ETV Bharat / bharat

କୃଷି ଆଇନକୁ ଅଭିନବ ପ୍ରତିବାଦ, ଅମଳ ପରିବର୍ତ୍ତେ ଟ୍ରାକ୍ଟର ଚଳାଇ ଗହମ ନଷ୍ଟ କଲେ ଚାଷୀ - ଚଣ୍ଡିଗଡରେ କୃଷି ଆଇନକୁ ବିରୋଧ ପ୍ରସଙ୍ଗ

କୃଷି ଆଇନକୁ ବିରୋଧ କରି ଗହମ କ୍ଷେତରେ ଟ୍ରାକ୍ଟର ଚଳାଇ ଫସଲ ନଷ୍ଟ କଲେ ଚାଷୀ । ଅଧିକ ପଢନ୍ତୁ...

କୃଷି ଆଇନକୁ ଅଭିନବ ପ୍ରତିବାଦ, ଅମଳ ପରିବର୍ତ୍ତେ ଟ୍ରାକ୍ଟର ଚଳାଇ ଗହମ ନଷ୍ଟ କଲେ ଚାଷୀ

author img

By

Published : Feb 24, 2021, 8:14 PM IST

ଚଣ୍ଡିଗଡ: କୃଷି ଆଇନକୁ ବିରୋଧ କରି ଗହମ କ୍ଷେତରେ ଟ୍ରାକ୍ଟର ଚଳାଇ ଫସଲ ନଷ୍ଟ କଲେ ଚାଷୀ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଚର୍ଖି ଦାଦରି ଅଞ୍ଚଳରେ । ସେଠାକାର ସ୍ଥାନୀୟ ଚାଷୀ ନିଜ ଚାଷ ଜମିରେ ହୋଇଥିବା ଫସଲ ଅମଳ ପରିବର୍ତ୍ତେ ଟ୍ରାକ୍ଟର ଚଳାଇ ନଷ୍ଟ କରିଛନ୍ତି ।

କୃଷି ଆଇନକୁ ଅଭିନବ ପ୍ରତିବାଦ, ଅମଳ ପରିବର୍ତ୍ତେ ଟ୍ରାକ୍ଟର ଚଳାଇ ଗହମ ନଷ୍ଟ କଲେ ଚାଷୀ

ଚର୍ଖି ଦାଦରିରେ ଜଣେ କୃଷକ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ଚଳାଇ ନିଜର 4 ଏକର ଗହମ ଫସଲ ନଷ୍ଟ କରିଦେଇଛନ୍ତି। ଏହାର କାରଣ ବାବଦରେ ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ଫସଲ ଭଲ ମୂଲ୍ୟରେ ବିକ୍ରି ହେବ ନାହିଁ, ତେବେ ଫସଲ ଉତ୍ପାଦନର ଲାଭ କିଛି ନାହିଁ ।

କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଯଦିଓ ସରକାର ଏବଂ କୃଷକଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାସ୍ତା ମିଳିନାହିଁ। ଯେଉଁ କାରଣରୁ ଉତ୍ତର ଭାରତରେ କ୍ରୋଧିତ କୃଷକମାନେ ସେମାନଙ୍କର ଗହମ ଫସଲ ନଷ୍ଟ କରୁଥିବା ସମ୍ନାକୁ ଆସିବାରେ ଲାଗିଛି ।

ଅନ୍ୟ କୃଷକମାନେ ମଧ୍ୟ କ୍ଷେତରେ ଉପସ୍ଥିତ ରହି ପିଏମ ମୋଦିଙ୍କ ଦ୍ବାରା କୃଷକମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି କହିଥିଲେ। ଯଦି ଏହା ଜାରି ରହେ ତେବେ ଦେଶର ଖାଦ୍ୟ ଯୋଗାଣକାରୀ ଭୋକ ଉପାସରେେ ରହିବେ ବୋଲି ଚେତାବନୀ ଦେଇଛନ୍ତି କୃଷକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.