ETV Bharat / bharat

ଜୀବନ ନେଲା କୋଇଲା ଧୂଆଁ, ଶ୍ୱାସରୁଦ୍ଧ ହୋଇ ପରିବାରର 5 ମୃତ, 2 ଗୁରୁତର

author img

By ETV Bharat Odisha Team

Published : Jan 10, 2024, 1:52 PM IST

Five Died in Suffocation: କୋଇଲା ଧୂଆଁ ନେଲା ଜୀବନ । ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର 5 ମୃତ । 2 ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଅଧିକ ପଢନ୍ତୁ

ଜୀବନ ନେଲା କୋଇଲା ଧୂଆଁ
ଜୀବନ ନେଲା କୋଇଲା ଧୂଆଁ

ଲକ୍ଷ୍ମୌ: କୋଇଲା ଧୂଆଁରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ପରିବାରର 5 ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳରେ । ଶୀତରୁ ରକ୍ଷା ପାଇବା ପାଇଁ ଘରେ କୋଇଲା ଜଲାଇ ଶୋଇଥିବା ବେଳେ କୋଇଲାରୁ ନିର୍ଗତ କ୍ଷତିକାରକ ଧୂଆଁରେ ଶ୍ବାସରୁଦ୍ଧ ହୋଇ ପରିବାରର 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ସୈଦନଗଳି ଥାନା ଅନ୍ତର୍ଗତ ଅଲ୍ଲୀପୁର ଗାଁରେ ରହୁଥିବା ରହିସୁଦ୍ଦିନଙ୍କ ପରିବାର ସୋମବାର ଦିନ ରାତିରେ ଶୀତ ଅଧିକ ପଡିବାରୁ ଘରେ କୋଇଲା ଅଙ୍ଗାର ଜାଳି ଶୋଇଥିଲେ । ମଙ୍ଗଳବାର ଦିନ ପରିବାରର କେହି ଘର ବାହାରକୁ ନ ଆସିବାରୁ ପଡୋଶୀମାନଙ୍କ ସନ୍ଦେହ ହୋଇଥିଲା । ରହିସୁଦ୍ଦିନଙ୍କ ଘରକୁ ଯାଇ ଯାଞ୍ଚ କରିବାରୁ ଘର ଭିତର ପଟୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ ପଡୋଶୀ । ଘର କବାଟ ବାଡେଇଲେ ମଧ୍ୟ କେହି ଉତ୍ତର ଦେଇନଥିଲେ ।

ଏହାମଧ୍ୟ ପଢନ୍ତୁ..ଜୀବନ ନେଲା କୋଇଲା ଧୂଆଁ, ଶ୍ବାସରୁଦ୍ଧ ହେବାରୁ ଗୋଟିଏ ପରିବାରର 4 ମୃତ

ପଡୋଶୀମାନେ ଏକାଠି ହୋଇ ଘର କବାଟ ଭାଙ୍ଗି ଭିତରକୁ ଯାଇଥିଲେ । ଘର ମଧ୍ୟରେ ପରିବାରର ସମସ୍ତ ସଦସ୍ୟ ଏଠି ସେଠି ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର 5 ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହ 2 ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । 5 ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ଏନେଇ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପଡୋଶୀମାନଙ୍କୁ ଏ ବାବଦରେ ପଚରାଉଚରା କରିଛି । ଘର ମଧ୍ୟରେ କୋଇଲା ଅଙ୍ଗାର ମିଳିଥିବା ବେଳେ କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଗୋଟିଏ ପରିବାରର 5 ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ଅକାଳରେ 5 ଜଣଙ୍କ ଜୀବନ ଯିବା ଘଟଣା ପଡୋଶୀମାନଙ୍କୁ ଆଚମ୍ବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.