ETV Bharat / bharat

ଭଲସାଦରେ ବଡ଼ ଧରଣର ନକଲି ପାସପୋର୍ଟ ରାକେଟ ଠାବ, ମହିଳାଙ୍କ ସମେତ ୪ ଗିରଫ

author img

By ETV Bharat Odisha Team

Published : Sep 22, 2023, 9:18 PM IST

ଗୁଜୁରାଟ ଭଲସାଦ ଜିଲ୍ଲାରେ ବଡ଼ ଧରଣର ନକଲି ପାସପୋର୍ଟ କାରବାର ଠାବ । ମହିଳାଙ୍କ ସମେତ ୪ ଜଣ ଗିରଫ । ଅଧିକ ପଢନ୍ତୁ

Fake passport
Fake passport

ଗାନ୍ଧୀନଗର: ଗୁଜୁରାଟ ଭଲସାଦ ଜିଲ୍ଲାରେ ବଡ଼ ଧରଣର ନକଲି ପାସପୋର୍ଟ କାରବାର ଠାବ । ଘଟଣାରେ ପୋଲିସ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗୁଜୁରାଟ ପୋଲିସର ଏକ ସ୍ପେଶାଲ ଅପରେସନ ଗ୍ରୁପ ଏ ନେଇ ଖୋଳତାଡ କରୁଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଏମାନେ ନକଲି ପର୍ତ୍ତୁଗୀଜ ପାସପୋର୍ଟ ତିଆରି କରି ନକଲି ପରିଚୟ ପତ୍ର ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ବାହାର କରୁଥିଲେ ।

ପୋଲିସ ଏହି ମାମଲାରେ ୫ଟି ନକଲି ପାସପୋର୍ଟ ଜବତ କରିଛି । ଏ ନେଇ ଗୁଜୁରାଟ ପୋଲିସର ସ୍ପେଶାଲ ଡ୍ରାଇଭ ବିଶେଷ ସୂତ୍ରରୁ ଖବର ପାଇବା ପରେ ତନାଘନା ଆରମ୍ଭ କରିଥିଲା । ଭଲସାଦ ଏସପି ଡକ୍ଟର କରନରାଜ ବାଘେଲାଙ୍କ ସୂଚନା ଅନୁସାରେ ପୋଲିସ ଅଭିଯୁକ୍ତ ମହମ୍ମଦ ସୋହିଲ ସଫରୁଦ୍ଦିନ ଶୈଖକୁ କାବୁ କରିଛି । ମୋଟା ଗାର୍ଣ୍ଣାଲା ବ୍ରିଜ ନିକଟରୁ ମହମ୍ମଦ ସୋହିଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ନୀଳ ନୟନାଙ୍କ ନାଁରେ ନକଲି ପାର୍ସପୋର୍ଟ ଧରି ବୁଲିଥିଲେ ନାଇଜେରିଆନ, 3 ଗିରଫ

ଏହାସହ ଅଭିଯୁକ୍ତଙ୍କଠାରୁ ଇଣ୍ଡିଆନ ପାସପୋର୍ଟ ଓ ଜନ୍ମ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି । ୨୦୨୧ ମସିହାରେ ଗିରଫ ଅଭିଯୁକ୍ତ ଜଣକ ସୋହିଲ ଇମ୍ରାନ ଶୈଖଙ୍କ ନାମ ଅନୁସାରେ ମହମ୍ମଦ ସୋହିଲ ସଫରୁଦ୍ଦିନ ଶୈଖଙ୍କ ନକଲି ପାସପୋର୍ଟ ତିଆରି କରାଯାଇଥିଲା । ଏହି ବେଆଇନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ମୋବାଇଲ ଫୋନ ଜବତ ହୋଇଛି । ଏହାସହ ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ- ତାମିଲନାଡୁ ନକଲି ପାସପୋର୍ଟ ମାମଲା, ତଦନ୍ତଭାର ନେଲା NIA

ଏହି ନକଲି ପାସପୋର୍ଟ କାରବାରର ମାଷ୍ଟର ମାଇଣ୍ଡ ମହମ୍ମଦ ସକିବ ଓରଫ ଟମ ମକସୁଦଙ୍କୁ ପୋଲିସ ଗତ ସେପ୍ଟେମ୍ବର ୧୧ ତାରିଖରେ ପୋଲିସ ଗିରଫ କରିଥିଲା । ଭାରତରେ ପର୍ତ୍ତୁଗୀଜ ପାସପୋର୍ଟ ତିଆରି କରିବାରେ ସେ ପ୍ରଥମ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲା । ମାଷ୍ଟର ମାଇଣ୍ଡ ମହମ୍ମଦ ୧୦ ଜଣ ଲୋକଙ୍କ ଅଲଗା ନାମ, ଠିକଣା ଦେଇ ନକଲି ପାସପୋର୍ଟ ତିଆରି କରିଥିଲେ । ଏହି ପର୍ତ୍ତୁଗୀଜ ପାସପୋର୍ଟ ପାଇବା ପରେ ହିତାଧିକାରୀମାନେ ଅତି ସହଜରେ ୨୯ଟି ୟୁରୋପୀୟ ଦେଶକୁ ଯାତ୍ରା କରିପାରିବାର ସୁବିଧା ପାଇବେ ବୋଲି ପୋଲିସ କହିଛି ।

ଗତ ବର୍ଷ ଜାନୁଆରୀ ୨୭ ତାରିଖରେ ଶ୍ରୀଲଙ୍କାର ତିନିଜଣ ନାଗରିକଙ୍କୁ ନକଲି ଭାରତୀୟ ଓ ସ୍ପେନ ପାସପୋର୍ଟ ସହିତ ତାମିଲନାଡୁରୁ ଗିରଫ କରାଯାଇଥିଲା । ଏକ ମାମଲା ରୁଜୁ କରି ଏନଆଇଏ ଏହାର ତଦନ୍ତ ଆରମ୍ଭ କରିଥିଲା । ନକଲି ଭାରତୀୟ ପାସପୋର୍ଟ ସହିତ ୨ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଜଣଙ୍କୁ ନକଲି ସ୍ପେନ ପାସପୋର୍ଟ ସହିତ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.