ETV Bharat / bharat

ଆଲୋଚନା ନକରି ଆମେରିକା ଚାଲିଗଲେ ପ୍ରଧାନମନ୍ତ୍ରୀ, ଅସନ୍ତୋଷ ଝାଡିଲେ ମଣିପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ

author img

By

Published : Jun 20, 2023, 10:36 PM IST

ଆଲୋଚନା ପାଇଁ ସମୟ ମାଗି ଅପେକ୍ଷା କଲେ ମଣିପୁରର 10 ରାଜନୈତିକ ଦଳର ମିଳିତ ପ୍ରତିନିଧି ମଣ୍ଡଳୀ । ସମୟ ନଦେଇ ଆମେରିକା ଚାଲିଗଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରେସମିଟ କରି ଝାଡିଲେ ଅସନ୍ତୋଷ । ଅଧିକ ପଢନ୍ତୁ

ଆଲୋଚନା ନକରି ଆମେରିକା ଚାଲିଗଲେ ପ୍ରଧାନମନ୍ତ୍ରୀ, ଅସନ୍ତୋଷ ଝାଡିଲେ ମଣିପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ
ଆଲୋଚନା ନକରି ଆମେରିକା ଚାଲିଗଲେ ପ୍ରଧାନମନ୍ତ୍ରୀ, ଅସନ୍ତୋଷ ଝାଡିଲେ ମଣିପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ: ହିଂସା ପ୍ରସଙ୍ଗରେ ଆଲୋଚନା ପାଇଁ ମଣିପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପାଇଁ ମଣିପୁରରୁ ଆସିଥିବା ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ଦୀର୍ଘ ପ୍ରାୟ ଏକ ସପ୍ତାହ ଧରି ଅପେକ୍ଷା କରିଥିଲେ । ହେଲେ ସେମାନଙ୍କ ସହ ଆଲୋଚନା ନକରି ପ୍ରଧାନମନ୍ତ୍ରୀ ମୋଦି 5 ଦିନିଆ ଆମେରିକା ଗସ୍ତରେ ବାହାରିଛନ୍ତି । ଯାହାକୁ ନେଇ ମଣିପୁରରୁ ଆସିଥିବା ରାଜନୈତିକ ଦଳର ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆଜି ଅପରାହ୍ନରେ ପ୍ରେସମିଟ କରି ପ୍ରତିନିଧି ମଣ୍ଡଳୀ ସହ ଆସିଥିବା ଡ. ନିମାଇଚାନ୍ଦ ଲୁୱାଙ୍ଗ କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ଆମ ପ୍ରତିନିଧିଙ୍କୁ ଭେଟିବାରେ ବିଫଳ ହୋଇଥିବାରୁ ମଣିପୁରରେ ଚାଲିଥିବା ହିଂସା ସମ୍ପର୍କରେ ସେ କୌଣସି ଶବ୍ଦ ମଧ୍ୟ କହି ନ ଥିବାରୁ ଆମେ ଅତ୍ୟଧିକ ନିରାଶ ହୋଇଛୁ । ଜୁନ୍ 10 ରୁ ଆମେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀରେ ଅପେକ୍ଷା କରିଥିଲୁ । କିନ୍ତୁ ଆମକୁ କୌଣସି ସମୟ ଦିଆଗଲା ନାହିଁ । ତେଣୁ ମଣିପୁରର ପରିସ୍ଥିତିକୁ ନେଇ ଆମର ଚିନ୍ତା ପ୍ରକଟ କରି ଆଜି ଆମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ସ୍ମାରକପତ୍ର ପ୍ରେରଣ କରିଛୁ । ଗତମାସ ମେ’ 3 ତାରିଖରୁ ଜଳୁଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ପ୍ରାୟସ କରନ୍ତୁ ବୋଲି ଆମେ ସ୍ମାରକପତ୍ରରେ ନିବେଦନ ମଧ୍ୟ କରିଛୁ ।

ମଣିପୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂଙ୍କ ନେତୃତ୍ବରେ ରାଜ୍ୟର 10 ରାଜନୈତିକ ଦଳର ପ୍ରତିନିଧି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅପେକ୍ଷା କରିଥିଲେ । ରାଜ୍ୟର 10ଟି ବିରୋଧୀ ଦଳର ପ୍ରତିନିଧିମାନେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପାଇଁ ଆସିଥିଲେ । ଏହି ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମସି), ଏନସିପି, ଜେଡିୟୁ, ଆମ ଆଦମୀ ପାର୍ଟି, ଶିବସେନା (ଉଦ୍ଧବ ଗୋଷ୍ଠୀ), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ (AIFB), ରିଭଲୁସନାରୀ ସୋସିଆଲିଷ୍ଟ ପାର୍ଟି (RSP), ସିପିଏମ ଏବଂ ସିପିଆଇ ପ୍ରମୁଖ ଦଳର କାର୍ଯ୍ୟକର୍ତ୍ତା ରହିଥିଲେ ।

ଆଜି ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିବା ପରେ ସେମାନେ ନିରାଶ ହେବା ସହ ପ୍ରେସମିଟ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଉଥିବା କାରଣରୁ ଆଜି ପୁଣି ମଣିପୁରରେ ଇଣ୍ଟରନେଟ ସେବାକୁ 25 ତାରିଖର ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟରେ ପୁଣି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.