ETV Bharat / bharat

ବିବାହ ପାଇଁ କଲେ ପ୍ରପୋଜ ବିଦେଶୀ ଫ୍ୟାନ, ସଲମାନ କହିଲେ ଅଉ ନାହିଁ ବାହା ବୟସ

author img

By

Published : May 27, 2023, 8:58 PM IST

ସଲମାନ ଖାନଙ୍କୁ ବିବାହ ପାଇଁ ପ୍ରପୋଜ କଲେ ବିଦେଶୀ ଫ୍ୟାନ୍ସ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ। ଅଧିକ ପଢ଼ନ୍ତୁ

ସଲମାନ ଖାନଙ୍କୁ ବିବାହ ପାଇଁ ପ୍ରପୋଜ କଲେ ବିଦେଶି ଫ୍ୟାନ୍ସ

ହାଇଦ୍ରାବାଦ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଦିୱାନା ଅନେକ। ଦବଙ୍ଗ ଆକ୍ଟରଙ୍କ ଆକ୍ଟିଂ ଷ୍ଟାଇଲକୁ ଫ୍ୟାନ୍ସ ବେଶ ପସନ୍ଦ କରନ୍ତି । ଅନେକେ ଫ୍ୟାନ୍ସ ତାଙ୍କୁ ଭଲ ପାଆନ୍ତି ଏବଂ ବୟସ ସହିତ ଦବଙ୍ଗ ଅଭିନେତାଙ୍କ ପ୍ରଶଂସକ ବଢିବାରେ ଲାଗିଛନ୍ତି । ସଲୁ ଭାଇଙ୍କ ଫ୍ୟାନ୍ସଙ୍କ ଲମ୍ବା ଲିଷ୍ଟ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ରହିଛି। ତେବେ ତାଙ୍କୁ ବାହା ହେବା ପାଇଁ ଝିଅମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିିଳିଥାଏ। ତେବେ ସଲମାନ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ପୁଣି ଏବେ ସେଣ୍ଟର ଅଫ୍ ଆଟ୍ରାକ୍ସନ ରହିଛି ସଲୁଙ୍କ ବିବାହ ନ୍ୟୁଜ। ସଲମାନ ଏବେ ଫିଲ୍ମ ଏକଡେମି ଆୱାର୍ଡ ପାଇଁ ଆବୁଧାବିରେ ଅଛନ୍ତି। ଏହି ସମୟରେ ଜଣେ ମହିଳା ବିବାହ ପ୍ରସ୍ତାବ ସହିତ ସଲମାନଙ୍କୁ ପ୍ରପୋଜ କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ଯହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇନଷ୍ଟାଗ୍ରାମରେ ଏକ ପାପାରାଜି ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଜଣେ ମହିଳା, "ସଲମାନ ଖାନଙ୍କୁ ଭଲ ପାଉଥିବା କହୁଛନ୍ତି। ସେ କହୁଛନ୍ତି, ମୁଁ ତୁମକୁ ବହୁତ ଭଲପାଏ। ତମକୁ ଦେଖିବା କ୍ଷଣି ତୁମ ପ୍ରେମରେ ପଡିଗଲି। ତୁମେ ମୋତେ ବିବାହ କରିବ କି?" ଏହି ପ୍ରଶ୍ନର ପ୍ରତିକ୍ରିୟାରେ ସଲମାନ କହିଥିଲେ, "ମୋର ବିବାହ କରିବାର ଦିନ ସମାପ୍ତ ହୋଇଛି। ତୁମେ ମୋତେ 20 ବର୍ଷ ପୂର୍ବେ ସାକ୍ଷାତ କରିଥାନ୍ତ।" ଭିଡିଓ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ହଇଚଇ ଦେଖିବାକୁ ମିଳିଥିଲା। ଫ୍ୟାନ୍ସମନଙ୍କ ମଧ୍ୟ ଏହା ଉପେର କମେଣ୍ଟ କରିବା ଅରମ୍ଭ କରିଦେଇଛନ୍ତି।

ତେବେ ଏହାକୁ ନେଇ ଜଣେ ୟୁଜର କହିଛନ୍ତି, ସଲମାନ ଭାଇଙ୍କ ପାଇଁ ଆଜିବା ଝିଅଙ୍କ ଲମ୍ବା ଲାଇନ ରହିଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଭାଇଜାନଙ୍କ ଏହି ଲୁକ ଦେଖି ମତେ କିକ୍ ଫିଲ୍ମର କଥା ମନେ କଡିଯାଉଛି। ଏହା ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ଜଣେ ଫ୍ୟାନ୍ସ ଲେଖିଛନ୍ତି ସଲମାନଙ୍କ ଲୁକ୍, ଷ୍ଟାଇଲ, ଓ ସେନ୍ସଅଫ୍ ହ୍ୟୁମର କାହାର ନାହିଁ। ତାଙ୍କୁ ସବୁ ପରିସ୍ଥିତିକୁ ହ୍ୟାଣ୍ଡେଲ କରି ଆସେ। ସୂଚନା ଥାଉ କି ବର୍ତ୍ତମାନ, ସଲମାନ ଖାନ ଆବୁଧାବିରେ ଅନୁଷ୍ଠିତ IIFA ଆୱାର୍ଡ 2023 ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଯେ, ସେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗ-3 ର ସୁଟିଂ ଶେଷ କରିସାରିଛନ୍ତି । ଫିଲ୍ମଟି ବହୁତ ଭଲ ହୋଇଛି । ଏହି ଫିଲ୍ମ ଚଳିତବର୍ଷ ଦିପାବଳୀରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.