ETV Bharat / bharat

ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ଫେଲ ! ବୈଠକ ଡାକିଲା ‘ଇଣ୍ଡିଆ’ ମେଣ୍ଟ - ଇଣ୍ଡିଆ ମେଣ୍ଟ ବୈଠକ

ବୁଧବାର ଦିଲ୍ଲୀରେ ‘ଇଣ୍ଡିଆ’ ମେଣ୍ଟର ବୈଠକ । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଫେଲ ମାରିଲା କଂଗ୍ରେସ । ଛତିଶଗଡରେ ମଧ୍ୟ ଆଗରେ ବିଜେପି । ଅଧିକ ପଢନ୍ତୁ

ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ପରାଜୟ: ବୈଠକ ଡାକିଲା ‘ଇଣ୍ଡିଆ’ ମେଣ୍ଟ

author img

By ETV Bharat Odisha Team

Published : Dec 3, 2023, 12:57 PM IST

ନୂଆଦିଲ୍ଲୀ: 4 ରାଜ୍ୟର ଆଜି ଭୋଟ ଗଣନା ଜାରି ରହିଥିବା ବେଳେ ଏଥିରେ କଂଗ୍ରେକୁ ଝଟକା ଲାଗିଛି । ଗଣତି ସହ ଜାରି ରହିଥିବା ପର୍ଯ୍ୟାୟକ୍ରମିକ ଟ୍ରେଣ୍ଡରେ ପଶ୍ଚିମ ରାଜ୍ୟ ରାଜସ୍ଥାନରେ ଦଳ କ୍ଷମତାରୁ ବେଦଖଲ ହେବା ପରି ପ୍ରାୟତଃ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହା ସହ ମଧ୍ୟ ପ୍ରଦେଶରେ ମଧ୍ୟ ଦଳ ବହୁମତ ଠାରୁ ବେଶ ଦୂରରେ ରହିଛି । ସବୁଠାରୁ ଅଧିକ ଚକିତ କରିଛି ଅନ୍ୟତମ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡର ଫଳାଫଳ ଟ୍ରେଣ୍ଡ । ଏଠାରେ ‘ଏକଜିଟ ପୋଲ’ ମଧ୍ୟ ଭୁଲ ପ୍ରମାଣିତ ହୋଇଛି । କଂଗ୍ରେସ ରାଜ୍ୟରେ ଭୂପେଶ ବଘେଲଙ୍କ ନେତୃତ୍ବରେ କ୍ଷମତା ବଜାୟ ରଖିବା ନେଇ ଯେଉଁ ଆକଳନ କରାଯାଉଥିଲା, ସେଥିରେ ବିପରୀତ କ୍ରମ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେପି ସଂଖ୍ୟାବହୁମତର ନିକଟତର ହେବାରେ ଲାଗିଛି । ଏହାରି ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକ ଡାକିଛି । ବୁଧବାର ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ ।

ଏକଜିଟ ପୋଲ ଆକଳନ କେବଳ ତେଲେଙ୍ଗାନାରେ କଂଗ୍ରେସ ସପକ୍ଷରେ ଯାଉଛି । ରାଜ୍ୟରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ପଛରେ ପକାଇ ବହୁମତ ହାସଲ କରିବାକୁ ଯାଉଛି । ରାଜ୍ୟ ଗଠନ ହେବା ପରଠାରୁ କେସିଆରଙ୍କ ନେତୃତ୍ବରେ ଟିଆରଏସ ଓ ପରେ ବିଆରଏସ କ୍ଷମତା ବଜାୟ ରଖିଥିଲା । ଚଳିତ ଥର ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ କଂଗ୍ରେସ ଆବଶ୍ୟକ ସଂଖ୍ୟା ବହୁମତ ହାସଲ କରିସାରିଛି । କଂଗ୍ରେସ କେବଳ ତେଲେଙ୍ଗାନାରେ ସରକାର ଗଠନ କରିବା ପରି ସ୍ଥିତି ଦୃଶ୍ୟମାନ ହେଉଥିବା ବେଳେ ହାତରୁ ଦୁଇ କ୍ଷମତାସୀନ ରାଜ୍ୟ ଯାଉଛି । ଛତିଶଗଡରେ ଦଳ କ୍ଷମତାରେ ଥିବା ବେଳେ ଏବେ ବିରୋଧୀ ଆସନକୁ ଆସିବାକୁ ଯାଉଛି । ସେହିପରି ମଧ୍ୟ ପ୍ରଦେଶରେ ଦଳ କମଲନାଥଙ୍କ ନେତୃତ୍ବରେ ସରକାର ଗଢିବା ନେଇ ଯେଉଁ ଆକଳନ ପ୍ରକାଶ ପାଇଥିଲା, ସେଥିରେ ମଧ୍ୟ ଦଳ ନିରାଶ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

ଜାତୀୟ ରାଜନୀତିରେ କଂଗ୍ରେସ ନେତୃତ୍ବରେ ‘ଇଣ୍ଡିଆ’ ମେଣ୍ଟ ମୋଦିଙ୍କ ବିଜୟର ଧାରାରେ ବ୍ରେକ ଲଗାଇବା ପାଇଁ ଆକଳନ ପ୍ରକାଶ ପାଇଥିଲା, ତାହା ସାମାନ୍ୟ ଦ୍ବନ୍ଦ୍ବ ମଧ୍ଯକୁ ଠେଲି ହୋଇଯାଇଛି । କଂଗ୍ରେସର ବରିଷ୍ଠ ନେତା ରାହୁଲ, ଖଡଗେ, ପ୍ରିୟଙ୍କା ପ୍ରମୁଖ ଚଳିତ ବିଧାନସଭା ନିର୍ବାଚନରେ ଦଳ ପାଇଁ ମାରାଥନ ପ୍ରଚାର କରିଥିଲେ । ସ୍ଥାନୀୟ ପ୍ରସଙ୍ଗ ସହ ଜାତିଗତ ଜମଗଣନା ପ୍ରସଙ୍ଗ ମଧ୍ୟ କଂଗ୍ରେସ ଏହିସବୁ ରାଜ୍ୟର ନିର୍ବାଚନୀ ରଣନୀତି କରିଥିଲା । ମାତ୍ର ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.