ETV Bharat / bharat

23 ଦିନରେ ଚାଷୀ ଆନ୍ଦୋଳନ: ବରିଷ୍ଠ ଆଇନଜୀବୀଙ୍କ ସହ କଥା ହେବେ କୃଷକ ନେତା

author img

By

Published : Dec 18, 2020, 11:16 AM IST

କୃଷକ ଆନ୍ଦୋଳନ ଚାଲିଥିବା ସମୟରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବରିଷ୍ଠ ଆଇନଜୀବୀଙ୍କ ସହ କଥା ହେବେ କୃଷକ ନେତା । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ
ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ: ହାଡଭଙ୍ଗା ଶୀତ ଭିତରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଆଜିକୁ 23 ଦିନ ହେବ ସିଙ୍ଘୁ ସୀମାରେ ସେମାନେ ଆନ୍ଦୋଳନରେ ବସିଛନ୍ତି । ସେପଟେ ସରକାର ଏହାର ସମାଧାନ ପାଇଁ ବୈଠକ ପରେ ବୈଠକ କରୁଥିବାବେଳେ ଚାଷୀମାନେ ଆଇନକୁ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ସରକାର ଓ ଚାଷୀଙ୍କ ମଧ୍ୟରେ ଆଉ ଆଲୋଚନା ହେଉନାହିଁ ।

ଚାଷୀ ଆନ୍ଦୋଳନ

ତେବେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବାବେଳେ ସୁପ୍ରିମକୋର୍ଟରେ ଆନ୍ଦୋଳନକୁ ନେଇ ଏକ ମାମଲାର ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରିବାକୁ କହିଛନ୍ତି । ଯାହାକୁ ନେଇ ଚାଷୀଙ୍କ ଆଗାମୀ ରଣନୀତି କଣ ହେବ ସେବାବଦରେ ବରିଷ୍ଠ ଆଇନଜୀବୀଙ୍କ ସହ ଚାଷୀନେତା ଆଲୋଚନା କରିବେ ବୋଲି ଜଣାପଡିଛି ।

ଦୁଶ୍ୟନ୍ତ ଦେବ, ପ୍ରଶାନ୍ତ ଭୂଷଣ ଓ କୋଲିନ ଗନସାଲଭେ ଭଳି ଆଇନଜୀବୀଙ୍କ ସହିତ ଚାଷୀ ନେତା ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଜଣାପଡିଛି ।

ସୂଚନାଥାଉକି, ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବିଚାପରପତି ଏସଏ ବୋବଡେ କହିଛନ୍ତି, ‘ଦିଲ୍ଲୀକୁ ଅବରୋଧ କଲେ ଏଠାରେ ଲୋକେ ଭୋକ ଉପାସରେ ରହିବେ । ଚାଷୀଙ୍କ ଉଦ୍ଦେଶ୍ୟ ଆଲୋଚନାରେ ହିଁ ପୂରଣ ହେବ ।’ କେବଳ ବିରୋଧ ପ୍ରଦର୍ଶନ କଲେ କୌଣସି ଲାଭ ହେବ ନାହିଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।

ସିଜେଆଇ କହିଛନ୍ତି, ସମସ୍ତ ପକ୍ଷକୁ ଶୁଣିବା ପରେ ହିଁ ଆଦେଶ ଜାରି କରାଯିବ । ଆମେ ଚାଷୀ ସଂଗଠନକୁ ଶୁଣିବା ପରେ ଆଦେଶ ଦେବୁ । ଅନ୍ୟପକ୍ଷେ ଶନିବାର ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ସଲିସିଟର ଜେନେରାଲ ।

ସେହିପରି ସିଜେଆଇ କହିଛନ୍ତି, ‘ବହୁ ସଂଖ୍ୟକ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶର ଅନୁମତି ଦିଆଯିବା ଉଚିତ କି ନୁହେଁ ଏହା ପୋଲିସର ନିଷ୍ପତ୍ତି ହେବ ।’ ଶୁଣାଣି ସମୟରେ ଯେତେବେଳେ ଆବେଦନକାରୀଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କର ରାସ୍ତାରୁ ହଟାଇବାକୁ ଅନୁରୋଧ କରାଗଲା, ସେତେବେଳେ ସିଜେଆଇ କହିଲେ ଯେ, ‘ପ୍ରଦର୍ଶନ କରିବା ଚାଷୀଙ୍କ ଅଧିକାର । ହେଲେ ଏହି ଅଧିକାର ଯୋଗୁଁ କୌଣସି ଅନ୍ୟ ବ୍ୟକ୍ତିଙ୍କୁ କ୍ଷତି ନ ପହଞ୍ଚୁ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.