ଚେନ୍ନାଇ: ଗୁଗୁଲ ଦେଖି ଔଷଧ ଦେଉଥିଲେ ଡାକ୍ତର । ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ତାମିଲନାଡୁର ଥାନଝାବୁର ଜିଲ୍ଲାରୁ ଆସିଛି ଏଭଳି ଘଟଣା । ଗିରଫ ନକଲି ଡାକ୍ତର ହେଲେ ଡାକ୍ତର ସେମବିୟାନ । ଏହି ନକଲି ଡାକ୍ତରଙ୍କ ବୟସ ୩୫ ବର୍ଷ ।
ଏଠାରେ ଡାକ୍ତର ଭାବେ କାମ କରୁଥିଲେ: 35ବର୍ଷୀୟ ଡାକ୍ତର ସେମବିୟାନ ଦିଲ୍ଲୀର ଏକ ନାମିଦାମୀ ହସ୍ପିଟାଲରେ କାମ କରୁଥିଲେ । ୨୦୧୩ ସେ ଋଷିଆରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ତାମିଲନାଡୁ ମେଡିକାଲ କାଉନସିଲରେ ନାମ ଲେଖାଇଥିଲେ । ତେବେ ତାମିଲନାଡୁ କାଉନସିଲରୁ ନମ୍ବର ମିଳିବା ପରେ ସେ ଭାରତ ମେଡିକାଲ କାଉନସିଲରେ ନାମ ଲେଖାଇଥିଲେ । ବର୍ତ୍ତମାନ ସେ ଦିଲ୍ଲୀରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କର ଏବେ ବାହାଘର ହୋଇଥିବା ବେଳେ ସେ ଓ୍ବେବସାଇଟ୍ରେ ନିଜର ସ୍ନାତକ ସାର୍ଟିଫିକେଟ ଅପଲୋଡ କରିଥିଲେ । ଏହାପରେ ସେ ତାମିଲନାଡୁରେ ସ୍ଥାୟୀ ବାସିନ୍ଦା ଭାବେ ରହୁଥିଲେ ।
ତେବେ ଏହି ସମୟରେ ତାଙ୍କ ନାମରେ ଅନେକ ଇମେଲ ସହ ଅନେକ ମୋବାଇଲ ନମ୍ବର ପଞ୍ଜୀକୃତ ହୋଇଥିବା ନେଇ ଏତଲା ଦାଖଲ କରାଯାଇଥିଲା । ମେଡିକାଲ କାଉନସିଲ ଏବଂ ଚେନ୍ନାଇ ପୋଲିସ କମିଶନରଙ୍କ ନିକଟର ମାମଲା ଦାଖଲ ପରେ ଏହା ଆନ୍ନା ନଗର ସାଇବର କ୍ରାଇମ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ପୋଲିସ ଇନ୍ସପେକ୍ଟର ଶାନ୍ତିଦେବୀଙ୍କ ସୁପାରିସକ୍ରମେ ତଦନ୍ତ ଆରମ୍ଭ ହୋଇଥିଲା । ଏହାପରେ ସେ ନକଲି ବୋଲି ଜାଣିବା ପରେ ତାଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ: ବଦଳିଲେ 12 ରାଜ୍ୟର ରାଜ୍ୟପାଳ, ବିଶ୍ବ ଭୂଷଣ ହେଲେ ଛତିଶଗଡ ରାଜ୍ୟପାଳ
ତେବେ ତଦନ୍ତ ସମୟରେ ଜଣାପଡିଛି, ସେମବିୟାନଙ୍କ ବୟସ 35 ବର୍ଷ । ମାଇଲାଡୁଥୁରାଇ ଜିଲ୍ଲାରେ ସେ ୨୦୧୨ ମସିହାରେ ଏରୋନ୍ୟାଚୁରାଲ ଇଞ୍ଜିନିୟରିଂ କରିଥିଲେ । ଏହାପରେ ୨୦୧୭ ମସିହାରେ ସେ ଚେନ୍ନାଇ ଆସି ଚାକିରି ଖୋଜିଥିଲେ । ଏହାପରେ ଜଷ୍ଟ ଡାଇଲରେ ୩ମାସ ପାଇଁ କାମ କରିଥିଲେ । ଏହାପରେ ସେ ଏକ ପ୍ରାଇଭେଟ ହସ୍ପିଟାଲରେ କାର୍ଯ୍ୟ କରିଥିଲେ । ଏହାପରେ ସେ ଧୀରେଧୀରେ ଔଷଧ ସହ ଆଟାଚ ହେବାପରେ ଡାକ୍ତର ହେବା ପାଇଁ ଭାବିଥିଲେ । ଗୁଗୁଲରେ ସର୍ଚ୍ଚ କରି ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ତାମିଲନାଡୁରେ ୩ଜଣ ଡାକ୍ତର ରହିଛନ୍ତି । ତେଣୁ ସେ ସେହି ନାମରେ ତାମିଲନାଡୁ କାଉନସିଲ ଓ୍ବେବସାଇଟରେ ନାମ ପଞ୍ଜିକରଣ କରିଲେ । ଫେକ୍ ମୋବାଇଲ ସହ ଇମେଲ୍ ଦେଇ ନାମ ପଞ୍ଜିକରଣ କରି ଚତୁରତାର ସହ ଡାକ୍ତରୀ ଲାଇନରେ ପ୍ରବେଶ କରିଥିଲେ । କୋରାନା ସମୟରେ ସେ ଅନେକ ହସ୍ପିଟାଲରେ ଡାକ୍ତର କାମ କରିବା ପରେ ତାଙ୍କୁ ଏକ ନାମୀଦାମୀ ହସ୍ପିଟାଲରେ ନିଯୁକ୍ତି ଦିଆଯାଇଥିଲା । ରୋଗୀଙ୍କୁ ଦେଖିବା ପରେ ଗୁଗୁଲ ଦେଖି ଔଷଧ ଦେଉଥିଲେ । ତେବେ ବର୍ତ୍ତମାନ ତାଙ୍କ କଳାକାରନାମା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ