନ୍ତ କୃଷକମାନେ ଏହାର ପ୍ରତିବାଦରେ ବସିବେ ବୋଲି ପଚରାଯିବାରୁ ଟିକାଇଟ୍ କହିଛନ୍ତି ଯେ ଆମେ ମେ 2024 ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛୁ । ଆମର ଦାବି ହେଉଛି ଏହି ତିନୋଟି ଆଇନକୁ ଫେରାଇ ନିଆଯାଉ ଏବଂ ସରକାର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରନ୍ତୁ। ଦେଶରେ ପରବର୍ତ୍ତୀ ଲୋକସଭା ନିର୍ବାଚନ ଏପ୍ରିଲ-ମେ 2024 ମଧ୍ୟରେ ହେବ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.