ETV Bharat / bharat

ଜଳଦ କୁମାର ତ୍ରିପାଠୀ ହେବେ ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର

author img

By

Published : Sep 22, 2021, 9:29 PM IST

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ । ଅଧିକ ପଢନ୍ତୁ...

Chief Information Commissioner Of Odisha

ଭୁବନେଶ୍ବର: ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ ତାମିଲନାଡୁର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ । ଏନେଇ ଆପତଃ ଚୂଡାନ୍ତ ହୋଇସାରିଛି ।

ଗତକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଜଳଦଙ୍କ ନା ଉପରେ ମୋହର ବାଜିଥିବା ସୂଚନା ମିଳିଛି । ତେବେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଘୋଷଣା ହେବ ।

ମୁଖ୍ୟ ସୂଚନା କମିଶନର ଥିବା ସୁନୀଲ ମିଶ୍ର ଅଗଷ୍ଟ ୧୫ ରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି । ତେବେ ମୁଖ୍ୟ ସୂଚନା କମିଶନର ପଦବୀ ପାଇଁ ୩ ଜଣଙ୍କ ନା ଚୂଡାନ୍ତ କରାଯାଇଥିଲା । ସେଥିରୁ ଜଣଙ୍କ ନା ଉପରେ ସହମତି ଭିତ୍ତିରେ ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି । କଟକରେ ଜନ୍ମିତ ଜଲଦ ତାମିଲନାଡୁରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦୀବିରେ ରହି ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଜୋନ ଆଇଜିପି, କ୍ରାଇମବ୍ରାଞ୍ଚ, ଭଳି ପଦବୀରେ କାମ କରିଛନ୍ତି ।

ଲୋକସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୮ ରେ ପ୍ରଧାନମନ୍ତ୍ରୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ଏହି ଓଡିଆ ଅବସରପ୍ରାପ୍ତ ଆଇପିଏସ ଅଫିସର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.