ETV Bharat / bharat

କ୍ଷେତରେ ହଳ କଲେ ବଳଦ-ଘୋଡା, ଭାଇରାଲ ହେଉଛି ଭିଡିଓ - ଛତିଶଗଡ ଭାଇରାଲ ଭିଡିଓ

ଟ୍ରାକ୍ଟର ବା ଦୁଇ ବଳଦ ନୁହଁ ବରଂ ଗୋଟିଏ ବଳଦ ଓ ଘୋଡା କାନ୍ଧରେ ଲଙ୍ଗଳ ରଖି ଜମି ହଳ କରୁଛନ୍ତି ଚାଷୀ । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ଅଧିକ ପଢନ୍ତୁ

ଚାଷ କରିବାକୁ ପାଖରେ ନଥିବା ଟଙ୍କା, ଘୋଡା ସାହାଯ୍ୟକେ ଜମିରେ ହଳ କରୁଛନ୍ତି ଚାଷୀ

author img

By

Published : Jul 14, 2022, 11:53 AM IST

Updated : Jul 14, 2022, 12:33 PM IST

ରାୟପୁର: ସାଧାରଣତଃ ଚାଷ ଜମି ହଳ କରିବା ପାଇଁ ଟ୍ରାକ୍ଟରର ବ୍ୟବହାର କରାଯାଏ । କେହି କେହି ଦୁଇ ବଳଦ କାନ୍ଧରେ ଲଙ୍ଗଳ ରଖି ହଳ କରିଥାନ୍ତି । କିନ୍ତୁ ଛତିଶଗଡର ଜଶପୁରରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଟ୍ରାକ୍ଟର ବା ଦୁଇ ବଳଦ ନୁହଁ ବରଂ ଗୋଟିଏ ବଳଦ ଓ ଘୋଡା କାନ୍ଧରେ ଲଙ୍ଗଳ ରଖି ଜମି ହଳ କରୁଛନ୍ତି ଚାଷୀ (Farmer of Jashpur plowing field with bull and horse) । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ଏହି ଭିଡିଓ ଦେଖିଲେ ଦେଶରେ କୃଷକଙ୍କ ଅବସ୍ଥା ଓ ଫସଲ ଉତ୍ପାଦନ ପାଇଁ ଗୋଟିଏ କୃଷକ କେତେ ଯେ ସଂଘର୍ଷ କରେ ତାହା ବେଶ ବାରି ହୋଇପଡୁଛି ।

କ୍ଷେତରେ ହଳ କଲେ ବଳଦ-ଘୋଡା, ଭାଇରାଲ ହେଉଛି ଭିଡିଓ

ଭାଇରାଲ ହୋଇଥିବା ଭିଡିଓଟି ଜଶପୁରର ଅଞ୍ଚଳର ହୋଇଥିବା କୁହାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଚାଷୀ ତାଙ୍କ ଜମିରେ ଏକ କଳା ରଙ୍ଗର ବଳଦ ଓ କଳା ରଙ୍ଗର ଘୋଡାର କାନ୍ଧରେ ଲଙ୍ଗଳ ପକାଇ ଜମି ହଳ କରୁଛନ୍ତି । ଚାଷ କରୁଥିବା କୃଷକ ଜଣଙ୍କ ହେଉଛନ୍ତି ବାବନ କୁମାର । ଆର୍ଥିକ ସମସ୍ୟା ହେତୁ ସେ ଚାଷ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷ ପାଇଁ ତାଙ୍କ ପାଖରେ ଟଙ୍କାନଥିବାରୁ ସେ ବଳଦ କିଣିବାକୁ ଅସମର୍ଥ ଥିଲେ । ତେଣୁ ଘୋଡାକୁ ନେଇ ଚାଷ କରୁଥିବା କହିଛନ୍ତି ।

ତିନି ବର୍ଷ ପୂର୍ବ ତାଙ୍କ ନିକଟରେ ଚାଷ ପାଇଁ ଅନେକ ବଳଦ ଥିଲେ । କିନ୍ତୁ ଅଜଣା ରୋଗରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କିଛି ଟଙ୍କା ଦେଇ ଏକ ବାଛୁରୀ ଓ ଘୋଡା କିଣିଥିଲେ । ଏହାକୁ ନେଇ ସେ କ୍ଷେତରେ ହଳ କରିବାକୁ ସ୍ଥିର କଲେ। ପୂର୍ବରୁ ଘୋଡା କେବେ ହେଲେ ହଳ କାର୍ଯ୍ୟରେ ନିୟୋଜିତ ହୋଇନଥିଲେ ମଧ୍ୟ କୌଶଳ କ୍ରମେ ସେ ଘୋଡାକୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ଟ୍ରାକ୍ଟର ସାହାଯ୍ୟରେ କ୍ଷେତ ହଳ କରିବା ପାଇଁ ଅର୍ଥ ନଥିବାରୁ ସେ ଏପରି କରିଥିବା କହିଛନ୍ତି । ଯାହାର ଭିଡିଓବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Last Updated : Jul 14, 2022, 12:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.