ETV Bharat / bharat

Three farm laws repealed, ସିଙ୍ଘୁ ସୀମାରେ ରଣନୀତି ପାଇଁ ପ୍ରସ୍ତୁତି ବୈଠକ - ସିଙ୍ଘୁ ବର୍ଡର

କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା ପରେ ଆଗମୀ ରଣନୀତି ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ସିଙ୍ଘୁ ସୀମାରେ ଚାଲିଛି ବୈଠକ । କୃଷକ ନେତା ରାକେଶ ଟିକାୟତଙ୍କୁ ଛାଡି ବୈଠକରେ ସମସ୍ତ କିଶାନ ନେତା ଉପସ୍ଥିତ ଅଛନ୍ତି । ଅଧିକ ପଢନ୍ତୁ

farmers meeting start at singhu border
farmers meeting start at singhu border
author img

By

Published : Nov 21, 2021, 1:34 PM IST

ନୂଆଦିଲ୍ଲୀ: ଶୁକ୍ରବାର ପିଏମ ମୋଦି ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏହାପରେ ଆଗମୀ ରଣନୀତି ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ସିଙ୍ଘୁ ବର୍ଡରରେ ଚାଲିଛି ବୈଠକ । କୃଷକ ନେତା ରାକେଶ ଟିକାୟତଙ୍କୁ ଛାଡି ବୈଠକରେ ସମସ୍ତ କିଶାନ ନେତା ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ଶନିବାର ସଂଯୁକ୍ତ କିଶାନ ମୋର୍ଚ୍ଚାର ବିଶିଷ୍ଟ ନେତାଙ୍କ 9 ସଦସ୍ୟ ବିଶିଷ୍ଟ କମିଟିର ଏକ ବୈଠକ ହୋଇଥିଲା ।

ସିଙ୍ଘୁ ସୀମାରେ ବସିଥିବା ବୈଠକରେ ଚାଷୀଙ୍କ ମୁଖ୍ୟ ଦାବି ଉପରେ ବିଚାର କରାଯିବ। ଏହା ସହିତ ଆନ୍ଦୋଳନରେ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଆଲୋଚନା ମଧ୍ୟ ହେବ। ଏହି ବୈଠକ ଶନିବାର ହେବାର ଥିଲା । କିଛି କାରଣ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା । ସୂଚନାନୁସାରେ, ସିଙ୍ଘୁ ସୀମାରେ କୃଷକ ନେତାଙ୍କ ବୈଠକରେ ସିଙ୍ଘୁ, ଗାଜିପୁର ଏବଂ ଟିକିର ସୀମାରୁ ଫ୍ରଣ୍ଟ ହଟାଇବା ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହେବ । ଏହା ସହିତ ବୈଠକରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି MSP ଦାବି । ଯାହା ଉପରେ ରଣନୀତି ପ୍ରସ୍ତୁତ ହେବ ।

MSP ଦାବି ସହିତ ବିଦ୍ୟୁତ୍ ଉପରୁ ଅର୍ଡିନାନ୍ସର ପ୍ରତ୍ୟାହାର । ତୃତୀୟ ପ୍ରସଙ୍ଗ ହେଉଛି ପରାଲି ମାମଲାର ପ୍ରତ୍ୟାହାର । ଚତୁର୍ଥ ପ୍ରସଙ୍ଗ କୃଷକ ଆନ୍ଦୋଳନ ମାମଲା ପ୍ରତ୍ୟାହାର ପାଇଁ ସହିତ ମୃତ କୃଷକଙ୍କ ପରିବାରକୁ କ୍ଷତିପୂରଣ ଦାବି ।

ପ୍ରକାଶ ଥାଉ କି, ଗୁରୁ ପୂର୍ଣ୍ଣିମା ଦିନ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ 3ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ଖୁବଶୀଘ୍ର ଏ ନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ ମୋଦି । ଏହା ପରେ ଯେ ପର୍ଯ୍ୟନ୍ତ ନିୟମ ନ ଆସିଛି ସେବେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ କୃଷକ ନେତା ରାକେଶ ଟିକାୟତ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.