ETV Bharat / bharat

ମୌସୁମୀ ଅଧିବେଶନରେ ସଂସଦ ବାହାରେ ପ୍ରଦର୍ଶନ କରିବ କୃଷକ ସଂଗଠନ

author img

By

Published : Jul 4, 2021, 9:23 PM IST

ଆସନ୍ତା ଜୁଲାଇ 19ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ସଂସଦ ସାମନାରେ ପ୍ରଦର୍ଶନ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା ବୋଲି କହିଛନ୍ତି କୃଷକ ନେତା ବଲବୀର ସିଂହ ରାଜବାଲ । ଅଧିକ ପଢନ୍ତୁ...

monsoon session
ମୌସୁମୀ ଅଧିବେଶନରେ ସଂସଦ ବାହାରେ ପ୍ରଦର୍ଶନ କରିବ କୃଷକ ସଂଗଠନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 19ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ସଂସଦ ସାମନାରେ ପ୍ରଦର୍ଶନ କରିବ ସଂଯୁକ୍ତ କୃଷକ ମୋର୍ଚ୍ଚା ବୋଲି କହିଛନ୍ତି କୃଷକ ନେତା ବଲବୀର ସିଂହ ରାଜବାଲ । କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ଆଇନକୁ ବିରୋଧ ଜାରି ରଖିଛନ୍ତି ଆନ୍ଦୋଳନ ।

ଦୀର୍ଘ 7 ମାସ ହେଲା କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି କୃଷକ ନେତା । ଜୁଲାଇ 19ରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ସମୟରେ କୃଷକ ମୋର୍ଚ୍ଚାର 40 ଅଧିକ କୃଷକ ସଂଗଠନ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ସଂସଦ ସମ୍ମୁଖରେ ପ୍ରଦର୍ଶନ କରିବେ ।

କୃଷକ ନେତା ବଲବୀର ସିଂହ ରାଜବାଲ କହିଛନ୍ତି ଏହି ଅଧିବେଶନରେ ବିରୋଧୀ ଦଳ ସାଂସଦ ମାନଙ୍କୁ ଆମେ ନିବେଦନ କରୁଛୁ ଯେ ପ୍ରତିଦିନ ସଂସଦ ଭିତରେ ଏହି ମୁଦ୍ଦାକୁ ଉଠାନ୍ତୁ । ଆମେ ନୂତନ କୃଷିଆଇନକୁ ବିରୋଧ କରି ସଂସଦ ବାହାରେ ଧାରଣା ଦେବୁ ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏହି ଆଇନକୁ ନେଇ ସମାଧାନ କରିନାହାଁନ୍ତି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ଏବଂ ସଂସଦ ଅଧିବେଶନକୁ ଚଳାଇ ଦେବୁ ନାହିଁ ।

ସୂଚନାଥାଉକି କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ କେନ୍ଦ୍ର ସରକାର ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ଦେଢ ବର୍ଷ ପାଇଁ ନୂତନ କୃଷି ଆଇନକୁ ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ନୂତନ କୃଷି ଆଇନରେ ସଂଶୋଧନ ପାଇଁ କୃଷକଙ୍କୁ ବାରମ୍ବାର ନିବେଦନ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.