ETV Bharat / bharat

ହସ୍ପିଟାଲରେ ରଜନୀକାନ୍ତ, ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ପୂଜାର୍ଚ୍ଚନା

ସୁପରଷ୍ଟାର ରଜନୀକାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ପ୍ରଶଂସକ। ମଦୁରାଇର ମୁରୁଗନ ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

author img

By

Published : Oct 31, 2021, 6:46 PM IST

ହସ୍ପିଟାଲରେ ରଜନୀକାନ୍ତ, ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ପୂଜାର୍ଚ୍ଚନା
ହସ୍ପିଟାଲରେ ରଜନୀକାନ୍ତ, ଆଶୁ ଆରୋଗ୍ୟ ପାଇଁ ପ୍ରଶଂସକଙ୍କ ପୂଜାର୍ଚ୍ଚନା

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାରୁ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଥଲାଇଭାଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ତାଙ୍କ ପ୍ରଶଂସକ । ଆଜି ତାମିଲନାଡୁର ମଦୁରାଇସ୍ଥିତ ମୁରୁଗନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ତାଙ୍କ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର 'ଆନ୍ନାଥ'ର ସୁଟିଂ ଜାରି ରହିଥିବାବେଳେ ଖୁବ ଶୀଘ୍ର ତାଙ୍କୁ ପରଦାରେ ଦେଖିବାକୁ ଚାହୁଁଛନ୍ତି ଦର୍ଶକ ।

ଅଭିନେତା ରଜନୀକାନ୍ତ ଅସୁସ୍ଥ ଅନୁଭବ କରିବାରୁ ଗତ ଗୁରୁବାର ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରଖିଛି। ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି କରାଯାଇଥିବା ସ୍ବାସ୍ଥ୍ୟ ବୁଲେଟିନ ଅନୁସାରେ, ‘କାରୋଟିଡ୍ ଏଣ୍ଡାର୍ଟେରେକ୍ଟୋମି’ ଚିକିତ୍ସା ପରେ ରଜନୀକାନ୍ତ ସୁସ୍ଥ ହେଉଥିବା କୁହାଯାଇଛି । ତେବେ ବର୍ତ୍ତମାନର ସ୍ବାସ୍ଥ୍ୟବସ୍ଥାକୁ ଦେଖି ତାଙ୍କୁ ଆଗାମୀ ଦିନେ କିମ୍ବା 2 ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯାଇପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.