ETV Bharat / bharat

Farm Laws Repeal Bill passed: ୭୫୦ ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କହିଲେ ଟିକାୟତ

author img

By

Published : Nov 29, 2021, 2:09 PM IST

ବିଳମ୍ବରେ ହେଉ ପଛେ ଦୀର୍ଘ ଦିନ ଧରି ଜାରି ଥିବା ଚାଷୀଙ୍କ ଆନ୍ଦୋଳନ ସଫଳ ହୋଇଛି । ଶୀତ ଅଧିବେଶନରେ (Winter session of Parliament) କୃଷି ଆଇନ ପ୍ରତ୍ୟାହାର (Farm Laws Repeal Bill) ବିଲ ପାରିତ ୭୫୦ ଚାଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ (Rakesh Tikayat) । ଅଧିକ ପଢନ୍ତୁ

୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି କହିଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: ବିଳମ୍ବରେ ହେଉ ପଛେ ଦୀର୍ଘ ଦିନ ଧରି ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ସଫଳ ହୋଇଛି । ଆଜି ସଂସଦର ଶୀତ ଅଧିବେଶନରେ (Winter session of Parliament) କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ (Farm Laws Repeal Bill) ହୋଇଛି । ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ (Rakesh Tikayat) । ଏହା ସହିତ MSP ସମେତ ଅନ୍ୟାନ୍ୟ ପ୍ରସଙ୍ଗ ବିଚାରାଧୀନ ଥିବାରୁ ବିରୋଧ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଶାନ ୟୁନିୟନ ( Bharatiya Kisan Union) ନେତା ରାକେଶ ଟିକାୟତ ।

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୩ଟି ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ଉପସ୍ଥାପନ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଆଧାରରେ ଆଜି ପ୍ରଥମ ଦିନରେ ବିବାଦୀୟ ଆଇନ୍‌କୁ ପ୍ରତ୍ୟାହାର ପାଇଁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ଲୋକସଭାରେ କୃଷି ଆଇନ୍‌ ଉଚ୍ଛେଦ ବିଲ୍‌ ପାରିତ ହୋଇଛି । ଜୀବନ ହରାଇଥିବା ୭୫୦ ଚାଷୀଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ (Rakesh Tikayat) ।

ସୂଚନାଯୋଗ୍ୟ ଯେ, ଗତ ଏକବର୍ଷ ହେଲା ଦେଶରେ ୩ଟି କୃଷି ଆଇନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏପରିକି ଦିଲ୍ଲୀ ସୀମାରେ ପାଖାପାଖି ବର୍ଷେ ହେଲା ଚାଷୀମାନେ ଧାରଣାରେ ବସିଥିଲେ । ଶେଷରେ ୧୯ ତାରିଖ ଦିନ ଗୁରୁ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ସମ୍ଭୋଧିତ କରି ବିବାଦୀୟ ୩ଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ପରେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିଥିଲା । ଏହାପରେ ଆଜି ଲୋକସଭାରେ ଏହି ବିବାଦୀୟ ବିଲ୍‌ ପାରିତ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.