ଅହମ୍ମଦାବାଦ: ଦିନେ କଂଗ୍ରେସର ସଙ୍କଟମୋଚକ ଥିଲେ ଅହମ୍ମଦ ପଟେଲ । କେବଳ ଗୁଜୁରାଟ କଂଗ୍ରେସ ନୁହେଁ, ବରଂ ଜାତୀୟ କଂଗ୍ରେସରେ ମଧ୍ୟ ତାଙ୍କର ବେଶ୍ ଦବଦବା ରହିଥିଲା । ହେଲେ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ପୁଅ ଆଜି ସେହି ଦଳରେ କୋଣଠେସା ହୋଇଛନ୍ତି । ଅହମ୍ମଦ ପଟେଲଙ୍କ ନିଧନ ପରଠୁ ତାଙ୍କ ପୁଅ ଫୈଜଲ କଂଗ୍ରେସର ସଦସ୍ୟ ରହିଛନ୍ତି । ଦଳରେ ଗୁରୁଦାୟିତ୍ବ ବହନ କରିବାକୁ ଚାହୁଁଥିବା ଫୈଜଲଙ୍କୁ କିନ୍ତୁ ଦୀର୍ଘ ଦିନ ହେଲାଣି କଂଗ୍ରେସ ପକ୍ଷରୁ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଉ ନାହିଁ । ଯାହା ଏବେ ଏହି ଫୈଜଲ ପଟେଲଙ୍କ ଦଳରୁ ମୋହଭଙ୍ଗ କରିଛି । ଯାହାକି ସେ କରିଥିବା ଟ୍ବିଟରୁ ବାରି ହୋଇଛି ।
ଫୈଜଲ ପଟେଲ ଟ୍ବିଟ୍ କରିଛନ୍ତି, 'ମୁଁ ଅପେକ୍ଷା କରି ଥକି ଗଲିଣି । ଉଚ୍ଚ ନେତୃବୃନ୍ଦଙ୍କ ଠାରୁ (ହାଇକମାଣ୍ଡ)ଙ୍କ ପର୍ଯ୍ୟନ୍ତ କୌଣସି ପ୍ରୋତ୍ସାହନ ମିଳୁନାହିଁ । ମୁଁ ମୋର ବିକଳ୍ପ ଖୋଲା ରଖୁଛି ।' ଫୈଜଲଙ୍କ ଏହି ଟ୍ବିଟରୁ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ ସ୍ପଷ୍ଟ ବାରି ହେଉଛି । ଏପରିକି ସେ ହାତ ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ମଧ୍ୟ ସାମ୍ପ୍ରାତିକ ପରିସ୍ଥିତିରେ ଘନୀଭୂତ ହୋଇଛି । ଟ୍ବିଟରରେ ଫୈଜଲଙ୍କ ଏପରି ବିବୃତ୍ତି ପରେ ଗୁଜୁରାଟ କଂଗ୍ରେସ ମୁଖପାତ୍ର ଜୟରାଜସିଂ ପରମାରଙ୍କର ଏକ ଟ୍ବିଟ୍ ମଧ୍ୟ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଗୁଜୁରାଟ କଂଗ୍ରେସ ପ୍ରତି ନିଜର ଅସନ୍ତୋଷ ଜାହିର କରିଥିବା ପରମାର ଫୈଜଲଙ୍କ ଟ୍ବିଟକୁ ନେଇ ଲେଖିଛନ୍ତି, ଏହାଦ୍ବାରା କଂଗ୍ରେସ ନେତାମାନଙ୍କୁ କୌଣସି ଫରକ୍ ପଡିବ ନାହିଁ ।
-
Tired of waiting around. No encouragement from the top brass. Keeping my options open
— Faisal Patel (@mfaisalpatel) April 5, 2022 " class="align-text-top noRightClick twitterSection" data="
">Tired of waiting around. No encouragement from the top brass. Keeping my options open
— Faisal Patel (@mfaisalpatel) April 5, 2022Tired of waiting around. No encouragement from the top brass. Keeping my options open
— Faisal Patel (@mfaisalpatel) April 5, 2022
ଆସନ୍ତା ଡିସେମ୍ବରରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ଦିନ ପାଖେଇ ଆସୁଥିବାବେଳେ ଏହାରି ଭିତରେ ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଫୈଜଲ ପଟେଲଙ୍କ ଏଭଳି ଆପତ୍ତିଜନକ ପୋଷ୍ଟ ସାମ୍ନାକୁ ଆସିଛି । ଏହା କଂଗ୍ରେସ ପାଇଁ ଏକ ବଡ ଝଟକା ହୋଇପାରେ ବୋଲି କୁହାଯାଉଛି । ଫୈଜଲ ପଟେଲଙ୍କ ପିତା ଅହମ୍ମଦ ପଟେଲ ଗାନ୍ଧୀ ପରିବାରର ଦୀର୍ଘ ଦିନ ଧରି ଜଣେ ବିଶ୍ବାସଯୋଗ୍ୟ ନେତା ଥିଲେ । ଗୁଜୁରାଟ କଂଗ୍ରେସ ସହ ଜାତୀୟ କଂଗ୍ରେସ ପ୍ରତି ମଧ୍ୟ ତାଙ୍କର ଅବଦାନ ରହିଥିଲା । ଯେଉଁ କାରଣରୁ ତାଙ୍କ ଅନୁମତି ବିନା ଗୁଜୁରାଟ କଂଗ୍ରେସରେ ପତ୍ରଟିଏ ବି ଝଡୁନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ କଂଗ୍ରେସ ଦଳରୁ ବହୁତ କିଛି ଆଶା ବାନ୍ଧିଥିବା ଫୈଜଲଙ୍କ ଭାଗ୍ୟରେ କେବଳ ନିରାଶ ମିଳିଛି । ସେ କରିଥିବା ଟ୍ବିଟ୍ ତାହା ବୟାନ କରୁଛି ।
ଫୈଜଲଙ୍କ ଟ୍ବିଟରେ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ ପ୍ରତିକ୍ରିୟା ଦେଇଛନ୍ତି, ଅହମ୍ମଦ ପଟେଲ ପାର୍ଟି ପାଇଁ ଅନେକ କିଛି କରିଛନ୍ତି । ଫୈଜଲ ପଟେଲ ମଧ୍ୟ ଭରୁଚବାସୀଙ୍କ ପାଇଁ ସମାନ ରୂପେ ସମର୍ପିତ ଅଛନ୍ତି । ତାଙ୍କର ଦିବଙ୍ଗତ ପିତା ପାର୍ଟିର ଜଣେ ବରିଷ୍ଠ ନେତୃତ୍ବ ଥିବା ଯୋଗୁଁ କଂଗ୍ରେସ ସବୁବେଳେ ତାଙ୍କ ପରିବାର ସହ ରହିଛି । ଆମେ ଆଶା କରୁଛି କି, ଫୈଜଲ ମଧ୍ୟ କଂଗ୍ରେସ ଦଳର ସଦସ୍ୟ ରହିବେ ବୋଲି ମନୀଷ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ