ETV Bharat / bharat

ପଞ୍ଜାବରେ ବିଜେପି ବିଧାୟକଙ୍କୁ ଚାଷୀଙ୍କ ନିର୍ଧୁମ ମାଡ - ବିଜେପି ବିଧାୟକ ଅରୁଣ ନାରଙ୍ଗ

ବିଜେପି ବିଧାୟକଙ୍କୁ ମାଡ ମାରିଲେ ଚାଷୀ । ଶନିବାର ପଞ୍ଜାବ ଅବହୋର ବିଜେପି ବିଧାୟକ ଅରୁଣ ନାରଙ୍ଗଙ୍କୁ ମାଡ ମାରିଛନ୍ତି ଚାଷୀ । ଏନେଇ ବିଧାୟକ ମୌଲତ ଥାନାରେ ଏତଲା ଦାୟର କରିଛନ୍ତି । ଅଧିକ ପଢନ୍ତୁ...

Farmers beaten BJP MLA arun narang in Punjab
ବିଜେପି ବିଧାୟକଙ୍କୁ ମାଡ ମାରିଲେ ଚାଷୀ
author img

By

Published : Mar 28, 2021, 10:08 AM IST

ଚଣ୍ଡୀଗଡ: ବିଜେପି ବିଧାୟକଙ୍କୁ ନିର୍ଧୁମ ପିଟିଲେ ଚାଷୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ଶନିବାର ପଞ୍ଜାବ ଅବହୋର ବିଜେପି ବିଧାୟକ ଅରୁଣ ନାରଙ୍ଗଙ୍କୁ ମାଡ ମାରିଛନ୍ତି ଚାଷୀ । ଏନେଇ ବିଧାୟକ ମୌଲତ ଥାନାରେ ଏତଲା ଦାୟର କରିଛନ୍ତି ।

  • Punjab: Bharatiya Janata Party (BJP) MLA from Abohar Arun Narang was thrashed allegedly by protesting farmers in Malout yesterday.

    An FIR has been registered at Malout Police Station. pic.twitter.com/c7DOYzEMYv

    — ANI (@ANI) March 28, 2021 " class="align-text-top noRightClick twitterSection" data=" ">

ଦୀର୍ଘ 3 ମାସ ହେଲା କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଶନିବାର ପଞ୍ଜାବର ମୁଖତାର ଜିଲ୍ଲା ଅନ୍ତର୍ଗତ ମୌଲତରେ ଚାଷୀ ମାନେ ବିଜେପି ବିଧାୟକଙ୍କୁ ମାଡ ମାରିଛନ୍ତି । ପଞ୍ଜାବର ଅବହୋର ବିଜେପି ବିଧାୟକ ଅରୁଣ ନାରଙ୍ଗ ଓ ତାଙ୍କ ସମର୍ଥକ ଏକ ପ୍ରେସମିଟ କରିବା ପାଇଁ ଯିବାବେଳେ ଆକ୍ରମଣ କରିଛନ୍ତି । ପଞ୍ଜାବ ସରକାର ବିରୋଧରେ ଏକ ପ୍ରେସମିଟ କରିବା ପାଇଁ ଯିବାବେଳେ ଆନ୍ଦୋଳନରତ ଚାଷୀମାନେ ବିଜେପି ବିଧାୟକଙ୍କୁ ମାଡ ମାରିବା ସହ ସାର୍ଟ ଚିରି ଲହୁଲୁହାଣ କରିଛନ୍ତି । ଏହା ସହ ତାଙ୍କ ଉପରକୁ କାଳି ଫିଙ୍ଗିଛନ୍ତି । ଏନେଇ ସେ ମୌଲତ ଥାନାରେ ଏତଲା ଦାୟର କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିନ୍ଦା କରିଛନ୍ତି । ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ହୋଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ।

ସୂଚାଥାଉଗି ଦୀର୍ଘ 3 ମାସରୁ ଉର୍ଦ୍ଧ୍ବ ସମୟ ହେଲା କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରୀ ରଖିଛନ୍ତି । ଏହାକୁ ଯେ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ । ଦୀର୍ଘ ଦିନ ହେଲା ଚାଷୀ ଓ ସରକାର ମଧ୍ୟରେ ନୂତନ କୃଷି ଆଇନକୁ ନେଇ ଲାଗି ରହିଛି ଛକାପଞ୍ଛା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.