ETV Bharat / bharat

'କୃଷି ଆଇନ କୃଷି କ୍ଷେତ୍ରକୁ ସୁଦୃଢ କରିବ ଓ ଅର୍ଥନୀତିରେ ଉନ୍ନତି ଆଣିବ'

author img

By

Published : Jan 16, 2021, 7:18 PM IST

କେନ୍ଦ୍ର ସରକାରଙ୍କ କୃଷି ଆଇନ କୃଷି କ୍ଷେତ୍ରକୁ ସୁଦୃଢ କରିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

Farm laws will strengthen agri sector, improve economic condition: Ravi Shankar Prasad
'କୃଷି ଆଇନ କୃଷି କ୍ଷେତ୍ରକୁ ସୁଦୃଢ କରିବ ଓ ଅର୍ଥନୀତିରେ ଉନ୍ନତି ଆଣିବ'

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ କୃଷି କ୍ଷେତ୍ରକୁ ସୁଦୃଢ କରିବା ସହିତ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଟ୍ବିଟ କରି କହିଛନ୍ତି । ମୋଦି ସରକାର ଦେଶର ଚାଷୀଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି ।

  • The new agricultural laws has not only strengthen the agriculture sector but has also improved the economic condition of the farmers.
    From 2013-14 to 2019-20 there has been considerable increase in procurement and production of wheat.#ModiWithFarmers pic.twitter.com/RhzHlT9AMh

    — Ravi Shankar Prasad (@rsprasad) January 16, 2021 " class="align-text-top noRightClick twitterSection" data=" ">

ପ୍ରସାଦ ଟୁଇଟ୍ କରି କହିଛନ୍ତି, "ନୂତନ କୃଷି ନିୟମ କେବଳ କୃଷି କ୍ଷେତ୍ରକୁ ମଜବୁତ କରିନାହିଁ ବରଂ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିଛି । 2013-14 ରୁ 2019-20 ପର୍ଯ୍ୟନ୍ତ ଗହମ କ୍ରୟ ଏବଂ ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ଘଟିଛି ।" କୃଷି ମନ୍ତ୍ରଣାଳୟ ଜାନୁଆରୀ 15ରେ 2013-14 ରୁ 2019-20 ପର୍ଯ୍ୟନ୍ତ ଗହମ କ୍ରୟ ଏବଂ ଉତ୍ପାଦନ ସମ୍ପର୍କିତ ଏକ ଗ୍ରାଫ ପ୍ରକାଶ କରିଥିଲା । କେନ୍ଦ୍ରମନ୍ତ୍ରୀ ତାଙ୍କ ଟ୍ୱିଟରେ ଏହି ଗ୍ରାଫ ଚାର୍ଟକୁ ମଧ୍ୟ ପୋଷ୍ଟ କରିଛନ୍ତି ।

2013-14ରେ ଗହମ କ୍ରୟ 250.92 ଲକ୍ଷ ମେଟ୍ରିକ୍ ଟନ୍ (LMT) ହୋଇଥିବାବେଳେ 2019-20 ରେ 341.33 LMT ଥିଲା । ତେବେ ଛଅ ବର୍ଷ ମଧ୍ୟରେ ଗହମ କ୍ରୟରେ 90.41 LMT ବୃଦ୍ଧି ହୋଇଛି ବୋଲି ଗ୍ରାଫରେ ଥିବା ତଥ୍ୟରୁ ଜଣାପଡିଛି । ସେହିପରି 2013-14ରେ ଗହମ ଉତ୍ପାଦନ 26.18 ପ୍ରତିଶତ ଥିବାବେଳେ 2019-20ରେ 31.72 ପ୍ରତିଶତ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ବର୍ଷ ମଧ୍ୟରେ ଗହମ ଉତ୍ପାଦନରେ 5.54 ପ୍ରତିଶତ ବୃଦ୍ଧି ଘଟିଛି ।

ଦିଲ୍ଲୀ ସୀମାରେ ଚାଲିଥିବା ଚାଷ ବିରୋଧ ଏବଂ ସୁପ୍ରିମକୋର୍ଟଙ୍କ ନୂତନ କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପ୍ରସାଦ ଏହି ଆଇନର ସକରାତ୍ମକ ପ୍ରଭାବକୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତି । ମୋଦି ଭାରତର ଚାଷୀଙ୍କ ସହିତ ଅଛନ୍ତି । ନୂଆ କୃଷି ଆଇନ ଦ୍ବାରା ମୋଦି ସରକାର ଚାଷୀଙ୍କୁ ଉତ୍ତମ ନୂତନ ବିକଳ୍ପ ପ୍ରଦାନ କରୁଛନ୍ତି ।

ଏହାଦ୍ବାରା ଚାଷୀମାନେ ତାଙ୍କ ଉତ୍ପାଦକୁ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ ବୋଲି ସେ ଶୁକ୍ରବାର ଟ୍ବିଟ କରି କହିଛନ୍ତି । ସରକାର ସେମାନଙ୍କର ଫ୍ଲାଗସିପ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଅଧୀନରେ 2022 ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.